OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 19th December 2022

Odia Rashiphala

Odia Rashiphala

ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି |ବ୍ୟବସାୟ ଲାଭଜନକ ହେବ |ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ |ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହେବେ |ସୁସ୍ଥ ଓ ନିରାମୟ ରହିବେ |
ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଖର୍ଚ୍ଚକାଟ କରିବାକୁ ପଡିବ |ଭ୍ରାତୃଭାବ ସ୍ନେହପୂର୍ଣ୍ଣ ହେବ |ଆୟୁଷ୍ମାନ୍ ହେବେ |ଶତ୍ରୁ ଦମନରେ ପାରଙ୍ଗମ ହେବେ |ଚାକିରିରେ ସୁନାମ ଅର୍ଜନ କରିବେ |
କର୍ମଚଞ୍ଚଳ ରହିବେ |ବ୍ୟବହାରରେ ନମ୍ରତା ଓ ଶାଳିନତା ଆପଣାକୁ ମହାନ୍ କରିପାରେ |ହଠାତ୍ କିଛି ଅର୍ଥ ମିଳିପାରେ |ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ |ଧାର୍ମିକ ଓ ତେଜସ୍ବୀ ହେବେ |
ଧର୍ମୀୟ ବିଚାରରେ ଉଦାର ସ୍ବଭାବର ହୋଇପାରନ୍ତି |ଶ୍ରମ ଓ ନିଷ୍ଠା ବଳରେ ଅସାଧ୍ୟ ସାଧନ କରିପାରନ୍ତି |ଦାନଶୀଳ ହେବେ |କୃଷିରୁ ଭଲ ଆୟ ହୋଇପାରେ |ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି |
ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ପରୋପକାର ପାଇଁ ଉତ୍ସର୍ଗ କରିପାରନ୍ତି |ମନ ପ୍ରସନ୍ନ ରହିବ |ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଲାଗି ରହିବ |ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଲାଗି ରହିବ |ଦୟାଳୁ ଓ ସମ୍ୟକ୍ ତତ୍ବଦର୍ଶୀ ହୋଇପାରନ୍ତି |
ଭାଷା ପରମ କଲ୍ୟାଣୀୟ ହେବ |ବିଭିନ୍ନ ସୂତ୍ରରୁ ଧନାଗମର ସୁଚନା ମିଳୁଛି |ସୌଭାଗ୍ୟଶୀଳ ହେବେ |ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ |ମଧୁରଭାଷୀ ହେବେ |ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ |ସୁଖୀ ହେବେ |
ମହନୀୟ କର୍ମ ସମୂହ ଆପଣଙ୍କୁ ଶୀର୍ଷାସନକୁ ନେବ |ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି |ବିଚାରପତିଙ୍କ ନ୍ୟାୟିକ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଛି |ଧନାଗମ ହେବ |ସ୍ବାସ୍ଥ୍ୟରକ୍ଷା ପାଇଁ ଆହାର ସୁଧାର ହେବ |
ସାଧନାର ସ୍ବର୍ଣ୍ଣିମ ସୂତ୍ର ଏକାନ୍ତବାସକୁ ଆଦରି ନେଇ ସିଦ୍ଧିପ୍ରାପ୍ତ ହେବେ |ଚକ୍ଷୁରେ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି |ନୀତିନୀଷ୍ଠ ଓ ବୁଦ୍ଧିମାନ୍ ହେବେ |କର୍ମଚଞ୍ଚଳ ରହିବେ |ସାହସୀ ହେବେ |
ଶ୍ରଦ୍ଧା ଓ ବିଶ୍ବାସ ରଜୁରେ ଅନୁବନ୍ଧିତ ହୋଇପାରନ୍ତି |କର୍ମଚଞ୍ଚଳ ରହିବେ |କର୍ତ୍ତବ୍ୟ ପଥରେ ଆରୂଢ ଜୀବନକୁ ଯଜ୍ଞମୟ କରିପାରନ୍ତି |ସରକରୀ ସ୍ତରରୁ ସମ୍ମାନ ସହିତ ଅର୍ଥ ପ୍ରାପ୍ତ ହେବେ |
ସଳିତା ପରି ନିଜେ ଜଳି ଅନ୍ୟକୁ ଆଲୋକ ପ୍ରଦାନ କରିପାରନ୍ତି |ମନ ପ୍ରସନ୍ନ ରହିବ |ଆୟୁଷ୍ମାନ୍ ହେବେ |ଦୟାର୍ଦ୍ରଚିତ୍ତ ହୋଇପାରନ୍ତି |ବ୍ୟବସାୟ ଲାଭଜନକ ହେବେ |ସୁସ୍ଥ ଓ ନିରାମୟ ଜୀବନ ଜିଇବେ |
କାର୍ଯ୍ୟଶୈଳୀର ପ୍ରଭାବ ଅମୃତମୟ ହେବ |ସଂଯମପୂର୍ଣ୍ଣ ସଚ୍ଚରିତ୍ର ତା’ର ନିଦର୍ଶନ ହେବେ |ଭାଗ୍ୟାକାଶକୁ ଉଜ୍ଜ୍ବଳମୟ କରିପାରନ୍ତି |ଉଧ୍ୟୋଗୀ ହେବେ |ଜୀବନ ସୁଖସମୃଦ୍ଧିପୂର୍ଣ୍ଣ ହେବ |ସମ୍ପଦଯୁକ୍ତ ହେବେ |
ପରିସ୍ଥିତିରେ ପଡି ନୈତିକ ମୂଲ୍ୟବୋଧର ଅଧୋପତ୍ତନ କରିପାରନ୍ତି |ଅସୁସ୍ଥତା ଅନୁଭବ କଲେ ବି ମନୋବଳ ଦୃଢ ରହିବ |କଳାକୌଶଳରେ ଲୋକମାନଙ୍କୁ ବିମୋହିତ କରିପାରନ୍ତି |ଯାନବାହନ ସୁଖ ମିଳିବ |
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments