 | ଆଜି କେତୁଯୁକ୍ତ ଚନ୍ଦ୍ର ସପ୍ତମସ୍ଥ ଯୋଗୁ ଘର,ପରିବାର, ଜମିଜମା ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଯାତ୍ରା, ପ୍ରତିଯୋଗିତା, ଶିଳ୍ପ ବାଣିଜ୍ୟ, ବ୍ୟବସାୟ ସାଧାରଣ ବାଧାପ୍ରାପ୍ତ ହୋଇପାରେ। ନୂତନ କର୍ମାରମ୍ଭ ସକାଶେ ନିଷ୍ପତ୍ତି ନେଇପାରନ୍ତି। ଉପରିସ୍ଥଙ୍କ ଅନୁକମ୍ପା କାର୍ଯ୍ୟ ହାସଲରେ ସାହାଯ୍ୟ କରିବ। |
 | କାର୍ଯ୍ୟ ହାସଲ ପରିପ୍ରେକ୍ଷୀରେ ଅନ୍ୟମାନଙ୍କୁ ମନେଇବାକୁ ଚେଷ୍ଟା କରି ସଫଳତା ପାଇବେ। ମନରେ ଉତ୍ତେଜନା ଲାଗିରହିବା ଫଳରେ ଚିଡ଼ିଚିଡ଼ା ମନୋଭାବ ପରିଲକ୍ଷିତ ହୋଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଭଲ ଲାଭ ପାଇବେ। ମାଙ୍ଗଳିକ କାମ ସକାଶେ କୌଣସି ବିଳାସ ଉପକରଣ କ୍ରୟ କରିପାରନ୍ତି। |
 | ପାପଗ୍ରହ ମଧ୍ଯସ୍ଥ ଶୁକ୍ର ଓ ବୃହସ୍ପତି ଜନିତ ପ୍ରତିବନ୍ଧକ କାରଣରୁ ଅଟକି ରହିଥିବା କାମ ସକାଶେ ଅନୁତାପ କରିବେ। ଭ୍ରମଣ, ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢ଼ା ପାଇଁ ଦିନଟି ବହୁତ ଭଲ। ଅସମର୍ଥିତ ସୂତ୍ରରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପାରିବାରିକ ସ୍ଥିତି ପୂର୍ବପରି ଅକ୍ଷୁର୍ଣ୍ଣ ରହିବ। |
 | ରାହୁଙ୍କ ପ୍ରଭାବରୁ କର୍ମକ୍ଷେତ୍ରରେ ଅନ୍ୟ ଦ୍ବାରା ପ୍ରଭାବିତ ହୋଇ କୌଣସି ଭୁଲକାମ କରିପାରନ୍ତି |ବିତର୍କଜନିତ ପରିବାରରେ ସାଧାରଣ କଥାରୁ କଳହର ସମ୍ମୁଖୀନ ହେବାକୁ ପଡ଼ିବ। ବନ୍ଧୁଙ୍କ ନିକଟରୁ କିଛି ପାଇବାର ପ୍ରତିଶ୍ରୁତି ପାଇ ଆଶ୍ଵସ୍ତି ଅନୁଭବ କରିପାରନ୍ତି। ରଣ ପରିଶୋଧକୁ କେନ୍ଦ୍ରକରି କରଜଦାତାଙ୍କ ସହ ଯୁକ୍ତିତର୍କ ଲାଗିପାରେ । |
 | ପାରିବାରିକ ସମସ୍ୟାର ସରଳ ସମାଧାନ ସକାଶେ ଅନୁକୂଳ ପରିବେଶ ସୃଷ୍ଟିହେବ। ସ୍ବାର୍ଥସାଧନରେ ବିଫଳତାକୁ ନେଇ ନିଜ ଲୋକମାନେ ବିଶ୍ବାସଘାତକତା କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଇର୍ଷା ପରାୟଣ ବ୍ୟକ୍ତିଙ୍କ ଦ୍ବାରା ଅସମ୍ମାନିତ ହୋଇପାରନ୍ତି। ଜମିଜମା କିଣାବିକା ବାବଦରେ ନୂତନ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇପାରେ। |
 | ନୀଚାରୋହୀ ବୁଧଜନିତ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପାରିବାରିକ ସ୍ତରରେ ନୀରବଦ୍ରଷ୍ଟା ଭଳି କାମ କରି ପରେ ଚିନ୍ତିତ ହେବେ ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ସୂଚନା ରହିଛି। ବନ୍ଧୁଙ୍କ ସ୍ବାସ୍ଥ୍ୟହାନି କାରଣରୁ ଡାକ୍ତରଙ୍କ ପରାମଶ ପାଇଁ ଆପଣଙ୍କୁ ଦୌଡ଼ିବାକୁ ପଡ଼ିପାରେ । |
 | କର୍ମାଧିପ ରାଶିରେ ଥିବାରୁ ଆଜି ହିଁ ଯେଉଁ ‘ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ତାହା ନିର୍ବିଘ୍ନରେ ସମାପନ ହେବ। ବିଶେଷ ଭ୍ରମଣ କାରଣରୁ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। କୌଣସି କାମ ହାସଲ ପାଇଁ ବହୁତ ଟଙ୍କା ଖର୍ଚ୍ଚକରି ଦୁଃଖିତହେବେ। ବିବାଦୀୟ ଘଟଣାରେ ସଫଳତା ବିଳମ୍ବରେ ପାଇବେ | |
 | କର୍ମାଧିପ ଅଷ୍ଟମାଧିପତି ଯୁକ୍ତ କାରଣରୁ ଇର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ସମସ୍ୟା ଭୋଗିବେ। ପଡ଼ୋଶୀଙ୍କ ସହ ମଧୁର ସମ୍ପର୍କ ସାହାଯ୍ୟକାରୀ ହେବ । |
 | ଶନି ଓ ବୁଧଙ୍କ ସଂଯୋଗ ହେତୁ ଫେରିବା ରାସ୍ତାରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ସାଂଗଠନିକ ରାଜନୀତିରେ ନେତୃତ୍ବ ନେଇ ପ୍ରଶଂସିତ ହେବେ। ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହେବାର ଆଶଙ୍କା ରହିଛି। |
 | ଗୁରୁ ସହ ଶୁକ୍ରଙ୍କ ସଂଯୋଗ ହେତୁ ସବୁ ସମୟରେ ପାଖରେ ରହୁଥିବା କୌଣସି ବ୍ୟକ୍ତି ଦ୍ବାରା କାମ ହାସଲ କରିବେ। କଳା ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। ଭାବୁଥିବା କାମଟି ସକାଶେ ସହଯୋଗ ଆଶା ରଖେ କିନ୍ତୁ ବନ୍ଧୁଙ୍କୁ କହିପାରିବେ ନାହିଁ। ବିବାଦୀୟ ଘଟଣା ଅପରାହ୍ନେ ସମାଧାନ ହୋଇଯିବାର ଆଶା ରହିଛି। |
 | ବ୍ୟୟାଧିପ ରାଶିସ୍ଥ ଯୋଗୁ ପରିବାରର ଖର୍ଚ୍ଚ ବୃଦ୍ଧି କାରଣରୁ ଚିନ୍ତା ପ୍ରକଟ କରିବେ। ବିଭିନ୍ନ ସମସ୍ୟାମୂଳକ କାମରେ ପ୍ରବେଶ କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପାରିବାରିକ ସୁଖ ସ୍ବାଚ୍ଛନ୍ଦ୍ୟ କାରଣରୁ କିମ୍ବା ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। ସହକର୍ମୀମାନଙ୍କ ମଧ୍ଯରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । |
 | ଉଚ୍ଚସ୍ତ ଶୁକ୍ର ରାଶ୍ୟାଧିପ ସହ ଥିବାରୁ ନୂତନ ସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ସ୍ମରଣୀୟ ରହିବ। ବୁଝାମଣା ମାଧ୍ଯମରେ ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବେ। ବଡ଼ ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ । ବ୍ୟବସାୟ, ବାଣିଜ୍ୟ,ପରିବହନ ମାନ୍ଦା ହେବ ନାହିଁ। |