![]() |
ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। ନିଜ ଜୀବନକୁ ଶୃଙ୍ଖଳିତ ଓ ସମୃଦ୍ଧକରି ଗଢ଼ି ତୋଳିବେ। ପୁଣ୍ୟପ୍ରଭା ପତ୍ନୀଙ୍କ ପରାମର୍ଶ ସୁଖଦାୟକ ହେବ। ପାପତାପ ଦୂର ହେବ। |
ଜଣେ ପୁଣ୍ୟକର୍ମା ବ୍ୟକ୍ତି ଭାବେ ଅଜାତଶତ୍ରୁ ହୋଇପାରନ୍ତି।ମନ ପ୍ରଫୁଲ୍ଲ ରହିବ। ସାଧନାରୁ ଶାଶ୍ୱତ ସୁଖର ସନ୍ଧାନ ମିଳିବ। ଋଣ ମୁକ୍ତ ହୋଇ ମାନସିକ ଶାନ୍ତି ଫେରିପାଇବେ। | |
ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହୋଇପାରନ୍ତି।ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି।ତି ଅର୍ଥର ଅନ୍ତଃସ୍ରୋତ ଅବ୍ୟାହତ ରହିବ। ପ୍ରାଣପ୍ରିୟାଙ୍କ ମନସ୍କାମନା ପୂରଣ କରିବେ। | |
କାର୍ଯ୍ୟ ଅସାଧ୍ୟ ହୋଇଥିଲେ ବି କଠିନ ଶ୍ରମ ସ୍ୱୀକାର କରିତା’ର ସମ୍ପାଦନ କରିବାରେ ପାରଙ୍ଗମ ହେବେ। ଜଣେ କୃଷିବିଶାରଦ ଭାବେ ଗ୍ରାମାଞ୍ଚଳ କୃଷକମାନଙ୍କୁ ଦିଗ୍ଦର୍ଶନ ଦେବେ। ଭ୍ରାତୃ ଭକ୍ତି ମିଳିବ। | |
ସର୍ବଦର୍ଶୀ ହୋଇପାରନ୍ତି।କାର୍ଯ୍ୟଧାରାର ପ୍ରତି ପଦକ୍ଷେପ ପ୍ରଶଂସନୀୟ ହେବ। ଜ୍ୟୋତିର୍ମୟ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି।ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ। ଆର୍ଥିକ ସ୍ତିତି ସ୍ୱଚ୍ଛଳ ରହିବ। | |
ଧନଲକ୍ଷ୍ମୀଙ୍କର ଶୁଭାଶିଷ ରହିଛି। କାୟ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ପ୍ରତିଆହ୍ୱାନ ଗୁଡିକୁ ଉତ୍କର୍ଷର ସୋପାନ ମନେ କରି ଆରୋହଣ କରିବେ। ତ୍ୟାଗପତୂ ମନୋବୃତ୍ତିର ହୋଇପାରନ୍ତି। | |
ନିଜେ ଖାଇ ଅନ୍ୟକୁ ଖୁଆଇ ଗୃହ ପରିବେଶକୁ ମଧୁମୟ କରିପାରନ୍ତି। ବହୁଉପହାର ପ୍ରାପ୍ତି ସୂଚନା ମିଳୁଛି। ଅତିଥି ସତ୍କାରରେ ନିୟୋଜିତ ହେବେ। ଜୀବନକୁ ଭୁଲିପାରନ୍ତି; ମାତ୍ର ସଂକଳ୍ପକୁ ନୁହେଁ। | |
ଈପ୍ସିତ ସ୍ୱତନ୍ତ୍ର ସୁବିଧା ସୁଯୋଗ ପ୍ରାପ୍ତି ସୂଚନା ମିଳୁଛି। କର୍ମକ୍ଷେତ୍ରରେ ବାଧାବିଘ୍ନକୁଏଡ଼ାଇ ପ୍ରତିଷ୍ଠିତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଧୀର ବୃଦ୍ଧି, ସ୍ଥିର ଚିତ୍ତରେ କାର୍ଯ୍ୟ କରିବେ। | |
ଜ୍ଞାନ ପ୍ରଦୀପ ପ୍ରଜ୍ୱଳନ କରି ଜୀବନକୁ ସରସ, ସୁନ୍ଦର କରିପାରନ୍ତି। ଆପଣଙ୍କ ପ୍ରେରଣା, ଗ୍ରହୀତାମାନଙ୍କର ଜୀବନକୁ କର୍ମତତ୍ପର କରିପାରେ। ଭାଷାକୁ ନମନୀୟ ଓ କମନୀୟ କରି ସମସ୍ତଙ୍କ ମନ ଜିଣିପାରନ୍ତି। | |
ସରକାରୀ କୃପା ଲାଭ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ପାରଙ୍ଗମ ହେବେ। ଦୟାଳୁ ଓ ସମ୍ୟକ୍ ତତ୍ତ୍ୱଦର୍ଶୀ ହେବେ। ଜ୍ଞାନର ପ୍ରଦୀପ ଜଳାଇ ଚଲାପଥକୁ ଆଲୋକିତ କରିପାରନ୍ତି। | |
ହିତୋପଦେଶ ରଚନା ଦ୍ୱାରା ଜନସାଧାରଣଙ୍କ ପ୍ରିୟପାତ୍ର ହେବେ। ଅନେକ କ୍ଷେତ୍ରରେ ଅପ୍ରିୟ ସତ୍ୟ ପ୍ରକାଶ କରିବାରେ କୁଣ୍ଠା ପ୍ରକାଶ କରିବେ ନାହିଁ। ବଂଶ ପରମ୍ପରାରେ ଅଜନ୍ମା ଜ୍ଞାନୀ ହୋଇପାରନ୍ତି। | |
ଇଷ୍ଟଙ୍କୁ ସୁମରଣା କରି ଉପୁଜିବା କଷ୍ଟକୁ ଦୂର କରିପାରନ୍ତି। ପ୍ରିୟଭାଷୀ ଓ ଧନ, ଯାନବାହନଯୁକ୍ତ ହୋଇପାରନ୍ତି।ଭକ୍ତିରୂପକ ଅମୂଲ୍ୟ ରତ୍ନକୁ ମନମନ୍ଦିରରେ ସ୍ଥାନ ଦେଇ ଭବ ଦୁଃଖକୁ ପାରିହୁଅନ୍ତୁ। |
Odia Calendar 2022
Comments
comments