OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 5th December 2022

Odia Rashiphala

Odia Rashiphala

ଆୟ ବୃଦ୍ଧିର ସୂଚନା ମିଳୁଛି |ସରକାର କିମ୍ବା ବନ୍ଧୁଙ୍କ ଦ୍ବାରା ଲାଭବାନ୍ ହେବେ |ଉତ୍ତମ ସ୍ବାସ୍ଥ୍ୟ ଲାଗି ଆହାରରେ ପରିବର୍ତ୍ତନ କରିବାକୁ ପଡିବ |ପତ୍ନୀ ସୁଖଦାୟିକା ହେବେ |ଚିନ୍ତାଧାରା ଉତ୍ତମ ହେବ |
ବିବାଦୀୟ ବିତର୍କରେ ଭାଗ ନନେଇ ନିରବ ଦର୍ଶକ ସାଜିପାରନ୍ତି |ସତ୍ୟବାଦ୍ୟୋ ଦୃଢବ୍ରତ ଆଚରଣ କରିବେ |ଦୟାଳୁ ଓ ସମ୍ୟକ୍ ତତ୍ତ୍ବଦର୍ଶୀ ହେବେ |ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି |
ଜ୍ଞାନପିପାସୁ ହେବେ |ଭାଷା ପରମ କଲ୍ୟାଣୀୟ ହେବ |ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି |ସତ୍ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି |ପୁଣ୍ୟବାନ୍ ଓ ସୁବିମଳ ଯଶର ଅଧିକାରୀ ହେବେ |
କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ହାସଲ କରିବେ |ସଦ୍ ଗୁଣ ସମ୍ପନ୍ନ ହେବେ |ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ |ବୁଦ୍ଧି,ବିବେକ ଓ ପ୍ରଜ୍ଞା ଚକ୍ଷୁରେ ଦେଖିଲେ ଶାଶ୍ବତ ସନ୍ଧାନ ମିଳିବ |
କାର୍ଯ୍ୟରେ ସଫଳ ରୂପାୟନ କରିପାରନ୍ତି |କଷ୍ଟ ଉପାର୍ଜିତ ଧନର ସଦ୍ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିବେ |ବିବାଦୀୟ ଘଟଣାର ବିଜୟୀ ହେବେ |ସପତ୍ନୀକ ଗୃହସ୍ଥ ଧର୍ମରେ ଦୀକ୍ଷିତ ହେବେ |
ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ସମ୍ମୁଖୀନ ହୋଇପାରନ୍ତି |ସାମାନ୍ୟ ଅସୁସ୍ଥତା ଅନୁଭବ କଲେ ବି ନ୍ୟସ୍ତ ଦାୟିତ୍ବ ତୁଲାଇ ପାରନ୍ତି |ନିଜ ପ୍ରତି କଠୋର ଅନ୍ୟ ପ୍ରତି କୋମଳ ମନୋଭାବର ହେବେ |
ଆଜି ଦିନ ଭିତରେ ଯାହା ଘଟଣା ଘଟିବ ;ତାହା ସୁଖବୋଧ ହେବ |କର୍ମ କ୍ଷେତ୍ରକୁ ଉଜ୍ଜ୍ବଳମୟ କରି ଗଢି ତୋଳିବେ |ସପତ୍ନୀଙ୍କ ଆନନ୍ଦ ଉପଭୋଗ କରିପାରନ୍ତି |ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ |
ଶତ୍ରୁର ଯିଏ ଶତ୍ରୁ,ସିଏ ଆପଣଙ୍କ ମିତ୍ର;ତଦ୍ଦ୍ବରା ଶତ୍ରୁ ବିନାଶ କରିପାରନ୍ତି |ମନରେ ସ୍ଥିରତା ଆସିବ |ଋଣଦାତାଙ୍କ ସୁଦୟାରୁ କେବଳ ମୂଳ ଧନ ପରିଶୋଧ କରି ଆଶ୍ବସ୍ତି ହେବେ |ହାକିମ ଙ୍କ ବିଶ୍ବସ୍ତ ହେବେ |
ଅଧ୍ୟାପନାର ପ୍ରସ୍ତୁତି ସ୍ବରୁପ ଅଧ୍ୟୟନରତ ହେବେ |ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି |ପ୍ରକାଶିତ ଚିତ୍ତର ଅନୁଭୁତି ଜ୍ଞାନକୁ ଗରିମାମୟ କରିପାରନ୍ତି |ପତ୍ନୀଙ୍କ କାମନା ପୂର୍ଣ୍ଣ ହେବ |
ପରିଶ୍ରମ କଠିନ ଓ କଷ୍ଟଦାୟକ ହୋଇପାରେ |ମାତ୍ର ତା’ର ମୂଲ୍ୟାଙ୍କନ ହେବ |ଚେତନାର ଉଜ୍ଜ୍ବଳ ପ୍ରଦୀପ ହୋଇପାରନ୍ତି |ଯାନବାହନ ସୁଖ ମିଳିବ |କେତେକ କ୍ଷେତ୍ରରେ ଭୁଲ୍ ବୁଝାମଣାର ସମ୍ମୁଖୀନ ହୋଇପାରନ୍ତି |
ଆଧ୍ୟତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି |ଦିବ୍ୟ ଚେତନା ପ୍ରାପ୍ତ ହୋଇ ମାନବବାଦର ଚେତନାକୁ ଉପସ୍ଥାପନା କରିପାରନ୍ତି |ଅର୍ଥାଗମ ହେବ |ସଞ୍ଚାୟାଭିମୁଖୀ ହୋଇପାରନ୍ତି |ନ୍ୟାୟ ଧର୍ମ ଧାରକ ହେବେ |
କୃଚ୍ଛ ସାଧନାରେ ଦିବ୍ୟ ଶକ୍ତିସମ୍ପନ୍ନ ହୋଇପାରନ୍ତି |ଅନବଦ୍ୟ ରଚନା ଜନସାଧରଣଙ୍କ ପାଇଁ ଉପାଦେୟ ହେବ |ନୀତିନିଷ୍ଟ ହେବେ |ଭାଗ୍ୟାକାଶ ଉଜ୍ଜ୍ବଳ ରହିଛି |ନମ୍ରତାର ପ୍ରତୀକ ହୋଇପାରନ୍ତି |
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments