OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 24th April 2023

Odia Rashiphala

Odia Rashiphala

ବନ୍ଧୁମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡ଼ିପାରେ। ସାହିତ୍ୟ, କଳାସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ ।ପରିବାରରେ ନିଜ ଲୋକମାନଙ୍କ ପକ୍ଷପାତିତାକୁ ଦେଖି ବ୍ୟସ୍ତ ହେବେ। କୃତି ଓ କୃତିତ୍ବ ସକାଶେ ସାମାଜିକ ସମ୍ମାନ ହେତୁ ଉଚ୍ଚସ୍ତରରେ ସମ୍ପର୍କ ସ୍ଥାପନ ହେବ।
ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ସାଙ୍ଗକୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ଯ ସାଧନ କରିବେ। ସହକର୍ମୀଙ୍କ ପରାମର୍ଶ କ୍ରମେ କର୍ମକ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ, ନିର୍ମାଣ, ଆଇନ, ଅଦାଲତ, ଜମିଜମା କ୍ଷେତ୍ରରେ କାର୍ଯ୍ୟ ସାଧିତ ହେବ। ଆନୁଷ୍ଠାନିକ କାମ ସକାଶେ ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି |
ଅର୍ଥ ସମ୍ପର୍କିତ ବିବାଦ ବୃଦ୍ଧି ବନ୍ଧୁ ସମ୍ପର୍କକୁ କ୍ଷୁର୍ଣ୍ଣ କରିପାରେ। ତଥାପି ପୁନର୍ବସୁ ନକ୍ଷତ୍ର ସକାଶେ ପ୍ରତ୍ୟେକ ପରିସ୍ଥିତିରେ ନିଜଲୋକ ଦ୍ବାରା ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ସନ୍ତାନ ହେତୁକ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ପରୋକ୍ଷ ଶତ୍ରୁତା କେତେକ କାମକୁ ସାମୟିକ ଅଟକାଇ ଦେଇପାରେ ।
ପରିସ୍ଥିତିର ଅଙ୍କାବଙ୍କା ରାସ୍ତାରେ ଇଚ୍ଛା ନ ଥାଇ ମଧ୍ଯ ଚାଲିବାକୁ ବାଧ୍ଯ ହେବେ। ପାରିବାରିକ ଆବଶ୍ୟକତାକୁ ନେଇ ଖର୍ଚ୍ଚାନ୍ତ ହେବାକୁ ବାଧ୍ଯ ହେବେ। କର୍ମକ୍ଷେତ୍ରରେ ପୁନର୍ବସୁ ନକ୍ଷତ୍ର ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। କେତେକଙ୍କ କ୍ଷେତ୍ରରେ ଗୁପ୍ତ ଶତୁମାନଙ୍କର ସକ୍ରିୟତା ବୃଦ୍ଧି ପାଇପାରେ,ଏଣୁ ସାବଧାନତା ଆବଶ୍ୟକ |
ଆଜି ନିଜର କଥା ଓ ବ୍ୟବହାରରେ ସଂଯମତା ଅବଲମ୍ବନ କଲେ ଉପକୃତ ହୋଇପାରିବେ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସଭାସମିତିରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ବାରା ସହଯୋଗ ପାଇବେ। ଦୀର୍ଘ
ସମୟ ଅତିକ୍ରାନ୍ତ ପରେ ଖୋଜୁଥ୍ଵବା ଜିନିଷ ହଠାତ୍‌ ପାଇଯିବେ।
ବିକ୍ଷିପ୍ତ ଭାବଧାରାର ଅବ୍ୟବସ୍ଥିତ ମନ ଜୀବନଯାତ୍ରାକୁ ବିଶୃଙ୍ଖଳିତ କରିପାରେ। ସବୁ ପ୍ରକାର ସୁବିଧା ଥିଲେ ମଧ୍ଯ ପାରିବାରିକ ଜୀବନରେ କିଛିଟା ଅଭାବ ଅନୂଭବ କରିବେ। କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ସାମାଜିକ କ୍ଷେତ୍ରରେ ପଡୋଶୀ କେହି ପ୍ରତିବାଦର ସ୍ଵର ଉତ୍ତୋଳନ କରିପାରନ୍ତି ।
ମାନସିକ ଅସ୍ଥିରତା ଲାଗି ରହିଥିଲେ ମଧ୍ଯ ଶାରୀରିକ ସୁସ୍ଥତା ଓ ମାନସିକ ସ୍ଥିରତା ରକ୍ଷାରେ ସମର୍ଥ ହେବେ । ଶାନ୍ତ ମନରେ ସବୁ କାମକୁ କରିବାର ଧୈର୍ଯ୍ୟ ପୂର୍ଣ୍ଣମାତ୍ରାରେ ରହିବ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ବାରା ସମସ୍ୟାର ସମାଧାନ ହୋଇଯିବ। ପରିସ୍ଥିତିବଶତଃ କର୍ମକ୍ଷେତ୍ରରେ ଅପ୍ରିୟ ସତ କହି ବିରୋଧୀ ହୋଇପାରନ୍ତି।
ସ୍ବାସ୍ଥ୍ୟରେ ଉନ୍ନତି, ଆର୍ଥିକ ପ୍ରଗତି, ଉନ୍ନତ ଚିନ୍ତା ଓକାର୍ଯ୍ୟଧାରାରେ ଶୃଙ୍ଖଳା ଦିନଟିକୁ ଖୁସିରେ କଟିବାରେ ସାହାଯ୍ୟ କରିବ। ଅନୁରାଧା ନକ୍ଷତ୍ରର ବିଭିନ୍ନ ପାରିବାରିକ ସମସ୍ୟା ଚିନ୍ତାକରି ମନ ଭାରାକାନ୍ତ ରହିବ। କ୍ରୀଡା, କଳା, ସାହିତ୍ଯ, ସଙ୍ଗୀତ କ୍ଷେତ୍ରରେ ସଫଳତା ମିଳିପାରେ। କିନ୍ତୁ ନିଜ ସମ୍ପର୍କକୁ କେନ୍ଦ୍ର କରି ସମାଲୋଚିତ ହୋଇପାରନ୍ତି |
ଆଜି ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାର ସୁଫଳ ପାଇବେ। କଠୋର କଥା କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ । ତଥାପି ଅଫିସ୍‌ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ରାଜନୀତିରେ କିମ୍ବା
ସାଂଗଠନିକ କ୍ଷେତ୍ରରେ ନେତୃତ୍ବ ନେଇ ପ୍ରଶଂସିତ ହେବେ।
ଆପଣ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବୋ। ବିଭିନ୍ନ ସୂତ୍ରରୁ ରୋଜଗାର ବୁଦ୍ଧି ପାଇବ ଓ କୌଣସି କ୍ଷେତ୍ରରେ ତାହାକୁ ବିନିଯୋଗ କରିବା ପାଇଁ ଚେଷ୍ଟା କରିବେ। ଗଣତନ୍ତ୍ର ପ୍ରତୀକ ଶନି ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ
କରାଇବ। ଜମିଜମା ବିବାଦର ସମାଧାନ ହେବାର ସମ୍ଭାବନା ରହିଛି।
ଅନ୍ୟମାନଙ୍କ ପରୋକ୍ଷ ଶତ୍ରୁତା ଆପଣଙ୍କ କୌଣସି କାମକୁ ଅଟକାଇ ପାରିବ ନାହିଁ। ସହକର୍ମୀଙ୍କ ସହାୟତାରେ ବକେୟା ଆଦାୟରେ ସକ୍ଷମ ହେବେ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି। କଥାରେ ସଂଯମତା, ଅର୍ଥରେ ମିତବ୍ୟୟତା, ଚିନ୍ତାରେ ଶୃଙ୍ଖଳତା ରକ୍ଷାକଲେ ଉପକୃତ ହେବେ ।
କେତେକ କ୍ଷେତ୍ରରେ କଥାରେ ଓ କାର୍ଯରେ ଜିଦ୍‌ଖୋର ଯୋଗୁ ହଇରାଣ ହୋଇପାରନ୍ତି। ସଭାସମିତି, ଆଲୋଚନା, ସମ୍ପର୍କ ସ୍ଥାପନ ତଥା ବାଣିଜ୍ୟ, ନିର୍ମାଣ, ଶେୟାର ବଜାରରେ ଲାଭବାନ ହେବେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ବାରା ପ୍ରଶଂସିତ ହେବେ। ଜହ୍ନମାମୁ ଭଳି ସମସ୍ତଙ୍କର ଆଦରଣୀୟ ହେବା କାରଣକୁ ନେଇ ଈର୍ଷାପରାୟଣ ବ୍ୟକ୍ତିଙ୍କ ଗାତ୍ରଦାହ ହୋଇପାରେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments