![]() | ଆଜି ଏକାଦଶ ସ୍ଥାନରେ ରବି ସଂକ୍ରମଣ ହେତୁ ପ୍ରତ୍ୟେକ କାମରେ ଜୟଯୁକ୍ତ ହେବେ। ସ୍ବାସ୍ଥ୍ୟ, ପରିବାର ଓ ସନ୍ତାନବର୍ଗଙ୍କ ପାଇଁ ପ୍ରତ୍ୟେକ ଦିଗରୁ ଶୁଭଫଳ ମିଳିବ। କର୍ମକ୍ଷେତ୍ରରେ ଅତୀତ କଥା ସ୍ମରଣ କରି ଭାବପ୍ରବଣ ହେବେ। ଅତ୍ୟଧିକ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସନ୍ନ ଅନୁଭବ କରିପାରନ୍ତି । |
କର୍ମକ୍ଷେତ୍ରରେ ଶନି ଓ ଶୁକ୍ରଙ୍କ ସଂଯୋଗ ହେତୁ ଉତ୍ସାହ ଓ ପ୍ରେରଣା ପାଇଁ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ | ଅଫିସରେ ଆଲୋଚନା ସମୟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ପାଖ ପଡ଼ୋଶୀଙ୍କ ଘରୋଇ କଳହକୁ ନେଇ ନିଜ ଘରେ ଅଶାନ୍ତି ଲାଗିରହିବ। କଚେରି ମାମଲା, ନିର୍ମାଣ, ଅର୍ଥ ସମ୍ପକୀୟ କଥା ନେଇ ଟେନ୍ସନ ଲାଗି ରହିବ। | |
ଅଷ୍ଟମସ୍ଥ ରବି ଓ ବୁଧି ଯୋଗୁ ଆର୍ଥିକ ସମସ୍ୟାକୁ ସୁଧାରିବା ସକାଶେ ବିଭିନ୍ନ ଯୋଜନା କରିପାରନ୍ତି। ବନ୍ଧୁଙ୍କ ସହାୟତାରେ ସଭାସମିତିରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ,ପ୍ରଶାସନିକ ସ୍ତରରେ ଫାଇଲ କାମ ବଢ଼ିଯାଇପାରେ।ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ବହୃତ ଭଲରେ ଚାଲିବ । | |
ଆଜି ଶାରୀରିକ ସ୍ବାସ୍ଥ୍ୟ ଅପେକ୍ଷା ମାନସିକ ସ୍ବାସ୍ଥ୍ୟ ବିଶେଷ ପ୍ରଭାବିତ ହୋଇପାରେ। ବିଶ୍ବସ୍ତ କର୍ମଚାରୀଟି ଅନ୍ୟମାନଙ୍କ ଦ୍ବାରା ପ୍ରଭାବିତ ହୋଇ ପ୍ରତିଶ୍ରୁତିରୁ ଓହରିଯାଇପାରେ। ଏକ ସାଧାରଣ ଘଟଣାକୁ କେନ୍ଦ୍ର କରି ବନ୍ଧୁମାନଙ୍କ ସହ ଉଚ୍ଚବାଚ ଘଟିପାରେ ।ସାହିପଡ଼ୋଶୀଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। | |
ବହୁ ଆଶା କରି ବନ୍ଧୁଙ୍କ ନିକଟକୁ ଯିବେ, ମାତ୍ର ଶୂନ୍ଯ ହସ୍ତରେ ଫେରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବିବ୍ରତ ହୋଇପାରନ୍ତି ବ୍ୟବସାୟିକ କ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିଙ୍କ ସହଯୋଗ ପାଇବେ। ଅଜି ସ୍ବଗୃହକୁ ମଙ୍ଗଳ ଦେଖୁଥିବାରୁ ପାରିବାରିକ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ। | |
ଦ୍ବିତୀୟରେ କେତୁ ଯୁକ୍ତ ଚନ୍ଦ୍ର ହେତୁ ବାକ୍ ଅସଂଯମତା ବିଭିନ୍ନ ସମସ୍ୟା ସୃଷ୍ଟି ହୋଇପାରେ। ଶିଳ୍ପ ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଅପୂରଣୀୟ ଆଶା ମନରେ ଦୁଃଖ ପ୍ରଦାନ କରିବ। କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି, ମାତ୍ର କିଛ ଅସୁବିଧା ହେବ ନାହିଁ। ଅସୁବିଧାବଶତଃ ବିଳମ୍ବିତ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। | |
ମଧ୍ଯମ ପ୍ରକାରର ଗ୍ରହସ୍ଥିତି କାରଣରୁ ପୂର୍ବ ନିର୍ଦ୍ଧାରିତ କାମ ଠିକ୍ ସମୟରେ ହେବା କଷ୍ଟକର ହୋଇପଡ଼ିବ। ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ବାରା ସମସ୍ୟା ସମାଧାନ ହୋଇଯିବ।ଆଜି କର୍ମକ୍ଷେତ୍ରରୁ ଫେରିବା ସମୟରେ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି । | |
ଦୈହିକ ସୁସ୍ଥତା ଥିଲେ ମଧ୍ଯ ବିଭିନ୍ନ ବିଷୟରେ ଚିନ୍ତା କରି ମାନସିକ ସ୍ବାସ୍ଥ୍ୟ ଭଲ ରହି ନ ପାରେ | ପ୍ରଶାସନିକ, ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଦିଗଟି ମଧ୍ଯମ ପ୍ରକାରର ରହିବ। ଇର୍ଷା ମନୋଭାବ ନେଇ ଖଳଲୋକ ଅପପ୍ରଚାର କଲେ ମଧ୍ଯ କିଛି କରିପାରିବେ ନାହିଁ। ପଡ଼ୋଶୀ ସ୍ବାର୍ଥ ହାସଲ ପାଇଁ ଚେଷ୍ଟା କରି କିଛି ପାଇବେ ନାହିଁ। | |
ଆଜି ମାନସିକ ସ୍ଥିତି ଠିକ୍ ନ ରହିବା କାରଣରୁ ଭଲକୁ ଭଲ ରୂପେ ବିବେଚନା କରିପାରିବେ ନାହିଁ। ସଭାସମିତିରେ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ସାମାଜିକ ସ୍ତରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ ।ପ୍ରତ୍ୟେକ କାମରେ ନେତୃତ୍ଵ ନେଇ ପ୍ରଶଂସିତ ହେବେ। | |
କର୍ମକ୍ଷେତ୍ରର ସମସ୍ୟାଗୁଡ଼ିକ ଶିଥିଳତା ପଡ଼ିଯିବା କାରଣରୁ ମନରେ ଉତ୍ସାହ ବୃଦ୍ଧି ପାଇବ। କିନ୍ତୁ ଭୁଲ୍ ବୁଝାମଣା ହେତୁ ନିଜ ଲୋକମାନେ ଶତ୍ରୁତା କରି ବସିବେ। ପୂର୍ବର ସୁଚିନ୍ତିତ ଯୋଜନା ଠିକ୍ ଭାବରେ ବଦଳାଇବା ପାଇଁ କଷ୍ଟକର ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। | |
ସ୍ବଗୃହୀ ଶନିଶ୍ଚର ହେତୁ ଶାରୀରିକ ସୁସ୍ଥତା ପୂର୍ଣ୍ଣମାତ୍ରାରେ ରହିବେ। ଦିନ ଭିତରେ ଖର୍ଚ୍ଚାନ୍ତ ହେବେ ସିନା କୌଣସି କାମ ଅଟକିବ ନାହିଁ। ଅଫିସ୍ କାମରେ କୌଣସି ଘଟଣା ମନକୁ ବାରମ୍ବାର ଆଲୋଡିତ କରିବ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ । | |
ଆଜି ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଆଗାମୀ କୌଣସି କାମ ସକାଶେ କିଛି ଗୁରୁତ୍ବପୂର୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଯାହାକୁ ଅତି ନିଜର ବୋଲି ବିଶ୍ବାସ କରୁଛନ୍ତି ସେହି ଲୋକମାନେ ବିଶ୍ବାସଘାତକତା କରିପାରନ୍ତି। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ । |
Odia Calendar 2022
Comments
comments