![]() | ଆଜକୁ କେତେଦିନ ହେଲା ମନେମନେ ଯାହା ଭାବୁଥିଲେ ତାହା ସୁବିଧାରେ ପାଇଯିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଉପକୃତ ହେବେ। କଠୋର ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ସାମାଜିକ ସ୍ଥରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ | |
ବିଭିନ୍ନ ପ୍ରକାର ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ। ବନ୍ଧୁମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ପ୍ରଦର୍ଶନ କରି ପ୍ରଶଂସିତ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ,ନତୁବା ହଜିଯିବାର ସମ୍ଭାବନା ରହିଛି। ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । | |
ବହୁତ ଦିନରୁ ଅଟକି ରହିଥିବା କାମଗୁଡିକ ସୁବିଧାରେ ହୋଇଯିବ। କାମ କରିବାର ସ୍ପୃହା ଥିଲେ ମଧ୍ଯ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ସହକର୍ମୀମାନଙ୍କ ସାହାଯ୍ୟ, ସହଯୋଗ ପାଇ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ । | |
ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେମିତି କିଛି ହେବନି। ଶିଳ୍ପ, ବ୍ୟବସାୟ, ବାଣିଜ୍ୟ ଓ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଅର୍ଥହାନି ଓ ଅଭାବ ଅସୁବିଧା ଯୋଗୁ ସାମୟିକ ଚିନ୍ତିତ ରହିବେ। ଆକସ୍ମିକ ଭାବେ କାହା ଉପରେ ରାଗି ଅନର୍ଥ ଓ ଶତରତା ସୃଷ୍ଟି କରିବାକୁ ପଡ଼ିପାରେ । | |
ପରିସ୍ଥିତିର କୂର ତାଡ଼ନାରେ ଆର୍ଥିକ ଅନଟନ ମଧ୍ଯରେ ଅଣନିଃଶ୍ବାସୀ ହୋଇପାରନ୍ତି। ହଠାତ୍ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ପଡ଼ିପାରେ। ଆଇନ, ଅଦାଲତ ଓ ପ୍ରତିଦ୍ବନ୍ଦିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭବାନ ହେବେ | | |
ପୂର୍ବ ପ୍ରସ୍ତୁତି ନ ଥାଇ ମଧ୍ଯ ବନ୍ଧୁଙ୍କ ଅନୁରୋଧରେ କୌଣସି କାମ କରିବାକୁ ମନ ବଳାଇବେ। ସହକର୍ମୀଙ୍କଠାରୁ ଅର୍ଥ ସାହାଯ୍ୟ ପାଇବେ। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ଯହେବେ। ମାଲି ମକଦ୍ଦମା, ତର୍କବିତର୍କ, ସଭା ସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ | |
ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଜିନିଷ ପାଇ ମନ ଖୁସି ହୋଇଯିବ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ପାଇବେ ନାହିଁ। ରାଜନୀତି, କଳା, କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ବନ୍ଧୁଙ୍କ ସାହାଯ୍ୟରୁ ଅର୍ଥଲାଭ ଓ ବନ୍ଧୁ ମିଳନ ଅବଶ୍ୟ ଘଟିବ। | |
ଦୀର୍ଘ ଦିନର ଅଭିଳାଷ ପୂରଣ ହେବା କାରଣରୁ ମନ ପ୍ରଫୁଲ ରହିବ। ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ପରୋକ୍ଷରେ ସମାଲୋଚିତ ହେବେ। କଳା, ସାହିତ୍ୟ, ପ୍ରକାଶନ, ସାମ୍ବାଦିକତା, ରାଜନୀତି, ସଂଗଠନ ଓ କ୍ରୀଡ଼ା, ଚଳଚ୍ଚିତ୍ରରେ ପ୍ରଶଂସିତ ହେବେ । | |
ସହକର୍ମୀଙ୍କଠାରୁ ଭୁଲ୍ ଖବର ପାଇ ସାମୟିକ ¬ ଭାବରେ ବିବ୍ରତ ହୋଇପାରନ୍ତି। ଆଜି ଦିନଟିରେ ଯାନ ବାହନରେ ସତର୍କତା ରକ୍ଷା କରନ୍ତୁ ପାରସ୍ପରିକ ବୁଝାମଣା ହେତୁ ଭ୍ରାତ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ। କର୍ମକ୍ଷେତ୍ରରେ ସମସ୍ୟାକୁ ଈର୍ଷାପରାୟଣ ବ୍ୟକ୍ତିମାନେ ବଢ଼ାଇ ଦେଇ ପାରନ୍ତି। | |
ପାରିବାରିକ କ୍ଷେତ୍ରରେ ମାନସିକ ଅଶାନ୍ତି କ୍ରମଶଃ ବୃଦ୍ଧି ପାଇବା କାରଣରୁ ମନରେ ସରସତା ରହିବ ନାହିଁ। ବନ୍ଧୁମାନଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ପୁତ୍ରକନ୍ୟାଙ୍କ ହେତୁକ ସୁଖ ମିଳିବ ଓ ପରିବାରରେ ଶାନ୍ତି ଫେରି ଆସିବ। ରପ୍ତାନି କାରବାର, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ | | |
ବହୂ ଦିନ ହେଲା ଯେଉଁ ଜିନିଷଟି ନ ପାଇ ବ୍ୟସ୍ତ ହେଉଥିଲେ ଆଜି ତାହା ଅତି ସୁବିଧାରେ ପାଇଯିବେ। ବିବାଦୀୟ ଘଟଣା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ବହୁତ ଲାଭ ପାଇବେ। ଆଲୋଚନା କାଳରେ ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ । | |
ଆଜି ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି କାମ ହାସଲ କରିବେ କିନ୍ତୁ ବନ୍ଧୁମାନଙ୍କ ନିକଟରୁ ଅର୍ଥ ଓ ସମ୍ମାନ ପାଇବାରେ କୌଣସି ଅସୁବିଧା ହେବନାହିଁ। ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର, ସଭାସମିତି କ୍ଷେତ୍ରରେ ସଫଳତା ହାସଲ କରିବେ । |
Odia Calendar 2023
Comments
comments