OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 30th May 2022

Odia Rashiphala

Odia Rashiphala

ଅଶ୍ୱିନୀ ଓ କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ଭାଗ୍ୟଶାଳୀ ହୋଇପାରନ୍ତି। ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ଶାନ୍ତିପ୍ରିୟ,ସହନଶୀଳ, ମଧୁରଭାଷୀ ହେବେ। ଧନଶାଳୀ ହୋଇପାରନ୍ତି। ଦ୍ୱିଜା ନକ୍ଷତ୍ରକୁ ମଧ୍ୟ ଧନ ମିଳିବ।
ମୃଗଶିରା ଓ କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆୟ ଆଶାନୁରୂପ ହେବ। ଐଶୂର୍ଯ୍ୟ ପ୍ରାପ୍ତି ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭ ହେବ। ରୋହିଣୀ ନକ୍ଷତ୍ରର ସ୍ୱଳ୍ପ ଆୟ ହେବ।
ମୃଗଶିରା ଓ ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ମାର୍ଜିତ ଓ ମଧରୁ ଭାଷା ପରକୁ ଆପଣାର କରିବ। ବ୍ୟବସାୟରେ ଲାଭ ଇଚ୍ଛାକଲେ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ପଡିବ। ପନୁର୍ବସରୁ ଅଧିକ ବ୍ୟୟ ହେବ।
ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତି ସୁସ୍ଥ ରହିବେ। ଲୋକପ୍ରିୟତା ଅର୍ଜନକରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଅର୍ଥ ମିଳିବ। ପନୁର୍ବସୁ ଓ ଅଶ୍ଲେଷା ନକ୍ଷତ୍ରରେ ସାମାନ୍ୟ ଶୁଭ।
ମଘା ଓ ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି କୁଳ ଉଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ଦୟାର୍ଦ୍ରଚିତ୍ତ ହେବେ। ବ୍ୟବସାୟରୁଲାଭ ପାଇବେ। ଯଶସ୍ୱୀ ହେବେ। ପର୍ବା ଫାଲଗୁନୀ ନକ୍ଷତ୍ରର ସାମାନ୍ୟ ଶୁଭ।
ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତି ଭାଗ୍ୟଶାଳୀ ହୋଇପାରନ୍ତି।ଦିନଟି ସୁଖ- ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ୱାନ୍ ଓ ସାହସୀ ହେବେ। ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ। ହସ୍ତା ନକ୍ଷତ୍ରର ସାମାନ୍ୟ ଶୁଭ।
ଚିତ୍ରା ଓ ସ୍ୱାତୀ ନକ୍ଷତ୍ରଜାତ ବ୍ୟକ୍ତି ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟରେ ଲାଭବାନ୍‌ ହେବେ। ଉତ୍ତମ ବଂଶରୁ କନ୍ୟା ଆଣିପାରନ୍ତି। ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁସତର୍କରେ ଚଳିବାକୁ ପଡିବ।
ଅନୁରାଧା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର କିଛିଟା ଶୁଭ ଫଳ ଅଛି।
ମୂଳା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଭ୍ରାତୃ ଭାବ ଅତୁଟ ରହିବ।ସୁସ୍ଥ୍ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁର ମନ କିଣିବାରେ ପାରଙ୍ଗମ ହେବେ। ପୂର୍ବାଷାଢ଼ା ଓ ଉତ୍ତରଷାଢ଼ାର ସାମାନ୍ୟ ଶୁଭ।
ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ। ଧାର୍ମିକ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ଶ୍ରବଣା, ଉତ୍ତରାଷାଢ଼ାର ସାମାନ୍ୟ ଆୟ ହେବ।
ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ପୂର୍ବଭାଦ୍ରର ସାମାନ୍ୟ ଶୁଭ। ଧନିଷ୍ଠାର ଭଲ ଆୟ ହେବ।
ଉତ୍ତର ଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତିଙ୍କ ମନ ପ୍ରସନ୍ନ ରହିବ। ଈଶ୍ୱର ବିଶ୍ୱାସୀ ହେବେ। ଭାଷା ମଧରୁ ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ରର ସାମାନ୍ୟ ଶୁଭ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments