OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 16th April 2022

Odia Rashiphala

Odia Rashiphala

ଶତ୍ରୁତାର ଅବସାନ ଘଟାଇ କର୍ମ ପଥରେ ଅଗ୍ରସର ହେବେ। ସୁସ୍ଥ ଓ ନିରାମୟ ରହିବେ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣମୁକ୍ତ ହେବେ। ଶାଶ୍ୱତ ଶାନ୍ତି ର ସନ୍ଧାନ ମିଳିବ। ଶୁଭ ଖବର ମିଳିବ।
ଅନ୍ତର୍ନିହିତ ଗଣୁାବଳୀର ବିକାଶ ଘଟାଇ ଜୀବନକୁମହାର୍ଘ କରିପାରନ୍ତି। ବିଦ୍ୟାଭ୍ୟାସୀ ହେବେ। ଜ୍ୟୋତିର୍ମୟ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ଈପ୍ସିତ ପଦାର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟିହୋଇଛି।
ବିବେକାନୁମୋଦିତ କାର୍ଯ୍ୟ କରି ଧର୍ମା-ଧର୍ମର ମାର୍ଗ ବାଛି ନେଇପାରନ୍ତି। କୃଷି କର୍ମରେ ନିଜର ପାରଦର୍ଶିତା ପ୍ରତିପାଦନ କରି କୃଷକ ସମାଜର ଆଦର୍ଶ ହେବେ। ଆଭା, ପ୍ରଭା ଓ ପ୍ରତିଭା ଯୁକ୍ତ ହେବେ।
କୃଚ୍ଛ ସାଧନାରେ ଦିବ୍ୟ ଶକ୍ତିସମ୍ପନ୍ନ ହୋଇପାରନ୍ତି। ଆର୍ଥିକ ସ୍ଥିତିର ସମୀକ୍ଷା କରି ସଞ୍ଚାୟାଭିମୁଖୀ ହେବେ। ଆତ୍ମବିଶ୍ୱାସକୁ ଜାଗ୍ରତ କରି ସଫଳର ଅଭିଳାଷୀ ହେବେ।
ଧନଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବେ। ଯତ୍ନ,ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିବାରେ ସିଦ୍ଧହସ୍ତ ହେବେ। ଦୟାଧର୍ମରେ ବିଲୀନ ହୋଇପାରନ୍ତି। ସତ୍ୟାନୁରାଗୀ ହେବେ।
ନିରାଡ଼ମ୍ବର ଜୀବନଯାପନ କଲେ ବି ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଶୂନ୍ୟ ବ୍ରହ୍ମଙ୍କ ନିକଟରେ ମଧୁର ପ୍ରେମ ଭକ୍ତି ନିବେଦନ କରିପାରନ୍ତି। ସତସଙ୍ଗରୁ ମିଳିବ ଶାନ୍ତି ଓ ପରମ ଆନନ୍ଦ। ସୁସ୍ଥ ରହିବେ।
ଦାରିଦ୍ର୍ୟ ଦୂରୀକରଣରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ସାଧନାର ପ୍ରଥମ ସୋପାନ ଏକାନ୍ତବାସକୁ ଆଦରି ନେଇପାରନ୍ତି। ରାଜଯୋଗ ପ୍ରାପ୍ତି ସୂଚନା ମିଳୁଛି। ଗୁପ୍ତ ବିଦ୍ୟାରେ ରୁଚି ରହିବ।
ଜ୍ଞାନ ପିପାସୁହେବେ। ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି। ଦିବ୍ୟ ଚେତନା ପାଇ ଅନ୍ୟକୁ ସଚେତନ କରାଇ ପାରନ୍ତି। ସମର୍ପିତ ଜୀବନ-ଯାପନ ଆପଣଙ୍କର ଧ୍ୟେୟ ହେବ। ସଦାଚାରୀ ହେବେ।
ଅଧିକ ଶ୍ରମ ଗ୍ରହଣ କରିବାରେ କୁଣ୍ଠା ପ୍ରକାଶ କରିବେ ନାହିଁ। ମାନବବାଦର ଚେତନାର ଅଗ୍ରଦୂତଭାବେ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ଉଚ୍ଚାରଣ ଓ ଆଚରଣ ଆପଣଙ୍କୁ ମହାନ୍ କରିପାରେ।
ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ପ୍ରକାଶିତ ଚିତ୍ତର ଅନୁଭୂତି ଜ୍ଞାନ, ଗରିମା ଯୋଗୁଁ ଆଦର୍ଶବାଦୀ ହେବେ। ପୁଣ୍ୟ ପ୍ରଭା ପତ୍ନୀଙ୍କ ଉପଦେଶ ଶୁଭଦାୟକ ହେବ। ପ୍ରବଳ ଉଦ୍ୟୋଗୀ ଓ ନର୍ମତାର ପ୍ରତୀକ ହେବେ।
ବ୍ୟବହାରରେ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ନିଜକୁ ସମର୍ପଣ କରିପାରନ୍ତି । ଧନର ଅନ୍ତପ୍ରବାହ ପ୍ରବାହତି ହେବ। ସାରାଦିନ ସତର୍କରେ ଚଳିବେ।
ସତ୍ୟପ୍ରତିଜ୍ଞ ହେବେ। ଶ୍ରମ ଓ ନିଷ୍ଠାର ମହତ୍ତ୍ୱ ଉପଲବ୍ଧ ହେବ। ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। ଭୋଗ ଭିତରେ ତ୍ୟାଗ ଓ ସୃଜନଶୀଳତା ମନୋଭାବ ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments