OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 27th November 2023

Odia Rashiphala

Odia Rashiphala

ଆଜି ଅଷ୍ଟମସ୍ଥ ବୁଧ ଓ ମଙ୍ଗଳଜନିତ ଭ୍ରାତୃ ବିରୋଧ, ପାରିବାରିକ ସମସ୍ୟା, ସହକର୍ମୀଙ୍କ ସହ ଝଗଡ଼ା ବିଷୟକୁ ନେଇ ଚିନ୍ତିତ ରହିବେ। ଅନ୍ୟମାନଙ୍କ କଥା ଠିକ୍‌ ଥିଲେ ମଧ୍ଯ ଆପଣଙ୍କୁ ଭଲ ଲାଗିବ ନାହିଁ। ସଭାସମିତି ଓ ସଙ୍ଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି। ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ।
ନୀଚସ୍ଥ ରାଶ୍ୟାଧିପ କାରଣରୁ ଘର ସକାଶେ, ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ ଅର୍ଥ ବ୍ୟୟ କରିବାକୁ ବାଧ୍ଯ ହେବେ। ପ୍ରଶାସନ ଓ ପ୍ରତିଦ୍ବନ୍ଦିତାରେ ସଫଳତା ପାଇବେ। ରାଜନୀତି, ଆଇନ ଓ ଅଦାଲତ କ୍ଷେତ୍ରରେ ଦୃଢ଼ ସମର୍ଥନ ଅବ୍ୟାହତ ଯୋଗୁ ଆଗେଇ ଯିବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢ଼ାଇ ପାରନ୍ତି।
ପାପଯୁକ୍ତ ଚନ୍ଦ୍ର ହେତୁ ମାନସିକ ବ୍ୟସ୍ଥତା କାରଣରୁ କୌଣସି କାମ ଶୃଙ୍ଖଳିତ ହୋଇପାରିବ ନାହିଁ। ଯାହାକିଛି ବିଚାର କରିବେ, ତାହା ଶେଷ ସମୟରେ ଓଲଟପାଲଟ ହୋଇଯିବ। ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ମତ ବଦଳାଇ ଅସହଯୋଗ କରିପାରନ୍ତି। କଳା, ସାହିତ୍ୟ ଓ ଗୁରୁତ୍ବପୂର୍ଣ୍ଣ କାମମାନଙ୍କରେ ଉପଯୁକ୍ତ ଭାବେ ଫଳ ପାଇପାରନ୍ତି ।
ଗୁରୁଚାଣ୍ଡାଳ ଯୋଗ ହେତୁ କର୍ମକ୍ଷେତ୍ରରେ ସତର୍କରେ କାମ କରନ୍ତୁ। ପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ରହିଲେ ପରିସ୍ଥିତି ବଦଳିଯିବ। ସାହିତ୍ୟ, ସାମ୍ବାଦିକତା, ଗବେଷଣା, ବାଣିଜ୍ୟ ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି କରିବେ। ବନ୍ଧୁ ମେଳରେ ଅପ୍ରିୟ ସତ କହି ବିରୋଧୀ ହେବେ ।
ଆଜି ଚତୁର୍ଥମ୍ଥ ଧନାଧିପ କାରଣରୁ ଅର୍ଥଲାଭର ଯୋଗ ରହିଛି, ଅବଶ୍ଯ ଏହା ଆପଣଙ୍କର ବହୁତ ପୂର୍ବରୁ ହିଁ ପାଇବାର ଥିଲା। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। ପିଲାମାନଙ୍କ କାର୍ଯ୍ୟକଳାପ ନାପସନ୍ଦ କରିପାରନ୍ତି। କର୍ମକ୍ଷେତ୍ରରେ ଅପରାହ୍ନ ସମୟରେ କାରଣ ନ ଥାଇ ମଧ୍ଯ ଦୋଷୀ ସାବ୍ୟସ୍ତ ହେବେ।
ପାପପ୍ରଭାବ ଯୁକ୍ତ ଗୁରୁ ଯୋଗୁ ଆପଣଙ୍କ ପାରିବାରିକ କ୍ଷେତ୍ରକୁ ପଡ଼ୋଶୀମାନେ ସମସ୍ୟା ବହୁଳ କରିପାରନ୍ତି । ଯାନବାହନରେ ସତର୍କ ରହିବା ଭଲ ନତୁବା କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ । ପିଲାଙ୍କ କୃତିତ୍ବ ସକାଶେ ଗର୍ବ ଅନୁଭବ କରିବେ। ବନ୍ଧୁମାନଙ୍କ ସହ ଦୀର୍ଘ ଦିନରୁ ଭାଙ୍ଗି ଥିବା ଅମେଳ ପୁଣି ଯୋଡ଼ି ହୋଇଯିବ।
ଦିତୀୟସ୍ଥ ମଙ୍ଗଳ ଓ ବୁଧ ହେତୁ କାହାର ମିଠା କଥାରେ ଭାସିଯାଆନ୍ତୁ ନାହିଁ, ଯାହାକି ସମସ୍ୟାର ହେତୁ ସ୍ବରୂପ ହୋଇପାରେ। ବନ୍ଧୁଙ୍କ ପ୍ରାୟୋଜିତ ଚକ୍ରାନ୍ତ କର୍ମକ୍ଷେତ୍ରରେ ଆତଙ୍କିତ କରିପାରେ। ଅନିୟମିତ ଆହାର ଯୋଗୁ ସ୍ଵାସ୍ଥ୍ୟହାନି ଘଟିବାର ସମ୍ଭାବନା ରହିଛି। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ ।
ସ୍ବଗୃହୀ ମଙ୍ଗଳଜନିତ ଆପଣଙ୍କ ପ୍ରତ୍ୟେକ ଲେଖାପଢ଼ାରୁ, କଳା, ସାହିତ୍ୟରେ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ ।
ରାହୁଯୁକ୍ତ ବୃହସ୍ପତି କାରଣରୁ ସ୍ବାସ୍ଥ୍ୟ ସମସ୍ୟା ମାନସିକ ସ୍ଥିତିକୁ ବିଷାଦିତ କରିପାରେ। ଆପଣଙ୍କ ଲୋକପ୍ରିୟତା ପଡ଼ୋଶୀଙ୍କ ଈର୍ଷାପରାୟଣତାକୁ ବୃଦ୍ଧି କରିବ। କେତେକ ନୂତନ କାମର ପରିକଳ୍ପନା କରିବେ, କିନ୍ତୁ ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟା କରିବେ। ଗୁରୁଜନଙ୍କ ସାନ୍ତ୍ଵନା ବାଣୀ ମନରେ ଆଶ୍ଵସ୍ତି ଭରିପାରେ ।
ଆଜି ଶନିଙ୍କ ଦୃଷ୍ଟି ପ୍ରଭାବରେ ପାରିବାରିକ ସ୍ତରରେ ସନ୍ତାନ ହେତୁକ ମାନସିକ ଆଘାତ ପାଇପାରନ୍ତି । ଏକ ଭିନ୍ନ ପରିସ୍ଥିତିରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବାର ଆଶା ରହିଛି। ଅର୍ଥ ସମ୍ପର୍କିତ ଆଲୋଚନାରେ ଟେନସନ୍‌ କିଛି ମାତ୍ରାରେ କମିଯିବ। ହଠାତ୍‌ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ |
ସ୍ବଗୃହୀ ଶନି ହେତୁ ପ୍ରତ୍ୟେକ ଦିଗରୁ ଆଜି ଦିନଟି ଏ ଭଲ। ପ୍ରତି କ୍ଷେତ୍ରରେ ଜୟଯୁକ୍ତ ହେବେ। ପିଲାଙ୍କର କିଛି ସମସ୍ୟା ମନକୁ ବିଚଳିତ କରିବାର ଆଶଙ୍କା ଦେଖାଦେବ। ଇଚ୍ଛା ନ ଥଲେ ମଧ୍ଯ ବାଧ୍ୟବାଧକତାରେ ପଡ଼ି କଠିନ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ଭୁଲ୍‌ ବୁଝାମଣାଜନିତ ପାରିବାରିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ ।
ଆଜି ସକାଳୁ ସକାଳୁ ବନ୍ଧୁ କିମ୍ବା ପରିଜନଙ୍କ ସହିତ ଭ୍ରମଣ କରିପାରନ୍ତି। କିନ୍ତୁ ରେବତୀ ନକ୍ଷତ୍ର କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୀୟ ହୋଇ ପାରନ୍ତି। ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି ଗୃହ କାମରେ ବ୍ୟସ୍ତ ରହି କୌଣସି କାମକୁ ପାସୋରି ଦେଇ ପାରନ୍ତି। କୋର୍ଟ କାମ ସୁରୁଖୁରୁରେ ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments