OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 12th August 2023

Odia Rashiphala

Odia Rashiphala

ଆଜି ଅ- ନାମାକ୍ଷର ବ୍ୟକ୍ତିଙ୍କ ପାରିବାରିକ ଓ କର୍ମ କ୍ଷେତ୍ରର ପରିସ୍ଥିତି ଭଲ ରହିବ। ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ । ସକାକୁ ସକାଳୁ ବନ୍ଧୁଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡ଼ିପାରେ। ସାହିତ୍ୟ ଚର୍ଚ୍ଚା, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବ- ନାମାକ୍ଷର ବ୍ୟକ୍ତିମାନେ ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ଯ କାର୍ଯ୍ୟ ସାଧନ କରିପାରନ୍ତି। ସଭାସମିତିରେ ଆଲୋଚନା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଆକସ୍ମିକ ସମସ୍ୟା ହେତୁ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ। ଉପରେ ପଡ଼ି ବନ୍ଧୁ କିଛି କହିବା କାରଣକୁ ନେଇ ପାରିବାରିକ ଅଶାନ୍ତି ଲାଗିରହିବ |
ଭାବୁଥିବେ ଗୋଟେ କଲା ବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ଯ ହେବେ। ନିଜ ଇଚ୍ଛା ଅନୁଶାରେ କୌଣସି କାମ କରି ନ ପରିବାରୁ ସମାଲୋଚିତ ହେବେ। କୁ ନାମାକ୍ଷର ବ୍ୟକ୍ତି ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ସହକର୍ମୀମାନେ କୌଶଳରେ କାର୍ଯ୍ୟ ହାସଲ କରିବେ।
ଆଜି ଆପଣ ଦ୍ବନ୍ଦ୍ବରେ ପଡ଼ି କୌଣସି ଠିକ୍‌ ନିଷ୍ପତ୍ତି ନେଇ ପାରିବେ ନାହିଁ। ଆକସ୍ମିକ ଭାବରେ ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଡ- ନାମାକ୍ଷର ବ୍ୟକ୍ତିଙ୍କର ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବାର ଯୋଗ ରହିଛି।
କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିଙ୍କ ଦ୍ବାରା ସହଯୋଗ ପାଇବେ | ସମ୍ପର୍କୀୟଙ୍କ ସାହାଯ୍ୟରୁ ବହୁତ ଦିନରୁ ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନସ୍ତାପ ବଢ଼ିଯାଇପାରେ। ମ- ନାମାକ୍ଷର ବ୍ୟକ୍ତିଙ୍କ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ।
ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ। ବନ୍ଧୁଙ୍କ ସାହାଯ୍ୟ ଓ ସହେଯାଗରୁ ଉତ୍ସାହିତ ହେବେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ସମ୍ଭାବନା ରହିଛି। ପୂ -ନାମାକ୍ଷର ବ୍ୟକ୍ତିମାନେ ଘର ଲୋକଙ୍କୁ ଉପେକ୍ଷା କରିବା ହେତୁ ପରକ୍ଷଣରେ ଅନତାପ କରିବାକୁ ପଡ଼ିପାରେ ।
କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଆସିଲେ ମଧ୍ଯ କାମ ଅଟକିବ ନାହିଁ। କେତେକ କ୍ଷେତ୍ରରେ ବନ୍ଧୁଙ୍କ ସମ୍ମୁଖରେ ମନ କଥା କହିବାରେ ପଛେଇ ଯିବେ । ତ- ନାମାକ୍ଷର ବ୍ୟକ୍ତିମାନେ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ପାରିବାରିକ ଅଶାନ୍ତି ହେତୁକ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।
ପାରିବାରିକ ସମସ୍ୟା ଚିନ୍ତାକରି ମନ ଭାରାକାନ୍ତ ରହିବ। ନ-ନାମାକ୍ଷର ବ୍ୟକ୍ତିମାନେ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ଆଶଙ୍କା ରହିଛି। କଳା, ସଙ୍ଗୀତ, ଚଳଚିତ୍ର, କଡ଼ା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ । କର୍ମକ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହେବେ ।
ଆଜି ପାରିବାରିକ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଉଚ୍ଚ ପ୍ରଶଂସିତ ହେବେ। ଭ- ନାମାକ୍ଷର ବ୍ୟକ୍ତିମାନେ ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କହିବା କାରଣରୁ ପରିବାରରେ କଳହ ଦେଖାଦେଇପାରେ। ଖଳ ଲୋକମାନଙ୍କ ଉଦ୍ଦେଶ୍ୟମୂଳକ ମିଥ୍ୟା ଗୁଜବରେ ଆତକିତ ହୂଅନ୍ତୁ ନାହିଁ।
ପାରିବାରିକ ଅସ୍ଥିରତା କାରଣରୁ ମାନସିକ ସ୍ବାସ୍ଥ୍ୟ ଵିଶେଷ ଭଲ ରହି ନ ପାରେ। ଖ-ନାମାକ୍ଷର ବ୍ୟକ୍ତିମାନଙ୍କ କର୍ମକ୍ଷେତ୍ରରେ ସମସ୍ୟା ଜନିତ ମନ ବିଚଳିତ ରହିବ। ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଦୂରଯାତ୍ରାର ସୁଯୋଗ ପାଇବୋ ସ୍ବାସ୍ଥ୍ୟପ୍ରତି ଅବହେଳା କରି ଅନୁତାପ କରିପାରନ୍ତି।
ଆଜି ଶ- ନାମାକ୍ଷର ବ୍ୟକ୍ତିଙ୍କ ପାଇଁ ସହଜରେ ହାତକୁ ଏ ନେଇଥୁବା କାମଗୁଡ଼ିକ ସମ୍ପନ୍ନ ହୋଇଯିବ। ଶିଳ୍ପ ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। କୌଣସି ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।ପରିବାରରେ ପୈତୁକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ ।
ପାଖ ପଡ଼ୋଶୀଙ୍କ ସହ ସମ୍ପର୍କରେ ଅବନତି ଘଟିବା ପାଇଁ ଚେଷ୍ଟା କଲେ ଅବଶ୍ୟ ଉପକୃତ ହେବେ । ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ବ୍ୟବସାୟରେ ସଫଳତା ହାସଲ କରିବେ କିନ୍ତୁ ପରିବହନରେ ସମସ୍ୟା ଲାଗି ରହିବ। ଚ- ନାମାକ୍ଷର ବ୍ୟକ୍ତିଙ୍କ ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments