 | ଆରମ୍ଭ କରିଥିବା କାମରେ ସଫଳତା ହାସଲରେ ସମର୍ଥ ହେବେ। ପାରିବାରିକ ସମ୍ପର୍କ, ହୋଟେଲ୍ ଶିଳ୍ପ, ଛୋଟ ଦୋକାନରୁ ସେତେଟା ଭଲ ଫଳ ମିଳିବ ନାହିଁ। ପାରିବାରିକ ସ୍ତରରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। କୌଣସି ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେଇପାରନ୍ତି । |
 | ଦୈହିକ ଦୁର୍ବଳତା ଯୋଗୁ କୌଣସି କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ଆତ୍ମୀୟଙ୍କ ସହଯୋଗରୁ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବା ସ୍ତ୍ରୀଙ୍କ ପ୍ରୋତ୍ସାହନରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତି ନେବେ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି । |
 | କର୍ମକ୍ଷେତ୍ରରେ ସହଯୋଗ ପାଇ ସ୍ଥଗିତ କାମକୁ ତ୍ବରାନ୍ବିତ କରିବେ। ଅଳଙ୍କାର,ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କ୍ଷେତ୍ରରେ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିବେ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ନୂତନ ପଦକ୍ଷେପ ଗ୍ରହଣ କରିବା ସକାଶେ ମନ ବଳାଇପାରନ୍ତି। |
 | ପରକଥାରେ ପଡ଼ି ଭୁଲ ମାର୍ଗର ଅନୁସରଣ କରି ଅପଦସ୍ଥ ହୋଇପାରନ୍ତି କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇଁ ଚେଷ୍ଟିତ ହେବେ ଏବଂ ନୂତନ ଯୋଜନା ସକାଶେ ମନ ବଳାଇବେ। ନିକଟ ସମ୍ପର୍କୀୟମାନଙ୍କ ସହ କାମ ହାସଲ କରିବା ପାଇଁ ଚେଷ୍ଟା କରିପାରନ୍ତି। ପ୍ରଶାସନ,ବାଣିଜ୍ୟ, ପରିବହନ, ମାଲିମକଦ୍ଦମା, ନିର୍ମାଣ କ୍ଷେତ୍ର ପ୍ରାୟତଃ ଭଲ ରହିବ |
 | ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅନ୍ୟମାନଙ୍କଠାରୁ କିଛି ଖବର ଶୁଣି କିମ୍ବା ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ପ୍ରଦିଦ୍ବନ୍ଦିତା ସହ ମତାନ୍ତର ଦେଖାଦେଇପାରେ। ମିତ୍ର କେହି ନିଜର ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ଛଳନା କରି ଦୂରେଇ ଯାଇ ପାରନ୍ତି। |
 | କଠିନ ପରିଶ୍ରମ ଓ ଭ୍ରମଣଜନିତ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ। ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେବାର ଆଶଙ୍କା ରହିଛି। ସାହିତ୍ୟ, ସାମ୍ବାଦିକତା, ବ୍ୟବସାୟ, ଚୁକ୍ତିପତ୍ର, ସଭାସମିତି, ଆଲୋଚନା କ୍ଷେତ୍ର ମଧ୍ଯମ ପ୍ରକାରର ରହିବ। ପରୋକ୍ଷ ଶତୁତା, କ୍ରୟ ବିକ୍ରୟ କ୍ଷେତ୍ରରେ ଅସୁବିଧା ଏବଂ କାର୍ଯ୍ୟରେ ବିଳମ୍ବଜନିତ ଅଶାନ୍ତି ଲାଗିପାରେ । |
 | ଯାହାକୁ ନିଜର ମନେ କରିବେ, ସେହି ବ୍ୟକ୍ତି ହିଁ ପ୍ରତ୍ୟେକ କ୍ଷେତ୍ରରେ ଦୂରେଇ ରହିବ। କୌଣସି କାମରେ ବନ୍ଧୁମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି। ସ୍ଵାସ୍ଥ୍ୟରେ ଉନ୍ନତି ଘଟିବା ସହ ଏବଂ କାର୍ଯ୍ୟଶୈଳୀର ମଧ୍ଯ ପରିବର୍ଭନ ଘଟିପାରେ । କଳା,ସାହିତ୍ୟ, ସାମ୍ବାଦିକତା, ସଭାସମିତିରେ ସୁନାମ ମିଳିବ | |
 | ସାଧାରଣ ପ୍ରଶଂସାରେ ଉତ୍ଫୁଲିତ ଓ ସମାଲୋଚନାରେ ବ୍ୟସ୍ତବିବ୍ରତ ମଧ୍ଯ ହେବେ। ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେବ। ସହକର୍ମୀଙ୍କ ଦ୍ବାରା ଦୀର୍ଘଦିନରୁ ଚିନ୍ତା କରିଥବା କାମଟି ହଠାତ୍ ହୋଇଯିବ। ରଚନାତ୍ମକ କାର୍ଯ୍ୟ, କଳା, ସାହିତ୍ଯ, ସଭାସମିତି,ଗବେଷଣା, ବ୍ୟବସାୟ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। |
 | ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ହେତୁ ଆପଣଙ୍କ କାମଗୁଡ଼ିକ ସୁବିଧାରେ ହୋଇଯିବ। ରୋଗ, ଋଣ ଓ ଶତ୍ରୁତା ସହ କାର୍ଯ୍ୟହାନି ଦୁଶ୍ଚିନ୍ତାର କାରଣ ହୋଇପାରେ । ଉପରିସ୍ଥଙ୍କ ଦୃଢ଼ ପ୍ରତିଶ୍ରୁତି ଲାଭକରି ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ। |
 | ଭାବପ୍ରବଣତାବଶତଃ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଘର ଭିତରେ ଅସାବଧାନତାବଶତଃ ଦବ୍ର୍ୟ ନଷ୍ଟ ହୋଇପାରେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍ ଧାରଣା ଯୋଗୁ ଭଲ କାମ କରି ମଧ୍ଯ ନିନ୍ଦା ଶୁଣିବେ। ପ୍ରଶାସନ, ଶିଳ୍ପ,ବାଣିଜ୍ୟ ବ୍ୟବସାୟ, ପରିବହନ ଓ ଏଜେନଶିପରୁ ଖୁସି ରହିବେ । |
 | କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ‘ ସୁଧାରି ନେବେ ନିର୍ମାଣ କାମ ଧମେଇ ଯିବାରୁ ମାନସିକ ସ୍ତରରେ ଚିନ୍ତିତ ରହିପାରନ୍ତି। ଋଣ ପରିଶୋଧ ଜନିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।ଆଜିର ସକାଳୁଆ ଯାତ୍ରାରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ । |
 | ଆର୍ଥିକ ସ୍ଥିତି ଭଲ ରହିଲେ ମଧ୍ଯ ପାରିବାରିକ ସଙ୍କଟଜନକ ରହିବ। ଶିକ୍ଷା, ସନ୍ତାନ,ଧର୍ମକାର୍ଯ୍ୟ ସକାଶେ ବିଶେଷ ଆଲୋଚନା କରିପାରନ୍ତି। ମାଲିମକଦ୍ଦମା, ରାଜନୀତି, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଅସ୍ଥିରତା ପରିଲକ୍ଷିତ ହେବ। ପରିବାରରେ ଛୋଟ ଛୋଟ କଥାରେ କଳହ ଲାଗିବାର ସମ୍ଭାବନା ରହିଛି। |