OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 20th November 2023

Odia Rashiphala

Odia Rashiphala

ଆଜି ଘରର କୌଣସି ସମସ୍ୟା, ସହକର୍ମୀଙ୍କ _ ବ୍ୟବହାର ଏବଂ ମତାନୈକ୍ୟର ସମ୍ଭାବନା ରହିଛି। ସ୍ଵାସ୍ଥ୍ୟ ଓ ପିଲାଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କଲେ ଉପକୃତ ହେବେ। ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ସ୍ବାର୍ଥହାନି ଆଶଙ୍କାରେ ନିଜ ଲୋକ ଦୂରେଇ ଯାଇପାରନ୍ତି।
ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ସ୍ବାସ୍ଥ୍ୟ ସମସ୍ୟା କଥା ବାରମ୍ବାର ମନରେ ଆଲୋଡନ ସୃଷ୍ଟି କରିବ। ଘରେ ଅସାବଧାନତାବଶତଃ କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ। ଅଫିସ୍‌କୁ ଯିବା ସମୟରେ କୌଣସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ଵରାନ୍ବିତ କରିବେ।
ପାରିବାରିକ ଅସ୍ଥିରତା ଓ ଅଶାନ୍ତି କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତି ନେଇପାରନ୍ତି। ବାଣିଜ୍ୟ, ପରିବହନ ଓ ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାର ଅସୁବିଧାଜନିତ ମନ ଅସ୍ଥିର ରହିବ।
ଆଜିର ପ୍ରାତଃଭ୍ରମଣ କାଳରେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ଯରୁ ଉପକୃତ ହୋଇପାରନ୍ତି। ଆକସ୍ମିକ ଭାବରେ ଧାରକରଜ, ଭଡ଼ା ସୂତ୍ରରୁ ଟଙ୍କା ପାଇ ଖୁସି ହୋଇଯିବେ। ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ କିଛି ଖବର ଆପଣଙ୍କୁ ସାହାଯ୍ୟ କରିବ। ବ୍ୟବସାୟ, ପରିବହନ, ସଭାସମିତି କ୍ଷେତ୍ରରୁ ସୁଫଳ ପାଇପାରିବେ |
ହଠାତ୍‌ ସକାଳୁ କିଛି ଶୁଭ ଖବର ମନକୁ ଖୁସି କରିଦେଇପାରେ ଅସୂୟା ମନୋଭାବ କାରଣରୁ ନିକଟସ୍ଥ ବ୍ୟକ୍ତିମାନେ ସମାଲୋଚନା କରିପାରନ୍ତି । ଅଧ୍ୟୟନ ଓ ଅଧ୍ୟାପନା, ଆଲୋଚନା, ସଭାସମିତି ତଥା ସାଂସ୍କୃତିକ କ୍ଷେତ୍ରରେ ଉନ୍ନତି କରିବେ। ପ୍ରଶାସନ, ପରିବହନ, ନିର୍ମାଣ, ବାଣିଜ୍ୟ ବ୍ୟବସାୟ ସକାଶେ ଦିନଟି ବହୁତ ଭଲ ।
ଆଜି କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ। ଅବଶ୍ୟ ଆଜି ଯାହା ପାଇବା ସକାଶେ ଆଶା ରଖୁଛନ୍ତି,ତାହା ନିଶ୍ଚୟ ପାଇବେ। ପିଲାମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ। ପରିବାର ଭିତରେ ସୃଷ୍ଟି ହୋଇଥବା ପରିସ୍ଥିତିକୁ ସମ୍ଭାଳି ନେବେ ।
ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଭୋଗବିଳାସରେ ସହକର୍ମୀଙ୍କ ହସ୍ତକ୍ଷେପ ଦ୍ବାରା ସାମୟିକ ବାଧାବିଘ୍ନ ଘଟିପାରେ । ବ୍ୟବସାୟରେ ମନୋବଳ ଖୁବ୍‌ ଟାଣ ରହିବ ଏବଂ ଲାଭବାନ୍‌ ହେବେ। କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କାମରେ ଦୁତୋନ୍ନତି ପରିଲକ୍ଷିତ ହେବ ।
ଆଜି କାର୍ଯ୍ୟଦକ୍ଷତା ହେତୁ ଅନ୍ୟମାନଙ୍କଠାରୁ ଶ୍ରଦ୍ଧା ଓ ସମ୍ମାନ ଲାଭ କରିବେ। ପରିବହନ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିପାରନ୍ତି। କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲଭ ହୋଇପଡିବ।
ପାରିବାରିକ ପରିସ୍ଥିତି ଚିନ୍ତାର କାରଣ ହୋଇପାରେ । ଅନ୍ୟାନ୍ୟ କ୍ଷେତ୍ରରେ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀଙ୍କ ସହଯୋଗ କ ମିକ୍ଷେତ୍ରକୁ ଦ୍ଵରାନିତ କରିବ। ଦୀର୍ଘ ଦିନରୁ ପ୍ରତୀକ୍ଷା କରିଥିବା ଶୁଭଖବରଟି ଆକସ୍ମିକ ଭାବରେ ପାଇ ଉଲ୍ଲସିତ ହେବେ। ବିଦେଶ ଯାତ୍ରା, ଶିକ୍ଷା, ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସମ୍ଭାବନା ରହିଛି।
କର୍ମକ୍ଷେତ୍ରରେ ମନ କଥା ମନରେ ରଖି ବନ୍ଧୁଙ୍କ ମନରେ ଆନନ୍ଦ ସୃଷ୍ଟି କରିବାରେ ସମର୍ଥ ହେବେ। ବ୍ୟବସାୟରେ ଉନ୍ନତି ଘଟିବ କିନ୍ଧୁ ପ୍ରତିଦ୍ବନ୍ଦିତା ଲାଗି ରହିବ। ବନ୍ଧୁଙ୍କଠାରୁ ଗୁଜବ ଶୁଣିବା ପରେ ମନରେ ଦୁଶ୍ଚିନ୍ତା ସୃଷ୍ଟି ହେବ। ବନ୍ଧୁ ସମ୍ପର୍କରେ ଉନ୍ନତି ଘଟିବ | ନିର୍ଦିଷ୍ଟ ସମୟରେ ଉଚିତ ପଦକ୍ଷେପ ନେଲେ କୃତକାର୍ଯ୍ୟ ହେବେ ।
ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ପରିବାରରୁ ସହଯୋଗ ପାଇ କେତେକ କାମ ହାସଲ କରିବେ। ଭାବପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣ ମଧ୍ଯରେ ରଖିବା ପାଇଁ ଚେଷ୍ଟା କଲେ ଉପକାର ମିଳିବ ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବିଶେଷ ଭାବରେ ଅନୁକୂଳ ରହିବ |
ଆଜି ଆପଣ ଯେତେ ଭଲ କାମ କଲେ ମଧ୍ଯ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ଆର୍ଥିକ ସିତ ଜମିଜମା କାରବାର, ନିର୍ମଣାଧୀନ କାମ ପ୍ରର୍ଭୂତିରୁ ଶୁଭଫଳ ପାଇବୋ। ବ୍ୟବସାୟ ଓ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ, ଯାହାକି ସମସ୍ୟା ସୁଷ୍ଟି କରିପାରେ। ନିଜ ଲୋକମାନଙ୍କ ଈର୍ଷାପରାୟଣତା ହେତୁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments