OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 30th October 2023

Odia Rashiphala

Odia Rashiphala

ଆଜି ଆପଣଙ୍କର କୌଣସି କାମ ସକାଶେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବା ଏବଂ ଆମଦାନୀ କାରବାରରେ ଲାଭବାନ ହେବେ। ଅଟକି ରହିଥିବା କାମଟିକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହେବେ ।
ଅଧିକାଂଶ ସମୟ ଅନ୍ୟମନସ୍କ ରହିବା କାରଣରୁ ବାରମ୍ବାର ଭୁଲ୍‌ କରିବାକୁ ପଡ଼ିପାରେ। ପାରିବାରିକ କ୍ଷେତ୍ରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ | ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ ଏବଂ ଧାରକରଜ କରିବାକୁ ପଡ଼ିବ ।
ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। କଳା, କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା, ରଚନାତ୍ମକ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିପାରେ। ଅନ୍ୟ ଦ୍ବାରା ପ୍ରଭାବିତ ହୋଇ କୌଣସି ଭୁଲ୍‌ କରିପାରନ୍ତି। ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବ ଏବଂ ବନ୍ଧୁଙ୍କ ସାହାଯ୍ୟରୁ ଉପକୃତ ହେବେ ।
କୌଣସି ସମସ୍ୟା ସମ୍ବନ୍ଧରେ ଆଲୋଚନା କରି ବନ୍ଧୁଙ୍କ ପରାମର୍ଶରେ ସାନ୍ତ୍ବନା ମିଳିବ। କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ। ଅଫିସ୍‌ରେ ଆଜି ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ।
ସ୍ଥଗିତ କାମଗୁଡ଼ିକ ଶୀଘ୍ର ଶେଷ କରିବାକୁ ‌ ଆଶାକରି ବ୍ୟସ୍ତ ହୋଇପଡ଼ିବେ। ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ ଏବଂ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। ଆଜି ଅପରାହ୍ନରେ ଖୋଜୁଥିବା ଜିନିଷ ପାଇବେ । କନ୍ୟାଙ୍କ ବିବାହ ପ୍ରସ୍ଥାବ ନେଇ ଜଣେ ବ୍ୟକ୍ତି ହଠାତ୍‌ ଆସିପାରନ୍ତି ।
କ୍ରମଶଃ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ। ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ବନ୍ଧୁ ଗହଣରେ ଅପ୍ରିୟ ସତ୍ୟ କଥା କହି ବିରୋଧୀ ହୋଇପାରନ୍ତି। ପିଲାଙ୍କ ସଫଳତାରେ ଉତ୍‌ଫୁଲିତ ହେବେ। କୌଣସି ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି।
ବନ୍ଧୁଙ୍କ ସମ୍ମୁଖରେ ମନକଥା ପ୍ରକାଶ କରିପାରିବେ ନାହିଁ। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଅଫିସ୍‌ରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଆଜିର ପ୍ରାତଃ ଭ୍ରମଣ ବେଶ୍‌ ଆନନ୍ଦଦାୟକ ହେବ। ହଠାତ୍‌ କୌଣସି ବନ୍ଧୁଙ୍କ ଡାକରା ପାଇ ଦୂରଯାତ୍ରା କରିବାକୁ ପଡ଼ିପାରେ ।
ସ୍ଥଗିତ ରହିଥିବା କାମର ସରଳ ସମାଧାନ ହୋଇଯିବ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ।
ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ। ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତା ହିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ମାନସିକ ଦ୍ବନ୍ଦ୍ବ ନିଷ୍ପତ୍ତି ନେବାରେ ବିଳମ୍ବିତ କରାଇବ। ମିତ୍ରମାନେ ସହଯୋଗର ହାତ ବଢାଇବେ ଏବଂ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି। ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ। ପାରିବାରିକ ସ୍ଥିତି ଓ ପରିବହନ ପ୍ରଭୃତିରେ ଅଶା ପୂରଣ ହେବ।
ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଆଜିର ଯାତ୍ରା ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଆପଣଙ୍କୁ ସାକ୍ଷାତ କରିବା ସକାଶେ ଘରକୁ ବନ୍ଧୁ କେହି ଆସିପାରନ୍ତି।
କର୍ମକ୍ଷେତ୍ରରେ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ। ପରିସ୍ଥିତିବଶତଃ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବେ। ଗୁରୁପାକ ଦ୍ରବ୍ୟ ଭୋଜନ, ଗଠନମୂଳକ କାଯ୍ୟ ପ୍ରତି ମନ ବଳିପାରେ । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments