![]() | ଆଜି ଆପଣଙ୍କୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସାହାଯ୍ୟ ଓ ସହଯୋଗ କରିବାର ପ୍ରତିଶ୍ରୁତି ଦେଇପାରନ୍ତି ଯାନ୍ତ୍ରିକ ଶିଳ୍ପ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ଯ ଲାଭ କିଛି ଉଣା ହେବନି। ପାରିବାରିକ ଅଶାନ୍ତି ଦୂର ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ପାରନ୍ତି। ସନ୍ତାନ ହେତୂକ ଅନାଦର ଭାବ ଅନୁଭବ କରି ଦୁଃଖିତ ହେବେ । |
ଅନ୍ୟମନସ୍କ ରହିବା ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହୋଇପାରନ୍ତି। ପରିବେଶ ସରଗରମ ଥିଲେ ମଧ୍ଯ ଆଜି ଅଫିସ୍ରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ବହୁତ ବଢ଼ିଆ ଓ ସନ୍ତୋଷଜନକ ଫଳ ପାଇବେ। ପାରିବାରିକ କ୍ଷେତ୍ରରେ ଜଗିରଖି ଚଳନ୍ତୁ, ଅନ୍ୟଥା ସମସ୍ୟା ବଢ଼ି ବଢ଼ି ଯାଇପାରେ । | |
ଟେଷ୍ଟା କରୁଥିବା କାମରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ପ୍ରତିଦ୍ବନ୍ଦିତା କିମ୍ବା ପ୍ରତିଯୋଗିତାରେ ଦୁଃସାହସିକ ପଦକ୍ଷେପ ନେବା ଶୁଭଫଳ ଦେବ। ବିବାଦୀୟ ଘଟଣାରେ ମଧ୍ଯସ୍ଥତା କଲେ ଅଶାନ୍ତିକୁ ଡାକିଆଣିବେ। ଉଚ୍ଚ ପଦାଧିକାରୀଙ୍କ ସମ୍ମୁଖରେ ମନକଥା କହି କାମ ହାସଲରେ ସମର୍ଥ ହେବେ । | |
ଅଧସ୍ଥନ କର୍ମଚାରୀଙ୍କ ମନକୁ ସୁହାଇଲା ଭଳି କଥା କହି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିପାରିବେ। ଅନ୍ୟାୟ ବିରୋଧରେ ସ୍ଵର ଉଠାଇବେ ସତ, ସହଯୋଗ ପାଇବା କଷ୍ଟକର ହେବ। ବିଶେଷ ଭ୍ରମଣ କାରଣରୁ ସ୍ବାସ୍ଥ୍ୟହାନି ଦେଖାଦେଇପାରେ ଶିଳ୍ପ ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନ କ୍ଷେତ୍ରରେ ସମସ୍ୟାକୁ ସୁଧାରିନେବା ପାଇଁ ପ୍ରଯନ୍ନ କରିପାରନ୍ତି । | |
ସ୍ଥଗିତ କାର୍ଯ୍ୟ ବହୁତ ଥିବାରୁ ମାନସିକ ସ୍ଥିରତା ରହିବ ନାହିଁ। ସଭାସମିତିରେ ପ୍ରିୟଜନଙ୍କୁ ଯୁକ୍ତିଯୁକ୍ତ କଥା କହି ସମସ୍ୟା ସୁଧାରିନେବେ। କିଛି ମୂଲ୍ୟବାନ୍ ଜିନିଷ କିଣିବା ସକାଶେ ମନ ବଳାଇ ପାଇବାରେ ଅସୁବିଧା ହେବନାହିଁ। ନିଜ ପରିସରର ବ୍ୟକ୍ତିଙ୍କ ସଦ୍ଦିଚ୍ଛା କାରଣରୁ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ | | |
ଆଜି ବିଭିନ୍ନ ଦିଗରୁ ସାହାଯ୍ୟ, ସହଯୋଗର ଅବାରିତ ଧାରା ବହି ଆସିବ। ଜମିଜମା, ମାଲିମକଦ୍ଦମା, ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ନୂତନ ଭାବେ ଆରମ୍ଭ କରିବାକୁ ଥିବା କାମ ନିର୍ବିଘ୍ମରେ ସମାପନ କରିପାରିବେ। ଆନୁଷ୍ଠାନିକ କାମରେ ବନ୍ଧୁମିଳନରୁ ଖୁସି ରହିବେ। | |
ଆଜି ପାରିବାରିକ, ସାମାଜିକ, ରାଜନୈତିକ, ସାଂଗଠନିକ ଓ ଲୋକସମ୍ପର୍କ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ସାହାଯ୍ୟ କରୁଥିବା ବ୍ୟକ୍ତି ଉପରେବିରକ୍ତ ହୁଅନ୍ତୁ ନାହିଁ। କେତେକ କ୍ଷେତ୍ରରେ ମନକଥା ମନରେ ରଖି ଗୁରୁଜନଙ୍କୁ ପ୍ରତାରିତ କରି ଅନୁଶୋଚନା କରିବେ। ଅଫିସ୍ରେ ପରିଚାଳନା ଦାୟିତ୍ବ ବୁଦ୍ଧି ପାଇପାରେ । | |
ଦୀର୍ଘଦିନରୁ ଚିନ୍ତା କରୁଥିବା କାମରେ ଅଗ୍ରଗତିର ସୂଚନା ପାଇ ସାମୟିକ ଖୁସି ହେବେ। ବନ୍ଧୁମିଳନ ସହ ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହେବେ । କର୍ମକ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ଉଚ୍ଚବର୍ଗଙ୍କ ସହାୟତା ମିଳିବା ସାଙ୍ଗକୁ ପ୍ରଶାସନିକସ୍ତରରେ ସମସ୍ୟା ସମାଧାନ ହୋଇଯିବ। | |
ଅତୀତ ଘଟଣାକୁ ଚିନ୍ତାକରି ଆଜି ସକାଳୁ ବିଭିନ୍ନ ଦୁଶ୍ଚିନ୍ତା ମନକୁ ଆକ୍ରାନ୍ତ କରିବ। ପାରିବାରିକ ସମସ୍ୟା ଭୂଲି ଗୁରୁତ୍ବପୂର୍ଣ୍ଣ କାମକୁ ପ୍ରାଧାନ୍ୟ ଦେବେ। ପ୍ରକାଶନ, ପ୍ରଶାସନ, ରଚନତ୍ମକ କାମ, ଗବେଷଣା, ଅନୁସନ୍ଧାନ, କଳା, ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ଶୁଭଫଳ ପାଇବେ। କୌଣସି ଗୁରୁବର୍ଗୀୟ ବ୍ୟକ୍ତିଙ୍କ ଆରୋଗ୍ୟ ସକାଶେ ବ୍ୟାକୁଳ ହେବେ। | |
ନିଜ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ମୁଗ୍ଧ କରିବାରେ ଅଗ୍ରଣୀ ହେବେ। ରଣଭାର କ୍ରମଶଃ ବୃଦ୍ଧି ପାଉଥିବା କାରଣରୁ ସାମୟିକ ଚିନ୍ତା କରିବେ। ମାଙ୍ଗଳିକ ତଥା ଜନକଲ୍ୟାଣମୂଳକ କାମରେ ନିଜକୁ ନିୟୋଜିତ କରି ଖୁସି ରହିବେ । ବ୍ୟବସାୟୀମାନେ ନିଜର ପ୍ରାଧାନ୍ୟ ବିସ୍ତାର କରି ବନ୍ଧୁଙ୍କ ସମସ୍ୟାକୁ ସୁଧାରିନେବେ। | |
ଗତକାଲିର ସ୍ଥଗିତ କାମକୁ ଆଜି ପୂରାଦମ୍ରେ କରିବା ପାଇଁ ନିଷ୍ପତ୍ତି ନେବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବା ଦ୍ବାରା ଅଟକିଥିବା କାମ ତ୍ବରାନ୍ବିତ ହେବ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ । | |
ଆପଣଙ୍କର ଯାହାକିଛି ସାଧାରଣ ସମସ୍ୟା ରହିଛି, ସେଥିରେ ବିଶେଷ କିଛି ଅସୁବିଧା ହେବ ନାହିଁ। ବ୍ୟବସାୟ ଓ ପରିବହନ, ଲୋକସମ୍ପର୍କ, ଆଲୋଚନା, ସଭାସମିତି ପ୍ରଭୃତି ବିଭିନ୍ନ ଦିଗରୁ ଲାଭବାନ୍ ହେବେ। ମାଙ୍ଗଳିକ କାମ ଲାଗି ଦୂରଯାତ୍ରା କରିବାକୁ ପଡ଼ିପାରେ । ପରିବାରରେ ପିତୂଅର୍ଜିତା ସମ୍ପିତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟିର ଆଶଙ୍କା ମଧ୍ଯ ରହିଛି। |
Odia Calendar 2023
Comments
comments