![]() |
ଶତ୍ରୁତାର ଅବସାନ ଘଟାଇ କର୍ମ ପଥରେ ଅଗ୍ରସର ହେବେ। ସୁସ୍ଥ ଓ ନିରାମୟ ରହିବେ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣମୁକ୍ତ ହେବେ। ଶାଶ୍ୱତ ଶାନ୍ତି ର ସନ୍ଧାନ ମିଳିବ। ଶୁଭ ଖବର ମିଳିବ। |
ଅନ୍ତର୍ନିହିତ ଗଣୁାବଳୀର ବିକାଶ ଘଟାଇ ଜୀବନକୁମହାର୍ଘ କରିପାରନ୍ତି। ବିଦ୍ୟାଭ୍ୟାସୀ ହେବେ। ଜ୍ୟୋତିର୍ମୟ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ଈପ୍ସିତ ପଦାର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟିହୋଇଛି। | |
ବିବେକାନୁମୋଦିତ କାର୍ଯ୍ୟ କରି ଧର୍ମା-ଧର୍ମର ମାର୍ଗ ବାଛି ନେଇପାରନ୍ତି। କୃଷି କର୍ମରେ ନିଜର ପାରଦର୍ଶିତା ପ୍ରତିପାଦନ କରି କୃଷକ ସମାଜର ଆଦର୍ଶ ହେବେ। ଆଭା, ପ୍ରଭା ଓ ପ୍ରତିଭା ଯୁକ୍ତ ହେବେ। | |
କୃଚ୍ଛ ସାଧନାରେ ଦିବ୍ୟ ଶକ୍ତିସମ୍ପନ୍ନ ହୋଇପାରନ୍ତି। ଆର୍ଥିକ ସ୍ଥିତିର ସମୀକ୍ଷା କରି ସଞ୍ଚାୟାଭିମୁଖୀ ହେବେ। ଆତ୍ମବିଶ୍ୱାସକୁ ଜାଗ୍ରତ କରି ସଫଳର ଅଭିଳାଷୀ ହେବେ। | |
ଧନଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବେ। ଯତ୍ନ,ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିବାରେ ସିଦ୍ଧହସ୍ତ ହେବେ। ଦୟାଧର୍ମରେ ବିଲୀନ ହୋଇପାରନ୍ତି। ସତ୍ୟାନୁରାଗୀ ହେବେ। | |
ନିରାଡ଼ମ୍ବର ଜୀବନଯାପନ କଲେ ବି ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଶୂନ୍ୟ ବ୍ରହ୍ମଙ୍କ ନିକଟରେ ମଧୁର ପ୍ରେମ ଭକ୍ତି ନିବେଦନ କରିପାରନ୍ତି। ସତସଙ୍ଗରୁ ମିଳିବ ଶାନ୍ତି ଓ ପରମ ଆନନ୍ଦ। ସୁସ୍ଥ ରହିବେ। | |
ଦାରିଦ୍ର୍ୟ ଦୂରୀକରଣରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ସାଧନାର ପ୍ରଥମ ସୋପାନ ଏକାନ୍ତବାସକୁ ଆଦରି ନେଇପାରନ୍ତି। ରାଜଯୋଗ ପ୍ରାପ୍ତି ସୂଚନା ମିଳୁଛି। ଗୁପ୍ତ ବିଦ୍ୟାରେ ରୁଚି ରହିବ। | |
ଜ୍ଞାନ ପିପାସୁହେବେ। ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି। ଦିବ୍ୟ ଚେତନା ପାଇ ଅନ୍ୟକୁ ସଚେତନ କରାଇ ପାରନ୍ତି। ସମର୍ପିତ ଜୀବନ-ଯାପନ ଆପଣଙ୍କର ଧ୍ୟେୟ ହେବ। ସଦାଚାରୀ ହେବେ। | |
ଅଧିକ ଶ୍ରମ ଗ୍ରହଣ କରିବାରେ କୁଣ୍ଠା ପ୍ରକାଶ କରିବେ ନାହିଁ। ମାନବବାଦର ଚେତନାର ଅଗ୍ରଦୂତଭାବେ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ଉଚ୍ଚାରଣ ଓ ଆଚରଣ ଆପଣଙ୍କୁ ମହାନ୍ କରିପାରେ। | |
ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ପ୍ରକାଶିତ ଚିତ୍ତର ଅନୁଭୂତି ଜ୍ଞାନ, ଗରିମା ଯୋଗୁଁ ଆଦର୍ଶବାଦୀ ହେବେ। ପୁଣ୍ୟ ପ୍ରଭା ପତ୍ନୀଙ୍କ ଉପଦେଶ ଶୁଭଦାୟକ ହେବ। ପ୍ରବଳ ଉଦ୍ୟୋଗୀ ଓ ନର୍ମତାର ପ୍ରତୀକ ହେବେ। | |
ବ୍ୟବହାରରେ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ନିଜକୁ ସମର୍ପଣ କରିପାରନ୍ତି । ଧନର ଅନ୍ତପ୍ରବାହ ପ୍ରବାହତି ହେବ। ସାରାଦିନ ସତର୍କରେ ଚଳିବେ। | |
ସତ୍ୟପ୍ରତିଜ୍ଞ ହେବେ। ଶ୍ରମ ଓ ନିଷ୍ଠାର ମହତ୍ତ୍ୱ ଉପଲବ୍ଧ ହେବ। ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। ଭୋଗ ଭିତରେ ତ୍ୟାଗ ଓ ସୃଜନଶୀଳତା ମନୋଭାବ ହେବ। |
Odia Calendar 2022
Comments
comments