OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 25th April 2022

Odia Rashiphala

Odia Rashiphala

ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ବିନୟୀ ସ୍ୱଭାବର ହେବେ। ପ୍ରଥିତ ପ୍ରତାପ ସମ୍ପନ୍ନ ହୋଇପାରନ୍ତି। ଦୃଢ଼ ପୌରୁଷର ଅଧିକାରୀ ହୋଇପାରନ୍ତି।
ଜନସାଧାରଣଙ୍କ ଆଦର ଓ ସମ୍ମାନର ପାତ୍ର ହେବେ। କୌଶଳରେ କାର୍ଯ୍ୟ ହାସଲ କରିବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଅର୍ଥପ୍ରାପ୍ତ୍ ହେବେ। ସନ୍ମାର୍ଗୀ ହେବେ। ଧନବାନ୍ ହୋଇପାରନ୍ତି।
ଅତିଥି ପରାୟଣ ହେବେ। ଧର୍ଯ୍ୟର ସହ ସଂଘଟିତ ହେଉଥିବା ବିପଦର ମୁକାବିଲା କରିବାରେ ପାରଙ୍ଗମ ହେବେ। ଗୁରୁଗୌରବ ଅର୍ଜନ କରିପାରନ୍ତି।ଦିନଟିରେ ସତର୍କତାର ସହ ଚଳିବାକୁ ପଡ଼ିବ।
ଶଭକାର୍ଯ୍ୟ ସମ୍ପାଦିତ ହେବ। ଯାହା ଘଟଣା ଘଟିବ; ସଖୁବୋଧ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସୁସ୍ୱାଦୁଭୋଜନ ସହ ଆନନ୍ଦ ଉପଭୋଗ କରିବେ। ରାଜନୀତିରେ ପାରଙ୍ଗମ ହେବେ।
ବନ୍ଧୁଙ୍କ ସହିତ ସମ୍ପର୍କର ଖିଅ ଦୃଢ଼ ରହିବ। ସୁଖ-ସମ୍ଭୋଗର ଦିନଟି ଆଜି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତିଫେରିପାଇବେ। କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ।
ସଂଗଠନର ନେତୃତ୍ୱ ନେଇପାରନ୍ତି। ଧନ, ଜନ,ଗୋପ, ଲକ୍ଷ୍ମୀ ପ୍ରାପ୍ତିର ସୂଚନା ମିଳୁଛି। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ୱଭାବସମ୍ପନ୍ନ ହେବେ। ମନ୍ତ୍ରଣାଦାତା ଓ କାବ୍ୟକର୍ତ୍ତା ହୋଇପାରନ୍ତି।
ଶତ୍ରୁନାଶ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। କାର୍ଯ୍ୟ ଯେତେ ବଡ଼ କଠିନ ହେଉନା କାହିଁକି କଳେ, ବଳେ, କୌଶଳେ ସମ୍ପାଦିତ କରିବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିବାର ସୂଚନା ମିଳୁଛି।
ସୌଭାଗ୍ୟ ବୃଦ୍ଧି ସହ ସୁଫଳ ମିଳିବ। ନିରୀହ ହେବେ। ପ୍ରମାଦହୀନ ହୋଇପାରନ୍ତି। ସାଧୁ ସେବାରୁ ନୂତନ କର୍ମର ଅଭ୍ୟୁଦୟ ହେବ। ବହୁ ମିତ୍ରଙ୍କ ସହାୟତା ପ୍ରାପ୍ତ ହେବେ। ଅସାଧ୍ୟସାଧନ କରିବେ।
ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ଦ୍ରବ୍ୟ ଲାଭ ହୋଇପାରେ। ସମ୍ମାନିତ ହେବେ। ଯାନବାହନାଦିରୁ ସୁଖଭୋଗ କରିବେ। ସରକାରୀ ଅନୁଗ୍ରହରୁ ବହୁ ସମ୍ପଦ ପ୍ରାପ୍ତ ହେବେ।
କାନ୍ତାନୁରକ୍ତ ହୋଇପାରନ୍ତି। ପୁରୁଷ ସ୍ୱଭାବର ହେବେ। ପର ଧନ ଲବ୍ଧ ହୋଇପାରନ୍ତି। ଖାଦ୍ୟପେୟରେ ମନ ଊଣା କରିପାରନ୍ତି। ଯେଉଁ ଧନ ମିଳିବ; ତାହା ଗ୍ରହଣ କରିବା ନେଇ ଚିନ୍ତିତ ହେବେ।
ଶୁଭ ସମାଚାର ପାଇ ଭାବବିହ୍ୱଳ ହୋଇପାରନ୍ତି। କାର୍ଯ୍ୟନିର୍ବାହ କରିବାରେ ପାରଙ୍ଗମ ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ହର୍ଷଯକ୍ତୁ,ବିଶୁଦ୍ଧ ଭାଷୀ, ଧନଶାଳୀ ହୋଇପାରନ୍ତି। ସୁସ୍ଥ ରହିବେ।
ନାନା ସୁଖପ୍ରାପ୍ତି ସହ ବିଶାଳ ଯଶର ଅଧିକାରୀ ହେବେ। ଦାନଶୀଳ ହୋଇପାରନ୍ତି। ଶତ୍ରୁକୁ ପରାଜିତ କରିବାରେ ସକ୍ଷମ ହେବେ। ବାକ୍ ପଟୁହେବେ। ପୂଣ୍ୟଦେହୀ ଓ ସବୁର୍ଣ୍ଣାଦିଯୁକ୍ତ ହୋଇପାରନ୍ତି
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments