![]() | କର୍ମସ୍ଥାନରେ ରବି ଓ ଚନ୍ଦ୍ରଙ୍କ ସମାଗମ ଫଳରେ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ନିଶ୍ଚିତ ସଫଳତା ପାଇବେ। ସାମାଜିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ବାଣିଜ୍ୟ, ପରିବହନ, ଓ ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ । କଳା, ସାହିତ୍ୟ, ସଙ୍ଗୀତ, ଚଳଚିତ୍ର ପ୍ରଭୃତି କ୍ଷେତ୍ରରୁ ସୁଫଳ ମିଳିବ। |
କାର୍ଯ୍ୟଭାର ବୃଦ୍ଧି ହେତୁ ଚାପଗ୍ରସ୍ଥ ହୋଇପାରନ୍ତି ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ ଓ ଝଗଡ଼ାର ସମ୍ଭାବନା ରହିଛି। ବୁଧଙ୍କ ସ୍ଥିତିଜନିତ ଅର୍ଥ ସମ୍ପର୍କକୁ ନେଇ ଭାତୃବିବାଦ ଦେଖାଦେଇପାରେ ।ବନ୍ଧୁଙ୍କ ପରାମର୍ଶରେ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବୋ ବ୍ୟବସାୟ, ଶିଳ୍ପ ଓ ପରିବହନରେ ଆଶାନୁରୂପକ ସଫଳତା ହାସଲ କରିବେ | |
ପରିସ୍ଥିତି ପ୍ରତି ସଜାଗ ରହି କାମ ନ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଅନ୍ୟମାନଙ୍କ ଦ୍ବାରା ପ୍ରଭାବିତ ହୋଇ ନିଜର ଲୋକମାନେ ମଧ୍ଯ ବିରୁଦ୍ଧାଚରଣ କରିପାରନ୍ତି। ପ୍ରତ୍ୟେକ କାମରେ ଟେନସନ୍ କିଛି ମାତ୍ରାରେ ଲାଗିରହିବ। ଆର୍ଥିକ ଅନଟନ ମଧ୍ଯ କାମକୁ ଅବରୁଦ୍ଧ କରିପାରେ । | |
ଶନିଙ୍କ ଦୃଷ୍ଟି ପ୍ରଭାବରେ ବିଫଳତାର ନୈରାଶ୍ୟରେ ଭାଗ୍ୟ ଓ ଭଗବାନଙ୍କ ନିକଟରୁ ବିଶ୍ବାସ ହରାଇଲା ଭଳି ଅନୁଭବ କରିବେ। ଅନ୍ୟ ପାଇଁ ଯାହା ସହଜଲଭ୍ୟ ଆପଣଙ୍କ ପାଇଁ ତାହା ଦୂରୂହ ହୋଇ ପଡ଼ିବ। ବ୍ୟବସାୟୀଙ୍କ ମଧ୍ଯରେ ପ୍ରତିଯୋଗିତା ଉପୁଜିପାରେ । ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଅନ୍ୟଥା ସମସ୍ୟା ବଢ଼ି ବଢ଼ି ଯିବାର ସୂଚନା ରହିଛି। | |
ଶନି ଓ ଶୁକ୍ର ଦୃଷ୍ଟିରୁ ସାମାନ୍ୟ ଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ । ବନ୍ଧୁମାନଙ୍କ ଅସହଯୋଗରେ କେତେକ ବ୍ୟତିକ୍ରମ ଦେଖିପାରିବେ। ଆଜିର ଯିବା ବାଟରେ କୌଣସି ବନ୍ଧୁଙ୍କ ସହ ବନ୍ଧୁତ୍ବ ସୃଷ୍ଟି କରିପାରତ୍ତି। ବ୍ୟବସାୟିକ, ଆର୍ଥିକ, ସାମାଜିକ ପ୍ରତିଷ୍ଠା ହାସଲ ପାଇଁ ଚେଷ୍ଟିତ ହେବେ। | |
କାର୍ଯ୍ୟ ହାସଲ କ୍ଷେତ୍ରରେ ପରିବାରରୁ ପ୍ରତିରୋଧର ସମ୍ଭାବନା ରହିଛି। କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। ବନ୍ଧୁଙ୍କ କାର୍ଯ୍ୟାବଳୀର ସମୀକ୍ଷା କରି ଛୋଟ କଥାକୁ ବଡ଼ ଆକାରରେ ଚିନ୍ତା କରିବେ। ଧନସ୍ଥ କେତୁ ହେତୁ ଆର୍ଥିକ ସ୍ଥିତି ଦୁଣ୍ଚିନ୍ତାର କାରଣ ହେବ କିନ୍ତୁ ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ। | |
ପ୍ରତ୍ୟେକ କଥାକୁ ଗର୍ଭସ୍ଥ କରି ଚଳିପାରିଲେ ପାରିବାରିକ ସ୍ଥିତି ସାବଲୀଳ ରହିବ। ସମସ୍ୟା ମଧ୍ଯରେଗତି କରି ମଧ୍ଯ ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ ଶୁକ୍ର ଓ ଚନ୍ଦ୍ରଙ୍କ ସୁପ୍ରଭାବରୁ କ୍ରୀଡା, କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ପାରଦର୍ଶିତା ହାସଲ କରିବେ | | |
କର୍ମକ୍ଷେତ୍ରରେ କୌଣସି ଯୁବ ବ୍ୟକ୍ତିଠାରୁ ଅଯାଚିତ ଭାବରେ ଯଥେଷ୍ଟ ସହାୟତା ପାଇବେ | ପାରିବାରିକ କ୍ଷେତ୍ରରେ ସ୍ତ୍ରୀ କିମ୍ବା ଭଉଣୀଙ୍କ ତରଫରୁ ସମସ୍ୟା ଆସିପାରେ। ଅନୁରାଧା ନକ୍ଷତ୍ର ନୂତନ ଯୋଜନା ପାଇଁ କର୍ମତତ୍ପର ହୋଇ ଉଠିବେ କୌଣସି ବ୍ୟକ୍ତି ବିଶେଷଙ୍କ ପରୋକ୍ଷ ଶତ୍ରୁତା କାର୍ଯ୍ୟହାନିର କାରଣ ସାଜିପାରେ । | |
ଆଜି ପାରିବାରିକ କେତେ ବୁଝାମଣା ପିକ୍ ରହିବା ହେତୁ ସାମୟିକ ହସର ଝଲକ ସୃଷ୍ଟି ହେବ। କୌଣସି ଅଭାବ ନ ଥାଇ ମଧ୍ଯ ମନଟା ଭଲ ଲାଗି ନ ପାରେ ।ଦୀର୍ଘଦିନରୁ ଅଟକି ରହିଯାଇଥବା କାମକୁ ସମ୍ପନ୍ନ କରିବାକୁ ମନ ବଳାଇ ପାରନ୍ତି। ଗୁରୁପାକ ଦ୍ରବ୍ୟ ଭୋଜନରୁ ଅଜୀର୍ଣ୍ଣ ଓ ଆମାଶୟ ଦେଖାଦେଇପାରେ । | |
କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ଅର୍ଥ ସଂଗ୍ରହ ପ୍ରଚେଷ୍ଟା ଜାରି ରଖନ୍ତୁ ଅବଶ୍ୟ ଉପକୃତ ହେବେ। ନିଜ ପରିସରର ବ୍ୟକ୍ତିବିଶେଷଙ୍କ କଥାକୁ ବିଶ୍ବାସ କରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ସନ୍ତାନ ହେତୁକ ପୀଡ଼ା କିମ୍ବା ଗୁରୁଜନଙ୍କ ସ୍ଵାସ୍ଥ୍ୟ ସକାଶେ ଚିନ୍ତିତ ରହିବେ । | |
ସାମାଜିକ ସ୍ତରରେ କେତେକ ସାମାନ୍ୟ ଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ । ଶିକ୍ଷା, ପରୀକ୍ଷା, ସାକ୍ଷାତ୍କାର ତଥା ବ୍ୟବସାୟରେ ସମସ୍ୟା ଦେଖାଦେଇପାରେ। ଆଶା ଓ ବିଶ୍ବାସ ନେଇ ଆଗକୁମାଡ଼ି ଚାଲନ୍ତୁ ସଫଳତା ପାଇବେ। ପାରିବାରିକ କ୍ଷେତ୍ର ପୂର୍ବପରି ରହିବ, କିନ୍ତୁ ଅତୀତ ଘଟଣାକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ। | |
ପରିବାରରେ ଭୁଲ୍ ବୁଖମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ି ହେବ ନାହିଁ। ଅନ୍ୟମାନଙ୍କ ଭୁଲ୍ ଧାରଣା ଯୋଗୁ କିମ୍ବା ପରୋକ୍ଷ ଶତୁତା ହେତୁ ଭଲ କାମ କରି ମଧ୍ଯ ନିନ୍ଦା ଶୁଣିବେ। ଆଜି ହଠାତ୍ କୌଣସି ସମଶ୍ରେଣୀୟ ବ୍ୟକ୍ତିମାନଙ୍କ ସହ ବାଦାନୁବାଦ ହୋଇପାରେ। ବ୍ୟୟ ଭାର କମିକମି ଆସିବ, କିନ୍ତୁ ଭାବିଚିନ୍ତି ଆଗକୁ ପାଦ ବଢ଼ାଇବା ଠିକ୍ ହେବ। |
Odia Calender 2023
Comments
comments