OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 8th May 2023

Odia Rashiphala

Odia Rashiphala

ଆଜି ଚନ୍ଦ୍ର ଓ ମଙ୍ଗଳ ଷଡ଼ାଷ୍ଟକ ସ୍ଥିତିରେ ଥିବାରୁ ଏକାଧାରରେ ଦୈହିକ ଓ ମାନସିକ ସ୍ଥିତି ଠିକ୍‌ ରହି ନା ପାରେ। ରାଶିରେ ରାଜଯୋଗ ସୃଷ୍ଟି ହୋଇଥିବାରୁ କୃତ୍ତିକା ନକ୍ଷତ୍ର ଉଚ୍ଚଚିନ୍ତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନିଧ୍ଯ ଲାଭ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ସାମିଲ ହେବେ। ଆଜିର ଯାତ୍ରା, ବାଣିଜ୍ୟ, ମାଙ୍ଗଳିକ କାମ ଫଳପ୍ରଦ ରହିବ |
ଧନ ସ୍ଥାନ ପ୍ରତି ଚନ୍ଦ୍ରଙ୍କ ପ୍ରତ୍ୟକ୍ଷଦୃଷ୍ଟି କାରଣରୁ ଅଭାବକୁ ଦୂରେଇବାରେ ବନ୍ଧୁ ସାହାଯ୍ୟ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସାଙ୍ଗକୁ ପ୍ରକଳ୍ପ କାର୍ଯ୍ୟରେ ଅଗ୍ରଗତି ଘଟିବ। ବ୍ୟବସାୟ, ବାଣିଜ୍ୟ, ନିର୍ମାଣ ପାଇଁ ଦିନଟି ଭଲ ରହିବ। ବନ୍ଧୁ ମିଳନ ସାଙ୍ଗକୁ କଳା, ସାହିତ୍ଯ, ପ୍ରବଚନ, ଆଧାାମିକ ସଭା ସମିତିରେ ସମ୍ମାନିତ ହେବେ |
ନିଜ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରାଧାନ୍ୟ ଦେଇପାରନ୍ତି। କୌଣସି ବ୍ୟକ୍ତି ନିକଟରେ ବାକି ରହିଥିବା ଟଙ୍କା, ପଇସାକୁ କେନ୍ଦ୍ର କରି ଅନର୍ଥ ସ୍ମୃଷ୍ଟି ହୋଇପାରେ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଆଲୋଚନା, ଆନୁଷ୍ଠାନିକ କାମ, ସଭା ସମିତିରେ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ରବି ଏକାଦଶ ଭାବରେ ଥିବାରୁ ଆତ୍ମୀୟଙ୍କ ସୁନଜରରେ ଆସିବେ।
କର୍ମଭାବରେ ରାଜଯୋଗ ହେତୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନିଧ୍ଯ ଲାଭର ସୌଭାଗ୍ୟ ପାଇବେ। ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି,ଏଣୁ ସତର୍କତାର ସହ କାମ କରିବା ଭଲ । ପାରିବାରିକ କ୍ଷେତ୍ରରେ ରହିଥିବା ଟେନସନ୍‌ କେତେକାଂଶରେ କମିଯିବ।
ଶନିଦୃଷ୍ଟ ଗ୍ରହସମୂହ ହେତୁ ବିଭିନ୍ନ ସମସ୍ୟା ଜାଲରେ ଛନ୍ଦିହୋଇ ମାନସିକ ସନ୍ତୁଳନ ହରାଇବେ। ଆର୍ଥିକ ସ୍ଵଚ୍ଛଳତା ରହିଥିଲେ ମଧ୍ଯ ମାନସିକ ଶାନ୍ତି ବ୍ୟାହତ ହେବ। ରାଜନୀତି ତଥା ପ୍ରଶାସନିକ ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବ୍ୟବସାୟ, ବାଣିଜ୍ୟ, ପରିବହନ, ଜମିଜମା, କଳକାରଖାନାରେ ସଫଳତା ଅର୍ଜନ କରିବେ।
କର୍ମକ୍ଷେତ୍ରରେ କାମ ବିଳମ୍ବ ହେବାରୁ ବିରକ୍ତି ପ୍ରକାଶ କରିବେ। ଉତ୍ତରା ଫାଲଗୁନୀ ନକ୍ଷତ୍ର ସକାଶେ ବନ୍ଧୁମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ କିନ୍ତୁ କିଛି ବି କରିବେ ନାହିଁ। ଆଇନ ଅଦାଲତରୁ ସୁଫଳ ପାଇବେ। ଅର୍ଥ ଲାଭରୁ କିମ୍ବା କଳ୍ପନାର ବାହାରେ ଥବା କୌଣସି କାର୍ଯ୍ୟ ହାସଲ ହେତୁ ଖୁସି ରହିବେ ।
ପାପଗ୍ରହଯୁକ୍ତ ଗୁରୁ ଯୋଗୁ ଲୋକମାନଙ୍କ ଭପରେ ଏ ଭରସା କରିପାରିବେ ନାହିଁ । ଯାନବାହନ ଚାଳନା ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ । ଆନୁଷ୍ଠାନିକ, ମାଙ୍ଗଳିକ କିମ୍ବା ସଭାସମିତିରେ ଯୋଗ ଦେଇ ପ୍ରଶଂସିତ ହେବେ। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ ।
ଦୋଷଯୁକ୍ତ କର୍ମାଧିପତି ହେତୁ କେତେକ ସାମାନ୍ୟ ଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ । କୌଣସି ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବେ। ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବାର ପୂର୍ଣ୍ଣ ସମ୍ଭାବନା ରହିଛି |
ଶନିଦୃଷ୍ଟ ଚନ୍ଦ୍ର ହେତୁ ଅତୀତ ଘଟଣା ବିଷୟରେ ଚିନ୍ତା କରି ମନ ଭଲ ଲାଗିବ ନାହିଁ| ପାରିବାରିକ ଜଞ୍ଜାଳ ଚିନ୍ତା ବଢ଼ାଇପାରେ। ଗଠନମୂଳକ ପ୍ରେରଣା ଦେଇ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ନିର୍ମାଣ,ଚୁକ୍ତିପତ୍ର, ମାଲିମକଦ୍ଦମା, ବ୍ୟବସାୟ, ଯାତ୍ରା ଓ ପାରିବାରିକ ସମସ୍ୟା କ୍ଷେତ୍ରରେ ମଧ୍ୟମ ଧରଣର ଫଳ ପାଇବେ।
ଗୁରୁଚଣ୍ଡାଳ ଯୋଗଜନିତ ସକାଳୁ କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ । କାମ ହାସଲରେ ପ୍ରତିବନ୍ଧକ ଆଶଙ୍କା ରହିଛି। ପଡ଼ୋଶୀ କେହି ପ୍ରତିବାଦର ସ୍ଵର ଉଠାଇ ଅସ୍ଥିରତା ସୃଷ୍ଟି କରିପାରନ୍ତି। କିନ୍ତୁ ଶ୍ରବଣା କୌଶଳ ପ୍ରୟୋଗ କରି ନିଜ ଲୋକମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ।
ପୂର୍ଵ ଯୋଜନାନୁଯାୟୀ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂର କୁ ଯାତ୍ରା କରିବାକୁ ପଡ଼ିପାରେ। ସମସ୍ୟା ଲାଗି ରହିଥିଲେ ମଧ୍ଯ ପ୍ରିୟ କଥା କହି ଏହାକୁ ସୁଧାରି ନେବେ। ଶନିଙ୍କ ପ୍ରଭାବରେ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ। ଅର୍ଥନୈତିକ, ପ୍ରଶାସନିକ, ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ହେତୁ ପ୍ରଶଂସିତ ହେବେ।
କର୍ମାଧିପ ସ୍ବଗୃହକୁ ଦେଖୁଥିବାରୁ ସାମାଜିକ ସ୍ତରରେ ଉନ୍ନତମାନର ଫଳ ପାଇ ଖୁସି ରହିବେ। ପୂର୍ବ ବିବାଦର ସମାଧାନ ହେବା ସାଙ୍ଗକୁ ଟେନସନ୍‌ ମଧ୍ଯ କମିଯିବ। କଠୋର ବାକ୍ୟାଳାପରୁ ନିବୃତ୍ତ ହୋଇ ସହଯୋଗ ଭିଭିରେ କାମ କଲେ ଉପକାର ପାଇବେ। ସାହିତ୍ୟ, ସଙ୍ଗୀତ, କଳା, ଆଲୋଚନା, ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସା ପ୍ରାପ୍ତି ଘଟିବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments