OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 21th January 2023

Odia Rashiphala

Odia Rashiphala

ବିଶିଷ୍ଟ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିବେ ଓ ସମ୍ମାନ, ପ୍ରତିଷ୍ଠା ମଧ୍ଯ ଲାଭ କରିବେ । ଭଲ କଥା କହିଲେ ମଧ୍ଯ ତାହାକୁ ଅନ୍ୟମାନେ ଭିନ୍ନାର୍ଥରେ ଗ୍ରହଣ କରିପାରନ୍ତି। ଆର୍ଥିକ ସ୍ଵଚ୍ଛଳତା ଫେରି ପାଇବେ। ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ।ପାରିବାରିକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ।
ପ୍ରତ୍ୟେକ କାମକୁ ସୁରୁଖୁରୁରେ କରାଇନେବେ କିନ୍ତୁ ସାମାନ୍ୟ ପ୍ରତିବନ୍ଧକ ମଧ୍ଯ ଲାଗି ରହିବ। ପାରିବାରିକ ଅଶାନ୍ତି କାରଣରୁ ମାନସିକ ଉଦ୍‌ବେଗ ବଢ଼ିପାରେ । କଳା ସାହିତ୍ୟ ଓ ସାମ୍ବାଦିକତା, ଚୁକ୍ତିପତ୍ର କ୍ଷେତ୍ରରୁ ସୁଫଳ ମିଳିବ । ପରିବହନ କ୍ଷେତ୍ରରେ, ପ୍ରଶାସନିକ ସ୍ତରରେ ସମସ୍ୟା ଆସିପାରେ ।
ଆଜି ଶାରୀରିକ ସ୍ବାସ୍ଥ୍ୟ ସାଙ୍ଗକୁ ମାନସିକ ସ୍ଥିତି ମଧ୍ଯ ସେତେଟା ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିବ, ତଥାପି କୌଣସି ଅସୁବିଧା ହେବନାହିଁ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ଆଶଙ୍କା ଦେଖାଦେବ ।ସରକାରୀ କ୍ଷେତ୍ରରୁ ରଣସୂତ୍ରରେ ଅର୍ଥଲାଭର ଆଶା ରହିଛି।
ଆଜି ଶାରୀରିକ ସ୍ବାସ୍ଥ୍ୟ ସାଙ୍ଗକୁ ମାନସିକ ସ୍ଥିତି ମଧ୍ଯ ସେତେଟା ଭଲ ରହିନପାରେ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିବ, ତଥାପି କୌଣସି ଅସୁବିଧା ହେବନାହିଁ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ଆଶଙ୍କା ଦେଖାଦେବ । ସରକାରୀ କ୍ଷେତ୍ରରୁ ଋଣସୂତ୍ରରେ ଅର୍ଥଲାଭର ଆଶା ରହିଛି |
ଗଜକେଶରୀ ଯୋଗ ପ୍ରଭାବରୁ କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ପ୍ରତ୍ୟେକ କାମ ସହଜରେ ସମ୍ପନ୍ନ ହେବ। ଭାବପ୍ରବଣତାରେ ଭାସିଯାଇ ଗୁରୁତ୍ବପୂର୍ଣ୍ଣ କଥାକୁ ପାସୋରି ଦେବାରୁ ପରିବାରରେ ଉଚ୍ଚବାଚ ଘଟିବ। ନିର୍ମାଣ, ଯୋଗାଯୋଗ, ପ୍ରେସ୍‌,ପବ୍ଲିକେଶନ, ଆଲୋଚନାଦି କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ।
ପାରିବାରିକ ଅଶାନ୍ତି ମନ ଭିତରେ ଭରି ରହିଥିଲେ ମଧ୍ଯ କୌଣସି କାର୍ଯ୍ୟ ଅଟକି ରହିବ ନାହିଁ। ଆଜି ହଠାତ୍‌ କୌଣସି ନୂତନ ଯୋଜନାରମ୍ଭରେ ପ୍ରଥମେ ମୌଖିକ ଆଲୋଚନା କରିବା ଭଲ ହେବ। ମିତ୍ର ବନ୍ଧୁମାନେ ଆବଶ୍ୟକ ସହଯୋଗ କରିବେ ଅବହେଳା କାରଣରୁ କେତେକ ସୁଯୋଗ ହାତଛଡ଼ା ହୋଇପାରେ ।
ଶନିଙ୍କ କୁପ୍ରଭାବରୁ ଆଜି ଯାହା କରିବାକୁ ଯୋଜନା କରୁଛନ୍ତି ତାହା ସଫଳ ହେବା କଷ୍ଟକର ହୋଇପାରେ। ସନ୍ଦେହୀ ମନୋଭାବ ହେତୁ କେତେକ ଅନାକାଂକ୍ଷିତ ସମସ୍ୟା ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ଯ ଲାଭ କରିପାରନ୍ତି। ଭୁଲ୍‌ ବୁଝାମଣାବଶତଃ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିବେ।
କେତେକ ଅପୂରଣୀୟ ଆଶା ମନରେ ଆଲୋଡ଼ନ ସୃଷ୍ଟି କରି ଅନ୍ତଦ୍ବନ୍ଦ ସୃଷ୍ଟି କରିବ । ଆଜି ଅଫିସରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ କିନ୍ତୁ ପରିସ୍ଥିତି ସରଗରମ ରହିବ। କୌଣସି ବିବାଦୀୟ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳିନେବେ |ମାଲିମକଦମା, ବନ୍ଧୁଙ୍କ ସହ ଆଲୋଚନା ମୂଲ୍ୟହୀନ ହୋଇ ନ ପାରେ ।
ଯାହାକୁ ନିଜର ଭାବୁଛନ୍ତି, ଆପଣଙ୍କ ପ୍ରତିଷ୍ଠାରେ ସେ ଈର୍ଷାନ୍ବିତ ହେବେ। ଆପୋସ ଆଲୋଚନା ଦ୍ବାରା ଘରୋଇ ସମସ୍ୟାର ସରଳ ସମାଧାନ କରିପାରିବେ। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନରେ ସମସ୍ୟା ସମାଧାନ ହେବାର ଆଶା ରହିଛି। ରୋଗ ଯନ୍ତ୍ରଣା ତୀବ୍ର ହେବ କିନ୍ଧୁ କିଛି କ୍ଷଣ ପରେ ଉପଶମ ହେବାର ସୂଚନା ରହିଛି।
ଏକାଧିକ କାର୍ଯ୍ୟରେ ଅନୁପ୍ରବେଶ କୌଣସିଟାରେ ମଧ୍ଯ ସଫଳତା ଦେବ ନାହିଁ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବା ଆଶାରେ ବନ୍ଧୁଙ୍କୁ ବିଭିନ୍ନ ପ୍ରକାର ବିନୟପୂର୍ଣ୍ଣ କଥା କହି ସଫଳତା ହାସଲ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ସାମାଜିକ ସ୍ତରରେ ନୀରବଦ୍ରଷ୍ଟା ଭଳି କାମ କରିବେ।
ଅଶାନ୍ତ ମନ ଭିତରୁ ମଧୁର କଥା ବାହାରିବା କଷ୍ଟକର ମନେହେବ। ପରିବାରରେ ଭାବୁଥିବା କଥାକୁ ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ପରିବାରରେ ନିକଟ ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ। ଜଣେ ସମ୍ପର୍କୀୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଆଶା ପୂରଣ କରିପାରନ୍ତି।
ଵିଶେଷ କାରଣ ନ ଥାଇ ମଧ୍ଯ ଆଜି ପରିବାରରେ ଟଣାଓଟରା ଅବଶ୍ୟମ୍ଭାବୀ । ବନ୍ଧୁଙ୍କ ଖାପଛଡ଼ା କଥା ଓ ବେଖାତିର ମନୋଭାବ ଯୋଗୁ ଚିନ୍ତାପ୍ରକଟ କରିବେ। ରଣ ପରିଶୋଧ ପାଇଁ ବ୍ୟଗ୍ରତା,ସମ୍ପର୍କୀୟଙ୍କ ଅଭିଯୋଗ ଏବଂ ପଡ଼ୋଶୀଙ୍କ ଟାହିଟାପରା ମନକୁ ବିଭ୍ରାନ୍ତ କରିପାରେ । କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
For daily odia rashiphala visit our website daily in the morning. This is compiled from a trusted source.

Odia Calender 2023

Comments

comments