OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 2nd January 2023

Odia Rashiphala

Odia Rashiphala

ଆଜି ଦ୍ବିଜା ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣଙ୍କ କଥା ଓ ବ୍ୟବହାରରେ ହସ ଉକୁଟି ଉଠିବ। ସକାଳୁ ଯାତ୍ରାପ୍ରୀତିପ୍ରଦ ରହିବ ଏବଂ ଯେଉଁ କାମରେ ବାହାରିଛନ୍ତି ତାହା ଅବଶ୍ୟ ଫଳପ୍ରଦ ହେବ। ବନ୍ଧୁ କିମ୍ବା ସହକର୍ମୀଙ୍କନିକଟରୁ ଆର୍ଥିକ ସାହାଯ୍ୟ ପାଇବେ। ଶିଳ୍ପ ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେବ।
ରାଶ୍ୟାଧିପ ଶୁକ୍ର ଚତୁର୍ଥାଧିପଙ୍କ ନକ୍ଷତ୍ରରେ ଥିବାରୁ ପାରିବାରିକ ସ୍ତରରେ ବିଭିନ୍ନ ଯୋଜନାକୁ ପ୍ରସ୍ତୁତ କରି ପାରନ୍ତି। ଧନସ୍ଥାନକୁ ଧନାଧିପତିଙ୍କ ଦୃଷ୍ଟି ଅର୍ଥନୈତିକ ଅଭିବୃଦ୍ଧିରେ ନୂତନ ଉତ୍ସାହ ପ୍ରଦାନ କରିବ। ପଡ଼ୋଶୀ, ସହକର୍ମୀ, ଭାଇ ବନ୍ଧୁଙ୍କ ସହ ଆତ୍ମୀୟତା ନିବିଡ଼ତର ହେବ ।
ବୁଧ ତୃତୀୟାଧିପଙ୍କ ନକ୍ଷତ୍ରରେ ଥିବାରୁ ବନ୍ଧୁଙ୍କ ସହ ଫଳପ୍ରଦ ଆଲୋଚନା କରିପାରନ୍ତି । ଆନୁଷ୍ଠାନିକ କାମରେ, ସଭାସମିତିରେ କିମ୍ବା ମେଳା ମହୋତ୍ସବରେ ଯୋଗଦାନ କରି ଖୁସି ହେବେ। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଓ ଦୀର୍ଘଦିନର ଆଶା ଫଳବତୀ ହେବ।
କର୍ମାଧିପତି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ରହିଥିବାରୁ ଉଦାରତା ଗୁଣରୁ ପ୍ରଶଂସିତ ହେବେ । ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ ।ସାଙ୍ଗଠନିକ, ରାଜନୈତିକ, ପ୍ରଶାସନିକ ଓ କଳାତ୍ମକ କ୍ଷେତ୍ରରେ ସ୍ଥିତି ଭଲ ରହିବ। ଶିଳ୍ପ ବାଣିଜ୍ୟ, ବ୍ୟବସାୟ,ଯାତ୍ରା, ପ୍ରତିଯୋଗିତା କ୍ଷେତ୍ରରେ ସମସ୍ୟା ସୁଧାରିବା ପ୍ରଯତ୍ନ କଲେ ଭଲ।
ଆଜିର ଗ୍ରହସ୍ଥିତି ଉତ୍ତମ ପାରିବାରିକ ସମ୍ପର୍କ ସାଙ୍ଗକୁ କାର୍ଯ୍ୟରେ ସଫଳତା ପ୍ରଦାନ କରିବ। ପ୍ରିୟଜନଙ୍କୁ ଆମୋଦିତ କଲା ଭଳି କଥା କହି ସମସ୍ୟାକୁ ସୁଧାରି ନେବେ । ପ୍ରତିଦ୍ବନ୍ଦିତା କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ଯୋଗ ଦେଉଥିଲେ ନିଶ୍ଚିତ ସଫଳତା ହାସଲ କରିବେ। ଈର୍ଷାପରାୟଣ ଆତ୍ମୀୟମାନେ ପରୋକ୍ଷରେ ବିରୁଦ୍ଧାଚରଣା କରିପାରନ୍ତି
ଆଜି ରାହୁଙ୍କ ପ୍ରଭାବରୁ କୌଶଳରେ କାର୍ଯ୍ୟ ହାସଲ କରିପାରିବେ, କିନ୍ତୁ ବିବାଦୀୟ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ମାଲିମକଦ୍ଦମା, ପ୍ରତିଯୋଗିତା, ଧାର୍ମିକ କାର୍ଯ୍ୟ ସକାଶେ କୌଣସି ଅସୁବିଧା ହେବ ନାହିଁ। ଭୁଲ୍‌ ବୁଝମଣା ହେତୁ କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିବାର ସୂଚନା ରହିଛି।
କେନ୍ଦ୍ରସ୍ଥ ଶୁକ୍ରଜନିତ ସମ୍ପର୍କୀୟଙ୍କ ଶୁଭେଚ୍ଛା ଲାଭ କରି ଆତ୍ମତୃପ୍ତି ଅନୁଭବ କରିବେ। ସାହାଯ୍ୟ କରୁଥିବା ବ୍ୟକ୍ତିଉପରେ ବିରକ୍ତି ପ୍ରକାଶ କରିବା ଠିକ୍‌ ହେବ ନାହିଁ। ପରିସ୍ଥିତିରେ ପଡ଼ି କେତେକ ବିବେକାନୁମୋଦିତ କାମ କରି ନ ପାରି ଅନୁସୋଚନା କରିବେ। ମିତ୍ରଭାବ ପୋଷଣ କରି ଜମା ଭଲ ପଡ଼ୁ ନ ଥିବା ବ୍ୟକ୍ତିଙ୍କୁ ମଧ୍ଯ ଆକର୍ଷିତ କରିପାରନ୍ତି।
ସମୟର ଅନୂକୂଳତା କାରଣରୁ ଦୀର୍ଘଦିନ ହେଲା ଯାହା ଚାହୁଁଥିଲେ ଆଜି ତାହା ପାଇ ଖୁସି ହେବେ | ଅନୁରାଧା ନକ୍ଷତ୍ର ସକାଶେ ଅତୀତର କୌଣସି କଥା ମନକୁ ବାରମ୍ବାର ଆଲୋଡ଼ିତ କରିପାରେ। ପୂର୍ବ ପରିକଳ୍ପନାନୁଯାୟୀ ଆଜି ବନ୍ଧୁଙ୍କ ପ୍ରେରଣାରେ କୌଣସି ନୂତନ କାମରେ ପ୍ରବେଶ କରିବେ। ପାରିବାରିକ ସୁସ୍ଥତା ଫେରି ପାଇବେ।
ଭାଗ୍ୟକର୍ମାଧିପ ରାଶିସ୍ଥ ଯୋଗୁ କର୍ମକ୍ଷେତ୍ରରେ ପ୍ରତିଷ୍ଠାର୍ଜନ କରିବେ। ପାରିବାରିକ ସମସ୍ୟା ପଛକୁ ପକାଇ କର୍ତ୍ତବ୍ୟବୋଧକୁ ପ୍ରାଧାନ୍ୟ ଦେଇପାରନ୍ତି ପରିବହନ, ପ୍ରଶାସନ, ପ୍ରକାଶନ, ସଂଗଠନ,ରାଜନୀତି, ସଭାସମିତି କ୍ଷେତ୍ରରେ ଶୁଭଫଳ ପାଇବେ | ସମ୍ପର୍କୀୟଙ୍କ ଦ୍ବାରା ଆହୂତ ହୋଇ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ ।
କର୍ମକ୍ଷେତ୍ର ପାପଗ୍ରହ ପ୍ରଭାବଯୁକ୍ତ ଯୋଗୁ ମାନସିକ ସନ୍ତୁଳନ ହରାଇପାରନ୍ତି। ଅଭିଳାଷ ପୂରଣ କ୍ଷେତ୍ରରେ ଯେକୌଣସି ପନ୍ଥା ଅନୁସରଣ କରିପାରନ୍ତି। ବ୍ୟବସାୟୀମାନେ ଆଗକୁ ମାଡ଼ି ଚାଲିବେ। କଳା,ସାହିତ୍ୟ, ଗଣଯୋଗାଯୋଗ, ବିଜ୍ଞାନ ଓ କାରିଗରି ବିଦ୍ୟାରେ ପାରଦର୍ଶିତା ହାସଲ କରିବେ।
ଭାଗ୍ୟସ୍ଥାନକୁ ଗୁରୁଙ୍କ ଦୃଷ୍ଟିଜନିତ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟସିଦ୍ଧି ହେବ। ସ୍ଥଗିତ କାମକୁ ଆଜି ପୂରା ଦମରେ କରିବା ପାଇଁ ନିଷ୍ପତି ନେବେ। ସାହିତ୍ୟ, ସାମ୍ବାଦିକତା,ସଭାସମିତି, ଏଜେନଶିପ୍‌, କଳା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଉଚ୍ଚ ପ୍ରଶଂସା ପାଇବେ। ତୀର୍ଥାଟନ, ବିଦେଶ ଯାତ୍ରା, ଗବେଷଣା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ଦ୍ବିତୀୟସ୍ଥ ରାହୁ ଯୁକ୍ତ ଚନ୍ଦ୍ର ହେତୁ କଳେବଳେକୌଶଳେ ଅର୍ଥଲାଭ ସହ କାର୍ଯ୍ୟସାଧନ କରିବେ ।ପଡ଼ୋଶୀ, ସହକର୍ମୀମାନେ ଅସହଯୋଗ କଲେ ମଧ୍ଯ ଆପଣଙ୍କର କୌଣସି କାମ ଅଟକିବ ନାହିଁ। ଆମଦାନୀ କାରବାର ଓ ପରିବହନ ପ୍ରଭୃତି ବିଭିନ୍ନ ଦିଗରୁ ଲାଭବାନ ହେବେ। ପୁଟିଂ ବ୍ୟବସାୟ,କଚେରି ମାମଲା କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments