OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Sataurday 24th December 2022

Odia Rashiphala

Odia Rashiphala

କର୍ମକ୍ଷେତ୍ରରେ ପ୍ରଭୁତ୍ବ ବିସ୍ତାର କରିପାରନ୍ତି |ଏକ ବିଶାଳ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିପାରନ୍ତି |ଗୁରୁକୃପା ଲାଭ କରିବେ |କର୍ମତତ୍ପରତା ପ୍ରକାଶ ପାଇବ |କୃପାନିଧାନଙ୍କ କୃପାପାତ୍ର ହେବେ |
ନିକୃଷ୍ଟ ସଙ୍ଗ ହେଲେ ପ୍ରଭାବହୀନ ହୋଇପାରନ୍ତି |ସରକାରଙ୍କ କ୍ରୁର ଦୃଷ୍ଟି ପଡିପାରେ |ଧନଧାନ୍ୟ ହୀନ ହେବା ଆଶା କରାଯାଏ |ଦୟାଳୁ ନ ହୋଇ ପାରନ୍ତି |ଦିନଟି ପ୍ରମାଦପୂର୍ଣ୍ଣ ହେତୁ ସତର୍କତା ଆବଶ୍ୟକ |
କଠିନ ସ୍ବଭାବ ସମ୍ପନ୍ନ ହେବେ |କାମୀ ନ ହୋଇ ପ୍ରେମୀ ହେବା ଟା ଭଲ |ସମାଜସେବା ସ୍ବରୁପ ବିଶେଷ ପୁର୍ଣ୍ୟ ଅର୍ଜନ କରିପାରନ୍ତି |ଚେଷ୍ଟା ସୁଶୀଳ ଓ ବିନୟାବନତ ହୋଇପାରେ |ଦିନଟି ସୁଖପୁର୍ଣ୍ଣ ହେବ |
ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ। ନିଜ ପରିସରରେ ବନ୍ଧୁମାନଙ୍କ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି ।
ଆଲୋଚନାର ଶେଷଭାଗରେ କୌଣସି ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ଅଫିସରେ ଭୁଲ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ପରିବାରର ଆବଶ୍ୟକତା ଅନୁଯାୟୀ ଧାର କରଜ କରି କାମ ଚଳାଇ ନେବେ। ପରିସ୍ଥିତିଯାହା ହେଉନା କାହିଁକି ନିଜକୁ ନିୟନ୍ତ୍ରଣ ମଧ୍ଯରେ ରଖିବାପାଇଁ ସମର୍ଥ ହେବେ।
ଆଜି ଦିନଟିରେ କୌଣସି କ୍ଷେତ୍ରରେ ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ବନ୍ଧୁମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। ସାମୟିକ ସମସ୍ୟା ଦେଖାଦେବାରୁ ହାତକୁ ନେଇଥିବା ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ ।କଥାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ।
ମନେ ମନେ ଭାବୁଥୁବା କଥାଟି ଆଜି ବାସ୍ତବରେ ପରିଣତ ହୋଇଯିବ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି । କର୍ମକ୍ଷେତ୍ରରେ ଈର୍ଷାଳୁ ବନ୍ଧୁଙ୍କ ଦ୍ବାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଆଜିର ଯାତ୍ରା,ପ୍ରଶାସନ, କଳା, ସାହିତ୍ୟ କ୍ଷେତ୍ରରୁ ପ୍ରଶଂସିତ ହେବେ |
ଟେନ୍‌ସନ୍‌ ମଧ୍ଯରେ ଚଳିଲେ ମଧ୍ଯ ନିଜକୁ ନିୟନ୍ତ୍ରଣ ରଖିବା ପାଇଁ ସମର୍ଥ ହେବେ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।ଗୃହସୀମା, କିମ୍ବା ଭୂମି, ଗାଡ଼ିମୋଟର ସମ୍ପର୍କୀୟ ଦୁଶ୍ଚିନ୍ତା ଆସିବ। ପଡ଼ୋଶୀ କିମ୍ବା ସହକର୍ମୀ
ସାଧାରଣ କଥାକୁ କେନ୍ଦ୍ର କରି କଳହ କରିପାରନ୍ତି ।
ଆଲୋଚନା ପରିସରରେ ଆପୋସ ମିଳାମିଶାରୁ ପୂର୍ବ ସମସ୍ୟାର ସମାଧାନ ଘଟିବା କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିପାରେ ।ସ୍ବାର୍ଥଦାନି ଆଶଙ୍କାରେ ଆତ୍ମୀୟମାନେ କ୍ରମଶଃ ଦୂରେଇଯିବେ। ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା, ପ୍ରକାଶନ, ପ୍ରଶାସନିକ ସ୍ତରରେ ସମସ୍ୟାର ସମାଧାନ ହୋଇଯିବ।
ସବୁ ସମୟରେ ପାଖରେ ଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ । ଭଲରୂପେ ନ ଜାଣି ଅଯଥା ସନ୍ଦେହକଲେ ନିଜେହିଁ କ୍ଷତିରେ ପଡ଼ିବେ। ମୂଲ୍ୟବାନ ଜିନିଷଟି ପରକୁ ଦେଇ ଆବଶ୍ୟକ ସମୟରେ ନ ପାଇ ଅପଦସ୍ଥ ହୋଇପାରନ୍ତି ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ।
ମାନସିକ ସ୍ଥିତି ପ୍ରାୟତଃ ଭଲ ରହିଲେ ମଧ୍ଯ ଦୁର୍ବଳତା ଲାଗିରହିବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ତରଫରୁ ସମସ୍ୟା ଆସିପାରେ। କର୍ମକ୍ଷେତ୍ରରେ
ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ।
ଆଜି ସକାଳୁ ସକାଳୁ ପାରିବାରିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ । ଆନୁଷ୍ଠାନିକ ସ୍ତରରେ ସବୁ ସମସ୍ୟା ଆଲୋଚନା ମାଧ୍ଯମରେ ସମାଧାନ କରିବେ। ଅଫିସ୍‌ରେ କୌଣସି ବ୍ୟତିକ୍ରମ ଅବଲୋକନ କରି ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments