OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 25th July 2023

Odia Rashiphala

Odia Rashiphala

ଆଜି ଅଶ୍ଵିନୀ ନକ୍ଷତ୍ର ଦୂରଦର୍ଶିତା ବିହୀନ କାର୍ଯ୍ୟ ଯୋଗୁ ମାନସିକ ସୁସ୍ଥତା ହରାଇବେ। ଦୀର୍ଘଦିନରୁ ଆଶା କରିଥିବା ମୂଲ୍ୟବାନ୍‌ ଦ୍ରବ୍ୟଟି ବନ୍ଧୁଙ୍କ ଜରିଆରେ ପାଇପାରନ୍ତି। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକମାନେ ଅସୁବିଧାରେ ପକାଇବେ । ବ୍ୟବସାୟିକ, ପାରିବାରିକ ଓ ଆନୁଷ୍ଠାନିକ ସ୍ଥିତି ପ୍ରାୟତଃ ଠିକ୍‌ ରହିବ।
ବନ୍ଧୁଙ୍କ ସହାୟତା ଲାଭକରି କାର୍ଯ୍ୟ ହାସଲ କରିବେ। ଘରର ବରାଦ ଅନୁସାରେ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ସ୍ଵାସ୍ଥ୍ୟସମସ୍ୟା ସୃଷ୍ଟି ହେବା ସାଙ୍ଗକୁ ପାରିବାରିକ ସମସ୍ୟା ଆଜିର ଯାତ୍ରାକୁ ସ୍ଥଗିତ ରଖିବ।
ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ଯ କର୍ମ ଓ ପାରିବାରିକ କ୍ଷେତ୍ର ଶୃଖଂଳିତ ରହିବ। ପଡ଼ୋଶୀମାନେ ଭୂରି ଭୁରି ପ୍ରଶଂସା କରିବେ। ପ୍ରକାଶନ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଦ୍ବନ୍ଦ୍ଵ ଦୂରହେବ । ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ଏବଂ ନିକଟସ୍ଥ ବନ୍ଧୁମାନେ ଏହି ଦିଗରେ ସାହାଯ୍ୟ କରିବେ। ଅନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।
ମାନସିକ ଅସ୍ଥିରତା କାରଣରୁ ବିଭିନ୍ନ ଯୋଜନା କରି ମଧ୍ଯ ଉପକୃତ ହୋଇପାରିବେ ନାହିଁ। ସଭାସମିତି କିମ୍ବା ଅଫିସ୍‌ କାମରେ ନୂତନ ଦାୟିତ୍ବ ହାତକୁ ନେଇପାରନ୍ତି। ବହୁଦିନ ଧରି ଲାଗି ରହିଥିବା ରୋଗପୀଡ଼ାରେ କଷ୍ଟ ଅନୁଭବ କରିବେ। ଆପଣ ପ୍ରତିଶ୍ରୁତି ପାଳନ ନ କରିବା କାରଣରୁ ବନ୍ଧୁ ଅଭିମାନ କରିପାରନ୍ତି।
ଯେତେ ଭଲ କାମ କଲେ ମଧ୍ଯ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିବେ । ପରିବାରରେ ଭୁଲ୍‌ ବୁଝାମଣା ଲାଗି ରହିବାରୁ ଟେନ୍‌ସନ ଲାଗି ରହିବ। ବ୍ୟବସାୟ, ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ ।
ଦୀର୍ଘଦିନର ଅପୂରଣୀୟ ଆଶା ମନକୁ ଆଲୋଡ଼ିତ କରିବା କାରଣରୁ ଅଶାନ୍ତ ରହିବେ। କର୍ମକ୍ଷେତ୍ରରେ ଅବହେଳା ଯୋଗୁ କେତେକ କାମ ଲାଗି ଅନ୍ୟର ସାହାଯ୍ୟ ନେବେ। ଆଜି ଯାନବାହନ, ବିବାଦୀୟ ସ୍ଥାନ, ଏକାକୀ ଯାତ୍ରାରୁ ଦୂରେଇରହିବା ଭଲ । କଳା, କାରିଗରି, ସାହିତ୍ୟ, ସଙ୍ଗୀତ ପ୍ରଭୃତି କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।
ନିଜର ଦକ୍ଷତା ଓ ପ୍ରତ୍ୟୁତ୍ପନ୍ନମତିତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇପାରିବେ । ପରିସ୍ଥିତିବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ଉପରିସ୍ଥଙ୍କ ନିର୍ଦ୍ଦେଶାନୁସାରେ ଭ୍ରମଣ ଯୋଗୁ କ୍ଲାନ୍ତି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ଅଭାବରୁ ମନ ଭଲ ଲାଗି ନ ପାରେ ।
ଆଲୋଚନା କାଳରେ ମନ ବୁଝିଲା ଭଳି କଥା କହି ବନ୍ଧୁକୁ ଆପଣେଇନେବେ । ଅନୂରାଧା ନକ୍ଷତ୍ରର ବିଗତ ଦିନର କୌଣସି ଘଟଣା ସକାଶେ ଟେନ୍‌ସନ ବଢ଼ିପାରେ। ମାତ୍ରାଧିକ ଭ୍ରମଣ କିମ୍ବା କାମର ଚାପ ହେତୁକ କ୍ଳାନ୍ତି ଅନୁଭବ କରିବେ। ଜମିଜମା କାରବାର,ନିର୍ମାଣ, ମୂଲ୍ୟବାନ୍‌ ଜିନିଷର କିଣାବିକା କ୍ଷେତ୍ରରେ ସୁଫଳ ପାଇବେ।
ପାରିପାର୍ଶ୍ବିକ ପରିସ୍ଥିତି ଭଲ ନ ଥିଲେ ମଧ୍ଯ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ପ୍ରତିଦ୍ବନ୍ଦିତା କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନାହିଁ ବନ୍ଧୁମାନଙ୍କ ସହ ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ। ମୂଳା ନକ୍ଷତ୍ର ଅର୍ଥ ଓ ସମ୍ମାନ ମିଳିବ, ବ୍ୟବସାୟିକ ଭନ୍ନତି କରିବେ ।
ସକାଳୁ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଖଳଲୋକମାନେ ଅପପ୍ରଚାର କରିପାରନ୍ତି। କୌଣସି ଅଭାବ ନ ଥାଇ ମଧ୍ଯ ଆତ୍ମୀୟମାନଙ୍କ ହୀନମନ୍ୟତା କାରଣରୁ ମନଟା ଭଲ ଲାଗିବ ନାହିଁ। ସଭାସମିତି, ଆଲୋଚନାଚକ୍ର, ନିର୍ମାଣ, ପରିବହନ, ପ୍ରକାଶନ କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।
ପାରିବାରିକ କ୍ଷେତ୍ରରେ ମଧ୍ଯ ସହଜରେ କାମ ହାସଲହେବା କଷ୍ଟକର ହେବ। କର୍ମକ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ଆଗ୍ରହ ପ୍ରକାଶ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
ଆଜି ଆପଣ କୌଣସି କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନାହିଁ । ପାରିବାରିକ ସମସ୍ୟା ସମାଧାନର ଚିନ୍ତାକରି ଦୂର୍ଭାବନା ବଢ଼ିଚାଲିବ। ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଶତ୍ରୁତା ଓ ସ୍ବାସ୍ଥ୍ୟହାନି କର୍ମ କ୍ଷେତ୍ରରେ ପ୍ରତି ବନ୍ଧକ ସୃଷ୍ଟି କରିବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments