![]() | ଆଜି ସ୍ବାସ୍ଥ୍ୟ ଭଲ ଥିଲେ ମଧ୍ଯ ମନ ଅନୁଯାୟୀ କାମ ସମ୍ପନ୍ନ କରିବା କଷ୍ଟକର ହୋଇ ପଡ଼ିବ। ଆଜି ଯେତିକି ପାଇବେ ସେମିତି ଖର୍ଚ୍ଚ ମଧ୍ଯ କରିବେ। ଅବଶ୍ୟ ଅ-ନାମାକ୍ଷର ବ୍ୟକ୍ତିମାନେ ନିଜ ନିଜ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ସତର୍କତା ଅଭାବରୁ ସାଧାରଣ ଘଟଣା ବିବାଦୀୟ ପରିସ୍ଥିତି କିମ୍ବା ଭିନ୍ନରୂପ ନେଇପାରେ । |
ଆନୁଷଙ୍ଗିକ ସହଯୋଗ ଲାଭକରି ଖୁସି ମିଜାଜରେ କାମ କରିବାର ସୌଭାଗ୍ୟ ଅର୍ଜନ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ ତଥା ଶିଳ୍ପ ଓ ଏଜେନଶିପ୍ରୁ ମନ ଖୁସି ରହିବ। ବିବାଦୀୟ ଘଟଣାଠାରୁ ଦୂରେଇ ନ ରହିଲେ ଝମେଲା ହୋଇପାରେ। କର୍ମକ୍ଷେତ୍ରରେ ସହଯୋଗ ଭିଭିରେ କାମ କଲେ ଉପକାର ପାଇବେ। | |
ଆଜିର ଗ୍ରହସ୍ଥିତି ବିଶେଷ ଅନୁକୂଳତା ପ୍ରଦର୍ଶନ କରୁଥିବାରୁ ପ୍ରତ୍ୟେକ କାର୍ଯ୍ୟ ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଚନ୍ଦ୍ରଙ୍କ ଉପରେ ରାହୁଙ୍କ କୁପ୍ରଭାବରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହି ସମସ୍ୟାକୁ ଡାକି ଆଣିପାରନ୍ତି। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଲକ୍ଷ୍ୟ ହାସଲରେ ଆଗେଇ ଯିବେ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ । | |
ସାମାନ୍ୟ ଅସୁବିଧା ହେଲେ ମଧ୍ଯ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ | ସ୍ଵାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବା ହେତୁ ମନୋବଳ ବୃଦ୍ଧି ପାଇବ। ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ମୁହଁ ଫଣଫଣ କରିପାରନ୍ତି। ଆନୁଷ୍ଠାନିକ କାମ, ମନୋରଞ୍ଜନ, ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। | |
ଆଜି ସତର୍କରେ ନ ଚଳିଲେ ଅର୍ଥହାନି ସାଙ୍ଗକୁ କଳହ ସମସ୍ୟାଗ୍ରସ୍ତ କରିବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ସାନିଧ୍ଯ ଲାଭ କରି ଖୁସି ହେବେ । ବ୍ୟବସାୟୀମାନେ ବିଶେଷଭାବେ ପରିବହନ, ମନୋରଞ୍ଜନ କାର୍ଯ୍ୟକ୍ରମାଦିରୁ ଲାଭବାନ ହେବେ। ପରିବାରରେ ସନ୍ଦେହ ଓ ଭୁଲ୍ ବୁଝମଣା ହେତୁ ସମସ୍ୟା ବଢ଼ିପାରେ । | |
ଭୁଲ୍ ବୁଝାମଣା କାରଣରୁ ବିବାଦୀୟ ପରିବେଶରେ ବାତାବରଣ ଅଶାନ୍ତ ହୋଇପାରେ। ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ଲୋକଟି ଠିକଣା ସମୟରେ ସାମ୍ନାକୁ ଆସିବ ନାହିଁ। ଆତ୍ମୀୟସ୍ଵଜନଙ୍କ ସ୍ବାସ୍ଥ୍ୟ ସମସ୍ୟାର ନିରାକରଣ ପାଇଁ ଚିନ୍ତା ବଢ଼ିପାରେ। ପାରିବାରିକ, ଆନୁଷ୍ଠାନିକ, ବ୍ୟବସାୟିକ କ୍ଷେତ୍ର ମଧ୍ଯମ ପ୍ରକାରର ରହିବ। | |
ବିଭିନ୍ନ ଯୋଜନାର କାମ ଆର୍ଥିକ ସ୍ଥିତିକୁ ବିଗାଡିଥିବାରୁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ ଏବଂ ନିର୍ମାଣ କାର୍ଯ୍ୟ ମଧ୍ଯ ଅଟକିବ ନାହିଁ। ଆଜି ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ପୁତ୍ରକନ୍ୟାଙ୍କ ବିବାହ ବିଷୟକୁ କେନ୍ଦ୍ରକରି ସମସ୍ୟା ଲାଗି ରହିପାରେ । | |
ଆଜିବିଗତ ଦିନର ସ୍ମୃତି ରୋମନ୍ଥନ କରି ବିଚଳିତବୋଧ କରିବେ। ପୁତ୍ର, କନ୍ୟାଙ୍କ ବିବାହ ପ୍ରସ୍ତାବ ସ୍ଥିରୀକୃତ ହେବାର ସୂଚନା ଗହିଛି। ଜମିଜମା, କଳିତକରାଳ, ଗୃହସୀମା ପ୍ରଭୃତି ବିବାଦମାନ ସ୍ଥିତିରୁ ସହସା ମୁକ୍ତି ମିଳିବ। ସାମାଜିକ ସ୍ତରରେ ନୀଚ ଜାତିର ବ୍ୟକ୍ତି ଦ୍ବାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । | |
ଆଜିର ପାରିପାର୍ଶ୍ଵକ ପରିସ୍ଥିତି ଉନ୍ନତ ରହିବା ହେତୁ କାର୍ଯ୍ୟ ସହଜରେ ସାଧିତ ହୋଇପାରିବ। ସାମାଜିକ ସ୍ତରରେ ଉପଯୁକ୍ତ ପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ଆଣ୍ଠୁଗଣ୍ଠି ବାତ, ଗ୍ୟାଷ୍ଟିକ, ବମନ ଜନିତ ରୋଗରେ କଷ୍ଟ ପାଇପାରନ୍ତି ଆକସ୍ମିକ ଭାବରେ ଘରକୁ ବନ୍ଧୁ କେହି ଆସିପାରନ୍ତି। | |
ଅନ୍ୟମାନଙ୍କ ପ୍ରରୋଚନାରେ ପଡ଼ି କୌଣସି ବ୍ୟକ୍ତି କାମ ହାସଲରେ ବିଘ୍ନ ଘଟାଇପାରନ୍ତି। ଧନିଷ୍ଠା ପାରିବାରିକ ଜଞ୍ଜାଳ ବୃଦ୍ଧି ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ। ଅବଶ୍ୟ ସାହାଯ୍ୟକାରୀ ମନୋବୃତ୍ତି ଓ କାର୍ଯ୍ୟଦକ୍ଷତା ହେତୁ ନିଜ ପରିସରରେ ପ୍ରଶଂସିତ ହେବେ। | |
ପାରିବାରିକ ସହମତି ଓ ଅନ୍ୟମାନଙ୍କ ସାହାଯ୍ୟ ହେତୁ କାମଗୁଡ଼ିକ ହାତକୁ ନେଇ ସୁରୁଖୁରୁରେ ସମ୍ପନ୍ନ ହୋଇଯିବା ଦୀର୍ଘ ଦିନରୁ ଅଟକି ରହିଥିବା କାମକୁ ସମ୍ପୂର୍ଣ୍ଣ କରିବେ ଶତଭିଷା ନକ୍ଷତ୍ର କର୍ମକ୍ଷେତ୍ରରେ ପ୍ରିୟ କଥା କହି ବିବାଦୀୟ ସମସ୍ୟାକୁ ସୁଧାରି ନେବେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। | |
ପାରସ୍ପରିକ ମତଭେଦଜନିତ ପାରିବାରିକ ସ୍ଥିରତା ରକ୍ଷା କରିବାରେ ଅସମର୍ଥ ହୋଇପଡ଼ିବେ । ବିବାଦୀୟ ପରିସ୍ଥିତିରେ ଲଢ଼େଇ କଲେ ବାଦୀ ଓ ପ୍ରତିବାଦୀ ଉଭୟେ କ୍ଷତିଗ୍ରସ୍ତ ହେବା ବ୍ୟତୀତ କିଛି ଲାଭ ହେବନି ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ଯ କାମ ଅଚକିବ ନାହିଁ। ବହୁତ ଦିନରୁମନେମନେ ଖୋଜୁଥୁବା ଲୋକଟିର ଖବର ଆଜି ସାୟାହ୍ନେ ପାଇପାରନ୍ତି। |
Odia Calender 2023
Comments
comments