![]() | ଆଜି ରବିଙ୍କ ଦୃଷ୍ଟିରେ ସ୍ବଗୃହୀ ଚନ୍ଦ୍ର ଥିବାରୁ ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ଉତ୍ତମ ରହିବ। ଶନି କ୍ଷେତ୍ରସ୍ଥ ରବିଙ୍କ ଯୋଗୁ କୌଣସି ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଦୁଶ୍ଚିନ୍ତାକୁ ବଢାଇ ଦେଇପାରେ । ଅତି ନିକଟତର ବନ୍ଧୁଙ୍କ ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିବେ। ସହଧର୍ମିଣୀ ସୁପରାମର୍ଶଦାୟିନୀ ଭାବରେ ଆପଣଙ୍କର ଆଦରଣୀୟା ହେବେ। |
ପଡ଼ୋଶୀ କିମ୍ବା ସହକର୍ମୀ ଅଥବା ଭାଇଭଉଣୀ ଶ୍ରଦ୍ଧାନୁରକ୍ତ ହୋଇପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ପ୍ରାପ୍ତିର ଆଶା ରଖିପାରନ୍ତି। କର୍ମକ୍ଷେତ୍ରରେ ମଧ୍ଯ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧିପାଇବ | ସାମାଜିକ ସ୍ତରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅନୁତାପ କରିପାରନ୍ତି | | |
ମୁଖ ଭାବରେ ଚନ୍ଦ୍ର ଆପଣଙ୍କୁ ଅର୍ଥନୈତିକ ଅଭିବୃଦ୍ଧି ସହ ଆନୁଷ୍ଠାନିକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରାଇବ। ନୀଚାଭିମୁଖୀ ବୁଧଜନିତ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ। ନିଜ ଲୋକ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବେ। ବ୍ୟବସାୟିକ ସ୍ଥିତି ଭଲ ରହିବା ସହ ପରିବହନରେ ଲାଭବାନ ହେବେ। | |
ଆଜି ଚନ୍ଦ୍ରଙ୍କ ସୁପ୍ରଭାବରୁ ଉନ୍ନତ ଚିନ୍ତା ଓ ଯୋଜନା ସହ ପ୍ରତ୍ୟେକ କାର୍ଯ୍ୟକୁ ସମ୍ମାନର ସହ କରିପାରିବେ ସ୍ବାସ୍ଥ୍ୟରେ ଉନ୍ନତି, ଶତ୍ରୁମାନଙ୍କ ଅଧୋଗତି, ବିବାଦର ଅବସାନ, ରଣ ପରିଶୋଧ ପ୍ରଭୃତିରୁ ଖୁସି ମିଳିବ। ବୁଧଙ୍କ ପ୍ରଭାବରୁ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ। ଯାନବାହନରେ ସତକତା ଅବଲମ୍ବନ କରିବା ଭଲ। | |
ଦ୍ବାଦଶଚନ୍ଦ୍ର ମାନସିକ ସ୍ଥିତିକୁ ଅସ୍ଥିର କରାଇଲା ସମୟରେ ଆର୍ଥିକ ଦିଗରୁ ସମସ୍ୟାର ସମ୍ମୁଖୀନ ହେବେ। ଆଜିର ଯାତ୍ରା, ବିବାଦ, ଗୃହାରମ୍ଭ ସକାଶେ ଵିଶେଷ ଅନୁକୂଳ ରହିବ ନାହିଁ। ପାରିବାରିକ ଜୀବନରେ ମଧ୍ଯ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ ନିଜେ ଜଳି ଅନ୍ୟକୁ ଆଲୋକ ଦେଲାଭଳି ପରୋପକାରରୁ ପ୍ରଶଂସିତ ହେବେ। | |
କେତୁଙ୍କ କୁପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସମାଲୋଚିତ ହେବେ। ପର କଥାରେ ମନ ଦେଇ ନିଜ କାମକୁ ଅବହେଳା କରିପାରନ୍ତି ଏବଂ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପଡିବେ | ସ୍ବାର୍ଥସାଧନ ସକାଶେ ନିଜ ଲୋକମାନେ ବିଶ୍ବାସଘାତକତା କରିବେ। ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁ ବ୍ୟସ୍ତ ହେବେ। | |
କୌଣସି ନୂତନ କର୍ମାରମ୍ଭ ସକାଶେ ପାରିବାରିକ ସମର୍ଥନ କମକ୍ଷେତ୍ରକୁ ତ୍ଵରାନ୍ବିତ କରିବ। ଆକସ୍ମିକ ଭାବରେ ଜଣେ ଯୁବକ ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ। କିନ୍ତୁ ସକାଳ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହିବା ଭଲ ହେବ। ଅବଶ୍ୟ ପରୋକ୍ଷ ରସା ସାମୟିକ ବାଧା ସୃଷ୍ଟି କରିପାରେ। | |
ପରିସ୍ଥିତି ସୁଧୁରିଯିବ ଏବଂ ,ହେତୁ ବିଭିନ୍ନ କ୍ଷେତ୍ରରେ ଆଜିର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ। ସାଧାରଣ ଘଟଣା, ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। | |
ପରିବାର ହେଉ କିମ୍ବା କର୍ମକ୍ଷେତ୍ର ସମସ୍ୟା ଲାଗି ରହିବ। ଦିନଟିରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ, ଯାହାକି ପରିସ୍ଥିତିକୁ ସରଗରମ କରିବ। ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଅନୁଭବ କରିବେ କିନ୍ତୁ କିଛି ଅସୁବିଧା ହେବନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋସ୍ଵହନ ପାଇ ମନୋବଳ ବୁଦ୍ଧି ପାଇବ। | |
ଅଷ୍ଟମାଧିପତି ରାଶିରେ ରହିଥୁବାରୁ ବିବାଦୀୟ ଘଟଣା ମନରେ ସ୍ଥାନ ପାଇବା ହେତୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ । ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଆବଶ୍ୟକତାକୁ ଉପଲବଧି କରି ନୂତନ ଗୃହୋପକରଣ କ୍ରୟ କରିପାରନ୍ତି । | |
ତୃତୀୟସ୍ଥ ବୃହସ୍ପତି ଯୋଗୁ ଆଜି ପ୍ରତ୍ୟେକ କାମକୁ ଆତ୍ମୀୟତାର ସହ କରି ପ୍ରଶଂସିତ ହେବେ। ଶିଳ୍ପ, ବାଣିଜ୍ୟ ଓ ପରିବହନରୁ ଲାଭବାନ ହେବେ। ଯାତ୍ରା, ପ୍ରତିଦ୍ବନ୍ଦିତା କ୍ଷେତ୍ରରେ ବୁଝାମଣା ଠିକ୍ ରହିବ ଏବଂ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।ଆନୁଷ୍ଠାନିକ କ୍ଷେତ୍ରରେ ବଦଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହୋଇପାରନ୍ତି | | |
ଦେବଗୁରୁଙ୍କ କୃପାରୁ ଆଜି ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନିଧ୍ଯ ଲାଭକରି ଖୁସି ହେବେ। ପରିବାର ମଧ୍ଯରେ ନିଜର ପ୍ରତିକ୍ରିୟା ହଠାତ୍ ପ୍ରକାଶ କରନ୍ତୁ ନାହିଁ, ଯାହାକି ଅନର୍ଥ ସୃଷ୍ଟି କରିପାରେ । ଅତି ନିକଟରେ ରହୁଥିବା ବନ୍ଧୁଟିର କାର୍ଯ୍ୟକଳାପକୁ ନାପସନ୍ଦ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ। |
Odia Calender 2023
Comments
comments