OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Sataurday 4th Febuary 2023

Odia Rashiphala

Odia Rashiphala

ଆଜି ଅଶ୍ଚିନୀ ନକ୍ଷତ୍ର ସକାଶେ ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ପାରିବାରିକ ସ୍ଥିତି‌ ଲୋକ ସମ୍ପର୍କ ସଭାସମିତି, ଆଲୋଚନାଚକ୍ର,ସାହିତ୍ୟ ସଭା ପ୍ରଭୃତିରୁ ଖୁସି ରହିବେ। ସ୍ଥଗିତ କାମ ପାଇଁ ଅନ୍ୟକୁ କିମ୍ବା ନିଜ ଲୋକଙ୍କୁ କୈଫିୟତ୍‌ ଦେବାକୁ ପଡ଼ିବ।ଶାରୀରିକ ସୁସ୍ଥତା ଫେରି ଆସିବାରୁ ଆଶ୍ବସ୍ତି ଲାଭ କରିବେ |
୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦ ଅନୁଭବ କରିବେ। ଆନୁଷ୍ଠାନିକ କାର୍ଯ୍ୟ କିମ୍ବା ସାଂସ୍କୃତିକ କାର୍ଯ୍ୟ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଆଜିର ଯାତ୍ରା, ଧର୍ମକାର୍ଯ୍ୟ, ଭ୍ରାତୃ ସମ୍ପର୍କ କ୍ଷେତ୍ରରେ ସଫଳତା ପ୍ରଦାନ କରିବ। ମୃଗଶିରା ନକ୍ଷତ୍ର ସାଧାରଣ କଥାରେ ଉତ୍ତେଜିତ ହୋଇ ଭୁଲ୍‌ କରିପାରନ୍ତି ।
ଆର୍ଦ୍ରା ନକ୍ଷତ୍ର ଅର୍ଥନୈତିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ। ପାରିବାରିକ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇବେ। ପୂର୍ବ ଶତ୍ରୁତାଜୁ କେନ୍ଦ୍ରକରି ଉଚ୍ଚବାଚ୍ଚ ଜନିତ କୌଣସି ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ।
ଆର୍ଥିକ ଅନଟନ ହେତୁ ଆଶା ପୂରଣ ହୋଇପାରିବ ନାହିଁ। ଫାଇଦା ହାସଲ ପାଇଁ ଫନ୍ଧିଫିକର କରିବା ଲାଗି ଯୋଜନା କରିପାରନ୍ତି। ପୁନର୍ବସୁ ନକ୍ଷତ୍ରର ପରିବହନ କ୍ଷେତ୍ରରେ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସଭାସମିତିରେ ସମସ୍ୟା ସମାଧାନ ହେବ। ପାରସ୍ପରିକ ଭୁଲ୍‌ ନିଷ୍ପତ୍ତି ହେତୁ ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ।
ପ୍ରତିକୂଳ ପରିସ୍ଥିତି ମଧ୍ଯରେ ଚାଲିବା ସାଙ୍ଗକୁ ପାରିବାରିକ ସ୍ଥିରତା ହଠାତ୍‌ ଆସି ନ ପାରେ। ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରି ସମସ୍ୟା ସୃଷ୍ଟି କରିପାରନ୍ତି। ପୂର୍ବାଫାଲଗୁନୀ ନକ୍ଷତ୍ର କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ବୁଦ୍ଧିଜୀବୀଙ୍କ ଦ୍ବାରା ପ୍ରଶଂସିତ ହେବେ |
ଚିତ୍ରା ନକ୍ଷତ୍ର ଆଜି ଦିନରେ ଘର କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଳିଯିବ। ନିଜ ପରିସରର ବ୍ୟକ୍ତିଙ୍କ ଅନୁରୋଧ କ୍ରମେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି |ପ୍ରବାସୀମାନେ ଘରଭଡ଼ାକୁ କେନ୍ଦ୍ରକରି ଝଗଡ଼ା ସମ୍ମୁଖୀନ ହୋଇପାରନ୍ତି |କାରିଗରି, ନିର୍ମାଣ,ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।
ନିଜ ଲୋକଙ୍କ ବେଖାତିର ମନୋଭାବ କାରଣରୁ କୌଣସି ଅଭାବ ନ ଥାଇ ମଧ୍ଯ ମନ ଭଲ ଲାଗିବ ନାହିଁ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ, କିନ୍ତୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ। ବ୍ୟବସାୟ, ପରିବହନ, କଳା, ସାହିତ୍ୟ,ରାଜନୀତି କ୍ଷେତ୍ରରେ ପ୍ରଶଂସିତ ହେବେ। ସ୍ବାତୀ ନକ୍ଷତ୍ର ବ୍ୟକ୍ତିଙ୍କ ପାରିବାରିକ ବିବାଦ ହେତୁ ଅନ୍ତର୍ଦବଦ୍ଧ ଲାଗି ରହିବ।
ଜ୍ୟେଷ୍ଠା ନକ୍ଷତ୍ର କର୍ମକ୍ଷେତ୍ରରେ ମନ ବୁଝିଲା ଭଳି କଥା ହି ବନ୍ଧୁଙ୍କୁ ଆପଣେଇ ନେବେ। ମନୋରଞ୍ଜନରେ,ଯାତ୍ରା ସମୟରେ, ବନ୍ଧୁ ମିଳନରେ, ଆଲୋଚନା କିମ୍ବା ସଭା ସମିତିରେ ଆଗ୍ରହୀ ହେବେ। ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ଟେନସନ୍‌ ବଢ଼ିପାରେ। ମାଲିମକଦ୍ଦମାରେ ବିଜୟ ପ୍ରାପ୍ତିର ଆଶା କରିବେ।
ମୂଳା ନକ୍ଷତ୍ର ପୂର୍ବ ସ୍ଥିରୀକୃତ କୌଣସି ନୂତନ ଯୋଜନା କାଯ୍ୟକାରୀ କରିବେ। କୌଣସି ବିବାଦୀୟ ଘଟଣା ସକାଶେ ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବାର ସମ୍ଭାବନା ରହିଛି। ନିଜ ମନ ପସନ୍ଦର ଜିନିଷ କିଣିବା ସକାଶେ ମନ ବଳାଇବେ।
ଶ୍ରବଣା ନକ୍ଷତ୍ର ସକାଶେ ଆଜିର ନୂତନ କର୍ମାରମ୍ଭ ପ୍ରୀତିପଦ ହେବ। ମାନସିକ ଚାପ ବୃଦ୍ଧି ପାଇବା ଜନିତ ଦୁଶ୍ଚିନ୍ତା କାରଣରୁ ରକ୍ତଚାପ ମଧ୍ଯ ବଢ଼ିପାରେ । ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ତୁଲାଇ ନେବେ। କୌଣସି ଜିନିଷର କ୍ରୟବିକ୍ରୟ ନିମିତ୍ତ ପରିବାରରେ ମତ ପାର୍ଥକ୍ୟ କାରଣରୁ ଅଶାନ୍ତ ରହିବେ।
ନୂତନ କର୍ମସମ୍ଥାନ ପାଇଁ ମନ ଦେଇପାରନ୍ତି |ଅବଶ୍ୟ କିଛି ଅସୁବିଧା ହେବ ନାହିଁ। ଯେ କୌଣସି କାମ ହେଉନା କାହିଁକି ଆପଣ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଧନିଷ୍ଠା ନକ୍ଷତ୍ର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତ, ଅନ୍ୟଥା ଅନୁତାପ କରିବା ସାର୍‌ ହେବ। ବ୍ୟବସାୟ,ପରିବହନ, ବାଣିଜ୍ୟ, କଳକାରଖାନା ଦିଗରୁ ଉପକୃତ ହେବେ।
ରେବତୀ ନକ୍ଷତ୍ରର କେତେକ କାମରେ ପ୍ରତିବନ୍ଧକ ଯୋଗୁ ଆଶାନୁଯାୟୀ ଅଗ୍ରଗତି ହୋଇପାରିବ ନାହିଁ। ଦାୟିତ୍ବହୀନତା କାରଣରୁ କୌଣସି ବନ୍ଧୁ ଠିକ୍‌ ଖବର ଦେବାରେ ହେଳା କରିପାରନ୍ତି। ଦୀର୍ଘ ଦିନରୁ ବକେୟା ରହିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ସହକର୍ମୀଙ୍କ ସହ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments