![]() |
ରାଜଯୋଗ ଥିବାରୁ ପ୍ରାୟ ପ୍ରତ୍ୟେକ କାର୍ଯ୍ୟକ୍ଷେତ୍ରରେ ପ୍ରଭୁତ୍ୱ ବିସ୍ତାର କରିବେ। ନାନା ସୁଖ ଓ ବିଶାଳ ଯଶର ଅଧିକାରୀ ହେବେ। ଦାନ-ଧର୍ମରେ ଦୀକ୍ଷିତ ହେବେ। ଶତ୍ରୁ ବିଜୟୀ ହେବେ। |
ମହଦାକାଙ୍କ୍ଷୀ ହେବେ। ସଜ୍ଜନ ବ୍ୟକ୍ତି ଭାବେ ମାନ୍ୟତା ପ୍ରାପ୍ତ ହେବେ। ମିତ୍ରମାନଙ୍କଠାରୁ ସହଯୋଗ ପାଇବେ। ଦୃଢ଼ ପୌରୁଷଯୁକ୍ତ ହେବେ। ବିନୟଭାବସମ୍ପନ୍ନ ହେବେ। ପ୍ରଥିତ ପ୍ରତାପୀ ହେବେ। | |
ଦାନକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ନିଜର ଅଭୀଷ୍ଟ ପୂରଣ ପାଇଁ ମିଥ୍ୟାର ଆଶ୍ରୟ ନେବେନାହିଁ। ପତ୍ନୀ, ପୁତ୍ର ସୁଖ ଅନୁଭବ କରିବେ। ଭୋଗୀ, ବିଳାସୀ ଓ ଧନାଢ଼୍ୟ ହୋଇପାରନ୍ତି। | |
ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଭ୍ରମଣଜନିତ ସୁଖ ବ୍ୟର୍ଥ ହୋଇପାରେ। ପତ୍ନୀଙ୍କ ନିକଟରେ ହାର ମାନିପାରନ୍ତି।କ୍ଷୀଣ ଶରୀର ଓ ଆଳସ୍ୟ ପରାୟଣ ହୋଇପାରନ୍ତି। | |
ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧର୍ଯ୍ୟବାନ୍ ହେବେ। ବ୍ୟବସାୟ ଲାଭଜନକ ହେବ। ଅହଂକାରୀ ହୋଇପାରନ୍ତି। ବିବାହ ବିଳମ୍ବିତ ହେବ। ଦାମ୍ପତ୍ୟ ଜୀବନ କଷ୍ଟପ୍ରଦ ହୋଇପାରେ। | |
ବହୁ ଶୁଭଫଳର ଅଧିକାରୀ ହେବେ। ଭ୍ରାତୃ ସ୍ନେହ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହୋଇପାରନ୍ତି।କେତେକ କ୍ଷେତ୍ରରେ ପଛଘୁଞ୍ଚା ଦେଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। | |
କର୍ମଚଞ୍ଚଳ ରହିବେ। ହଠାତ୍ କିଛି ଅର୍ଥ ମିଳିପାରେ। ତନ୍ତ୍ରମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ୱୀ ହେବେ। | |
ଉଦାର ସ୍ବଭାବର ହେବେ। ଦାନଶୀଳ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ।ସୁସ୍ଥ ଓ ନିରାମୟ ରହିବେ। କୃଷିଜାତ ଦ୍ରବ୍ୟ କାରବାରରେ ଲାଭବାନ୍ ହେବେ। ପ୍ରେମୀ ଓ ବୁଦ୍ଧିମାନ୍ ହେବେ। | |
ମନ ପ୍ରସନ୍ନ ରହିବ। ଈଶ୍ୱର ବିଶ୍ୱାସୀ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ନିରୀହ ସ୍ୱଭାବ ସମ୍ପନ୍ନ ହେବେ। ପ୍ରମାଦହୀନ ହୋଇପାରନ୍ତି। ସାଧୁ ସେବା ନିରତ ହେବେ। | |
ଭାଗ୍ୟଶାଳୀ ହୋଇପାରନ୍ତି। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କେତେକ ସ୍ଥାନରେ ବିବାଦଶୀଳ ହୋଇପାରନ୍ତି। | |
ଆୟ ଊଣା ହେବନି। ଐଶ୍ୱର୍ଯ୍ୟ ପ୍ରାପ୍ତିର ସଚନା ମିଳୁଛି। ମୋକଦ୍ଦମାରେ ବିଜୟୀ ହେବେ। ଧନ ପ୍ରାପ୍ତିର ସୂଚନା ମିଳୁଛି। ସମ୍ବର୍ଦ୍ଧିତ ହେବେ। ବିଦ୍ୱାନ୍ ଓ ଶାସ୍ତ୍ରଜ୍ଞ ହେବେ। ସୁସ୍ଥ ଓ ନିରାମୟ ରହିବେ। | |
କର୍ମଚଞ୍ଚଳ ରହିବେ। ଏକାନ୍ତରେ ମୌନ ରହି ତପ ସାଧନାରତ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଗୁପ୍ତ ବିଦ୍ୟାରେ ରୁଚି ରହିବ। ଜ୍ଞାନୀ ବ୍ୟକ୍ତିଭାବେ ସମ୍ମାନିତ ହେବେ। |
Odia Calendar 2022
Comments
comments