OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 6th March 2023

Odia Rashiphala

Odia Rashiphala

ଆଜି ଚନ୍ଦ୍ର ସହ ବୃହସ୍ପତି ଷଡାଷ୍ଟକ ସ୍ଥିତି କାରଣରୁ କୌଣସି କାମ ସୁବିଧାରେ ସମ୍ପନ୍ନ ହେବ ନାହିଁ। ବ୍ୟବସାୟ ଓ ପରିବହନ ବାଧାପ୍ରାପ୍ତ ହେବ। ସୁବୁଝାମଣା ମାଧ୍ଯମରେ ପ୍ରତ୍ୟେକ କାମ ସମ୍ଭାଳି ନେବେ। ପାରିପାର୍ଶ୍ବିକ ପରିସ୍ଥିତି ଭଲ ରହିବ। ସାହିତ୍ୟ,କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ ।
ଉଚ୍ଚସ୍ଥ ଶୁକ୍ର ଯୋଗୁ ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ଭାବରେ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବନାହିଁ। କିନ୍ତୁ ସାମୂହିକ ଭାବରେ ପାରିବାରିକ ଅସ୍ଥିରତା ମାନସିକ ସ୍ଥିତିକୁ ବିଗାଡ଼ି ଦେଇପାରେ । ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ଯ କାର୍ଯ୍ୟ ସାଧନ କରିପାରନ୍ତି। ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେବାକୁ ପଡ଼ିପାରେ ।
ଶୁଭଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲରେ ଅସୁବିଧା ହେବ ନାହିଁ ପରିବାର ଭିତରୁ ସମାଲୋଚିତ ହେବାକୁ ପଡ଼ିବ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ପୂର୍ବରାଗ ଶୁଝାଇବା ମାନସରେ ନିଜଲୋକ କେହି ହଇରାଣରେ ପଢାଇବାକୁ ଚେଷ୍ଟା କରିପାରନ୍ତି।
ଆଜି ରବିଙ୍କ ଦୃଷ୍ଟି ଯୋଗୁ କାର୍ଯ୍ୟହାସଲ ସହ ଅର୍ଥ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ସଙ୍କଟଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁ ଜରିଆରେ ଆକସ୍ମିକ ଭାବରେ ଅଶା କରୁଥିବା ଶୁଭଖବର ଶୁଣି ଖୁସି ହେବେ। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି
କର୍ମାଧିପ ଉଚ୍ଚସ୍ଥ ଯୋଗୁ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ସାଧନ କରିବାରେ ସମର୍ଥ ହେବେ। ବହୁତ୍‌ ଅନୁସନ୍ଧାନ ପରେ ଅପରାହ୍ନରେ ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନ ଭଲ ରହି ନ ପାରେ। ଅବଶ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରି୍ବା ଦିଗରେ ଆଜି ଦିନଟିରେ ଅଧିକାଂଶ ସମୟ ବିତିବ |
ମଙ୍ଗଳଙ୍କ ଶୁଭ ସମ୍ପର୍କରୁ ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି ଉତ୍ସାହିତ ହେବେ। କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି ଘର ଲୋକମାନଙ୍କୁ ଉପେକ୍ଷା କରି ପରକଥାରେ ପଡି ଭୁଲ ମାର୍ଗର ଅନୁସରଣ କରି ପଶ୍ଚତାପ କରିବାକୁ ପଡ଼ିପାରେ। ଅର୍ଥାଭାବରୁ କୌଣସି କାମ କରିବାରେ ପଛେଇ ଯାଇ ପାରନ୍ତି।
ଏକାଦଶ ଚନ୍ଦ୍ର ଯୋଗୁ ପ୍ରତ୍ୟକ କାମରେ ସଫଳତା ମାନସିକ ସ୍ଥିତିକୁ ଭଲ ରଖିବ। ବନ୍ଧୁଙ୍କୁ ମନକଥା କହିବାକୁ ପହେଇଯିବେ। ଚିତ୍ରାର ପାରିବାରିକ ଅଶାନ୍ତି ହେତୁକ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ବାରା ସମସ୍ୟାର ସରଳ ସମାଧୀନା ହୋଇଯିବ।
ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ପରିବାରର ବିଭିନ୍ନ ପ୍ରକାର ସମସ୍ଯା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ| ରବି ଓ ଶନିଙ୍କ ସଂଯୋଗରୁ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ ହେବ। କଳା, ସଙ୍ଗୀତ, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ ଓ ସାମ୍ବାଦିକତା,ରାଜନୀତି, ସଂଗଠନ କ୍ଷେତ୍ରରେ ପ୍ରତିଷ୍ଠାବନ୍ତ ହେବେ।
ଆଜି କର୍ମସ୍ଥାନକୁ ଶୁଭଗ୍ରହର ଦୃଷ୍ଟି ଯୋଗୁ ଫଳପ୍ରଦ ଆଲୋଚନା କରି ଖୁସି ହେବେ। ପାରିବାରିକ, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କହିବା କାରଣରୁ ପରିବାରରେ ନିଜ ନିଜ ମଧ୍ଯରେ ସାମୟିକ କଳହ ଦେଖାଦେଇପାରେ। ସମ୍ପର୍କୀୟଙ୍କ ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ।
ରାହୁ ପରିବାର ସ୍ଥାନରେ ରହିଥିବାରୁ ସାଧାରଣ କଥାକୁ କେନ୍ଦ୍ର କରି କଳହ ହୋଇପାରେ । ଇଚ୍ଛା ନ ଥଲେ ମଧ୍ଯ ଘରର କେତେକ ଅତ୍ୟାବଶ୍ୟକ ଜିନିଷ ଆଣିବାକୁ ବାଧ୍ଯ ହେବେ। କର୍ମକ୍ଷେତ୍ରରେ ସମସ୍ୟା ହଠାତ୍‌ ଦେଖା ଦେଇଥିବା କାରଣରୁ ମନ ବିଚଳିତ ଅବଶ୍ୟ ରହିବ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହୋଇପାରନ୍ତି।
ଶନି ଓ ବୁଧଙ୍କ ସଂଯୋଗରୁ ଆଜିର କାମ ଝୁଲା ଅବସ୍ଥାରେ ରହିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପଡ଼ୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କିନ୍ତୁ ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି।
ଦ୍ବାଦଶ ରବିଙ୍କ ଯୋଗୁ ଈର୍ଷାପର ବହୁମାନେ ସମ୍ମୁଖରେ ନୀରବ ରହି ପଛରେ ବହୁତ କଥା କହିବେ। ବନ୍ଧୁଙ୍କ ସହାୟତାରେ ଅର୍ଥାଭାବ କେତେକାଂଶରେ ଦୂରୀଭୂତ ହୋଇଯିବ। ଆତ୍ମୀୟ ସ୍ବଜନ କିମ୍ବା ଗୁରୁଜନଙ୍କ ସ୍ଵାସ୍ଥ୍ୟ ସକାଶେ ଚିନ୍ତିତ
ରହିପାରନ୍ତି ଆନୁଷ୍ଠାନିକ କାମ ସକାଶେ ବନ୍ଧୁମାନଙ୍କ ଦ୍ବାରା ଆମନ୍ତ୍ରିତ ହୋଇପାରନ୍ତି।
For daily odia rashiphala visit our website daily in the morning. This is compiled from a trusted source.

Odia Calender 2023

Comments

comments