OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 4th November 2024

Odia-Rashiphala

Odia-Rashiphala

ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଅଭାବରୁ କାମରେ ଅଗ୍ରଗତି ହୋଇପାରିବ ନାହିଁ। ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ କରିବେ । କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ୍ ବ୍ୟବସାୟରୁ ଲାଭବାନ ହେବେ। କର୍ମକ୍ଷେତ୍ରରେ ଫେରିବା ବାଟରେ ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ପାଇ ଖୁସି ହେବେ।
ନୂତନ କର୍ମାରମ୍ଭ ପ୍ରୀତିପ୍ରଦ ରହିବା ସାଙ୍ଗକୁ ଅର୍ଥନୈତିକ ଦୃଷ୍ଟିକୋଣରୁ ଉନ୍ନତି କରିବେ । ବନ୍ଧୁଙ୍କ ନିକଟରୁ ଯେତିକି ପାଉଛନ୍ତି ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ। ସମ୍ପର୍କୀୟଙ୍କ ସହଯୋଗରୁ ଉପକୃତ ହେବେ ଓ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ। ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
ବନ୍ଧୁମାନେ ଯେତେ ବିରୋଧ କଲେ ମଧ୍ୟ ଆପଣଙ୍କୁ କିଛି ଫରକ ପଡିବନାହିଁ । ପାରିବାରିକ କ୍ଷେତ୍ରରେ କୌଣସି ଦୃଢ ପଦକ୍ଷେପ ନେଲେ ଝମେଲା ଅଧ‌ିକ ବଢି ଯାଇପାରେ। ଜମିଜମା ବିବାଦ କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ସଫଳତା ହାସଲର ଆଶା ରହିଛି।
ପାରିବାରିକ କ୍ଷେତ୍ରରେ କେହି ଜଣେ ବିନା କାରଣରେ ଅଭିଯୋଗ ଆଣିପାରନ୍ତି। କୌଣସି ବିବାଦୀୟ ଘଟଣାରେ ବନ୍ଧୁଙ୍କ ହସ୍ତକ୍ଷେପ ଦ୍ବାରା ଆଶଙ୍କା ଦୂର ହୋଇଯିବ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ, ଯାହାକି ବନ୍ଧୁ ଗହଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବ। ପରିବହନ, ବ୍ୟବସାୟ ଓ ସଂଗଠନ କ୍ଷେତ୍ରରେ ସୁଫଳ ପାଇପାରନ୍ତି।
ଆଜି ସକାଳୁ କୌଣସି ଶୁଭ ଖବର ପାଇ ମନ ଖୁସି ହୋଇଯିବ। ଯାତ୍ରା ସମୟରେ ପରିଚିତ ଲୋକଟି ମିତ୍ରତା ଛଳରେ ପାଖେଇ ଆସିବା ହେତୁ ବିରକ୍ତ ହେବେ। ଦୀର୍ଘଦିନର ଇଚ୍ଛୁକ ଜିନିଷଟି ଆଜି ପାଇ ଖୁସି ହେବେ। ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହା ବିଶେଷ ଉତ୍କଟ ହେବ ନାହିଁ ।
ଆଜି ସକାଳୁ କୌଣସି ଶୁଭ ଖବର ପାଇ ମନ ଖୁସି ହୋଇଯିବ। ଯାତ୍ରା ସମୟରେ ପରିଚିତ ଲୋକଟି ମିତ୍ରତା ଛଳରେ ପାଖେଇ ଆସିବା ହେତୁ ବିରକ୍ତ ହେବେ। ଦୀର୍ଘଦିନର ଇଚ୍ଛୁକ ଜିନିଷଟି ଆଜି ପାଇ ଖୁସି ହେବେ। ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହା ବିଶେଷ ଉତ୍କଟ ହେବ ନାହିଁ ।
ଆଜି ଯାହା ଓ ଯେମିତି ଚାହୁଁଛନ୍ତି ସେମିତି କାମ କରନ୍ତୁ କିନ୍ତୁ ବିବାଦରୁ ଦୂରେଇ ରହନ୍ତୁ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଦୀର୍ଘ ଦିନରୁ ପ୍ରଶାସନିକ ସ୍ତରରେ ରହିଥ‌ିବା ସମସ୍ୟାର ସମଧାନ ହୋଇଯିବ। ପ୍ରିୟବନ୍ଧୁଙ୍କ ପାଇଁ ମନ ଛଟପଟ ହେବା ଫଳରେ ଦୂରଯାତ୍ରା କରିବାକୁ ପଡ଼ିପାରେ।
ପରିବାରର ବିଭିନ୍ନ ସମସ୍ୟା ବିଷୟ ଚିନ୍ତାକରି ମାନସିକ ସୁସ୍ଥତା ରହିବ ନାହିଁ। ସହକର୍ମୀଙ୍କ ସହ ସନ୍ଦେହ ଓ ଭୁଲ୍ ବୁଝାମଣା କାରଣରୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। କଳା, ସାହିତ୍ୟ, ସାମ୍ବାଦିକତା ଓ ରାଜନୀତି କ୍ଷେତ୍ରରେ ଆଦୃତ ହେବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ବ ନେଇ ପ୍ରଶଂସିତ ହୋଇପାରନ୍ତି।
ବିଭିନ୍ନ ସମସ୍ୟା ମଧ୍ଯରେ ଚଳିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । କିଛି ଗୁପ୍ତକଥା, କଳାଧନ, କଚେରି ମାମଲା, ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନାରେ ଟେନ୍‌ସନ ବଢ଼ିବ । ଏକ ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡିବା ସକାଶେ ପ୍ରଯନ୍ କରିପାରନ୍ତି। ପରିବହନ, ବ୍ୟବସାୟ, ଶିଳ୍ପ, ବାଣିଜ୍ୟରେ ଉନ୍ନତି କରିବେ ।
ମୂଲ୍ୟହୀନ କଥାରେ ବିତର୍କ କରି ପରିବାରରେ କଳହ ଲାଗିପାରେ। ଖର୍ଚ୍ଚାନ୍ତ ହୁଅନ୍ତୁ ପଛେ କୌଣସି କାମ ଅଟକିବ ନାହିଁ । ମାଲିମକଦ୍ଦମା, ନିର୍ମାଣ, ପରିବହନ, ପ୍ରଶାସନିକ କ୍ଷେତ୍ର, ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ସହ ଅଟକି ଥିବା କାମ ସହଜରେ ହାସଲ କରିବେ।
ବନ୍ଧୁଙ୍କ ନିକଟରୁ ପ୍ରାପ୍ତି ଆଶା ନିରର୍ଥକ ହେବ ନାହିଁ କିନ୍ତୁ ସହଜରେ ପାଇବା କାଠିକର ପାଠ ହେବ। ନିଜ ପରିସରରେ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ, ଏଣୁ ସତର୍କ ରହିବା ଭଲ । କଠୋର ପରିଶ୍ରମ କାରଣରୁ ଶାରୀରିକ ଅସୁସ୍ଥ ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
କୌଣସି ବନ୍ଧୁଙ୍କ ସାହାଯ୍ୟରୁ ଯାନବାହନ, ନୂତନ ମେସିନେରି ଜିନିଷ କିଣିପାରନ୍ତି। ଆତ୍ମୀୟଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ଘଟିବା ହେତୁ ମନ ହାଲୁକା ହୋଇଯିବ । ଗତକାଲି ରାତିରେ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ଠାକ୍ ହୋଇଯିବ । ଗସ୍ତ କାର୍ଯ୍ୟକ୍ରମ ବଦଳି ଯାଇପାରେ କିନ୍ତୁଆର୍ଥିକ ସ୍ଥିତିରେ ସୁଧାର ଆସିବାର ପୂର୍ଣ୍ଣ ସମ୍ଭାବନା ରହିଛି।


For daily odia rashiphala visit our website daily in the morning. This is compiled from a trusted source.

Odia Calendar 2024

 

Comments

comments