OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 10th June 2023

Odia Rashiphala

Odia Rashiphala

ଆଜି ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିତର୍କ ହୋଇପାରେ ବନ୍ଧୁଙ୍କ ସହାୟତାରେ ପରିବାରରେ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। କୃତିକା ନକ୍ଷତ୍ର ପୂର୍ବରାଗକୁ କେନ୍ଦ୍ର କରି ଆତ୍ମୀୟସ୍ଵଜନମାନେ ଦୂରେଇ ଯାଇପାରନ୍ତି। ଟେନସନ୍‌ କମିଯିବା ସକାଶେ ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ ଚେଷ୍ଟା କରିବେ ।
ଆଜି ଅସମ୍ପୂର୍ଣ୍ଣ କାମ ପୂର୍ଣ୍ଣାଙ୍ଗ କରିବାରେ ବିବାଦୀୟ ବ୍ୟକ୍ତି ସାହାଯ୍ୟ କରିବେ। ଅତୀତ ଘଟଣା, ସ୍ଵାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ମୃଗଶିରା ନକ୍ଷତ୍ରର କଚେରି ମାମଲା କିମ୍ବା ଆକସ୍ମିକ କଳହଜନିତ ଦୁଶ୍ଚିନ୍ତା ବୃଦ୍ଧ ପାଇବ। ସ୍ଥିର ମନନେଇ କାମକଲେ ସମସ୍ୟାର ସମାଧାନ ହୋଇଯିବ।
ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ଧାରଣ କରି ବିଭିନ୍ନ ସମସ୍ୟାର ମୁକାବିଲାରେ ସମର୍ଥ ହେବେ। କେତେକ ଘଟଣାରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଅସମର୍ଥିତ ସୂତ୍ରରୁ ଅନ୍ୟମାନଙ୍କ କଥା ଶୁଣି ବ୍ୟସ୍ତ ଅନୁଭବ କରିବେ। ଆରଦ୍ରା ନକ୍ଷତ୍ର ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ଯ କେତେକ କାମ କରିବାକୁ ବାଧ୍ଯ ହେବେ ।
ପୁଷ୍ଯା ନକ୍ଷତ୍ରର ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ଯ ବିଶେଷ ଖଟଣିଜନିତ ମନ ଭଲ ରହିବ ନାହିଁ। ଜମା ଭଲ ପଢ଼ୁନଥିବା କୌଣସି ବ୍ୟକ୍ତି ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ। ଅର୍ଥ ସଂକଟ ଦୂରେଇବାରେ ଜଣେ ବିଶିଷ୍ଟ ବ୍ୟକ୍ତି ସହାୟତା କରିବେ । ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ।
ସାମାନ୍ୟ କୌଶଳ ପ୍ରୟୋଗ କରି କାମ କଲେ, ଯାହା ଚାହୁଁଛନ୍ତି ତାହା ପାଇପାରିବେ। ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି। ପୂର୍ବା -“ଫାଲଗୁନୀ ନକ୍ଷତ୍ର ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। ସାମାଜିକ ସ୍ତରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ ।
ସକାଳୁ କୌଣସି ବିଶେଷ କାମରେ ଦୂରଯାତ୍ରା କରିବାକୁ ପଡ଼ିପାରେ । ଆଜି ଘର କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଳିଯିବ। ସ୍ବାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ଖରାପ ନ ହେଲେ ମଧ୍ଯ ବିଶେଷ ଭଲ ରହିବ ନାହିଁ। ଉତ୍ତରାଫାଲଗୁନୀ ନକ୍ଷତ୍ର ଆନୁଷ୍ଠାନିକ କ୍ଷେତ୍ରରେ ନୀତିଗତ କାମରୁ ପ୍ରଶଂସିତ ହେବେ ।
କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ସ୍ବାତୀ ନକ୍ଷତ୍ର ଅନ୍ୟ ମାନଙ୍କୁ ସୁହାଇଲା ଭଳି କଥାକହି ଲକ୍ଷ୍ୟ ହାସଲ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରଖି ଚଳିବା ନିତାନ୍ତ ଜରୁରୀ ହୋଇପଡ଼ିବ। ବାଣିଜ୍ୟ, ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ ।
ଯାହା ଚାହୁଁଥଲେ ତାହା ହାସଲ କରିବାରୁ ମନ ଖୁସି ହୋଇଯିବ। ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ପାଇ ଏକପ୍ରକାର ଆଶ୍ଵସ୍ତି ଲାଭ କରିବେ। ଜଣାଶୁଣା ମିତ୍ର ବନ୍ଧୁମାନେ ଆବଶ୍ୟକ ସହଯୋଗ କରିବା ଦ୍ବାରା କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ। ଜ୍ୟେଷ୍ଠା ନକ୍ଷତ୍ର ସକାଶେ ପଡ଼ୋଶୀ ଈର୍ଷାନ୍ଦିତ ହୋଇ ଭିନ୍ନ ମନ୍ତବ୍ୟ ଦେବେ ।
ପାରିବାରିକ କ୍ଷେତ୍ର ବୁଝାମଣା ଭିରିରେ ଶୃଙ୍ଖଳିତ ହେବାରୁ ଆଶ୍ଵସ୍ତି ଲଭିବେ। ମନ ବୁଝିଲା ଭଳି କଥା କହିବା କାରଣରୁ ବନ୍ଧୁଙ୍କ ସହଯୋଗ ପାଇବାରେ ଅସୁବିଧା ରହିବ ନାହିଁ। ମୂଳା ନକ୍ଷତ୍ରର ରାଜନୀତି କିମ୍ବା ପ୍ରଶାସନିକ ସ୍ତରରେ କାମ ହାସଲ କଷ୍ଟକର ହେବ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ଅବହେଳାରୁ ବ୍ୟୟ ହୋଇଯିବ।
ଆଜି ସ୍ବାର୍ଥ ହାସଲ ପରିପ୍ରେକ୍ଷୀରେ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷାରେ ସମର୍ଥ ହେବେ। ରାଜନୀତିରେ ନେତୃତ୍ବ ନେଇ ପ୍ରଶଂସିତ ହୋଇପାରନ୍ତି ବନ୍ଧୁଙ୍କୁ କହିବା ସକାଶେ ମନରେ ଭାବୁଥିବା କଥାଟି ମୁହଁ ସାମ୍ନାରେ ପ୍ରକାଶ କରିପାରିବେନାହିଁ। ଧନିଷ୍ଠା ନକ୍ଷତ୍ର ପାରିବାରିକ ସ୍ତରରେ ଭଉଣୀ କିମ୍ବା ସ୍ତ୍ରୀଙ୍କ ତରଫରୁ ପ୍ରତିରୋଧ ଆସିପାରେ ।
ଶତଭିଷା ନକ୍ଷତ୍ରର କର୍ମକ୍ଷେତ୍ରସ୍ଥ ପାରିପାର୍ଶ୍ଵକ ପରିସ୍ଥିତି କେତେକାଂଶରେ ଭଲ ରହିବ। ନୂତନ ଯୋଜନାଟିକୁ ଆରମ୍ଭ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେବ । ପାରିବାରିକ ବ୍ୟତିକ୍ରମକୁ ନେଇ ମନୋବଳ ହ୍ରାସ ପାଇବ।
ପୂର୍ବ ସ୍ଥିରୀକୃତ ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ କିନ୍ତୁ ସତର୍କତାର ସହ କାମ କରି ପାରିଲେ ହେଲା। ରେବତୀ ନକ୍ଷତ୍ର ସକାଶେ ଯେତେ ଭଲ କାମ କଲେ ମଧ୍ଯ ନିଜର ଲୋକମାନେ ଦୋଷ ଖୋଜି ବୁଲିବେ। ପ୍ରତ୍ୟେକ ପରିସ୍ଥିତିରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରିବେ ବାସ୍ତବରେ ସେପରି କିଛି ହେବନି। ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ପଡ଼ିପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments