OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 13 th March 2023

Odia Rashiphala

Odia Rashiphala

କର୍ମକ୍ଷେତ୍ରରେ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ । ନିକଟ ସମ୍ପର୍କୀୟମାନେ ଓ ପଛରେ ବିଭିନ୍ନ ପ୍ରକାର କଥା କହୁଥିବାର ଶୁଣିବାକୁ ପାଇବେ। ସାମାନ୍ୟ ଚେଷ୍ଟା ଦ୍ବାରା ଯେଉଁଥିପାଇଁ ଚିନ୍ତିତ ରହିଥିଲେ ଆଜି ତାହା ପାଇବେ। ଫେରନ୍ତା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାଇବେ।
ପରୋକ୍ଷ ଶତୁତା କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ବାତାବରଣ ସୃଷ୍ଟି ହେବ। ଆଲୋଚନା କ୍ଷେତ୍ରରେ ମନ ଅସ୍ଥିର ରହିବା କାରଣରୁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ। ଅନୁଷ୍ଠାନିକ କାମରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ଯ ଲାଭ କରିପାରନ୍ତି। ମାତ୍ର ଘରୋଇ କ୍ଷେତ୍ରରେ ଅଭାବ ନ ଥାଇ ମଧ୍ଯ ମନଟା ଭଲ ଲାଗିବ ନାହିଁ।
କୌଣସି ବ୍ୟକ୍ତିଙ୍କୁ ଅପ୍ରିୟ କଟୁସତ୍ୟ କହି ସେମାନଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। ଅବଶ୍ୟ ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ। ସାମୟିକ ଦୁଶ୍ଚିନ୍ତା କାରଣରୁ ରକ୍ତଚାପ ମଧ୍ଯ ବଢ଼ିପାରେ ।
ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆତ୍ମବିଭୋର ହୋଇପାରନ୍ତି। ମାଲିମକଦ୍ଦମାରେ ଜୟଲାଭ କରିବାର ଆଶା କ୍ରମଶଃ ବୃଦ୍ଧି ପାଇପାରେ । ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବଢ଼ିବ। କ୍ରୀଡ଼ା ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।
ରଣ ପରିଶୋଧ କରିବାର ରାସ୍ତା ଖୋଜି ନ ପାଇବାରୁ ଅସ୍ଥିରତା ବୃଦ୍ଧିପାଇବ। କ୍ରୀଡ଼ା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। କର୍ମକ୍ଷେତ୍ରରେ ପରିବାରବର୍ଗଙ୍କ ସହାୟତା ପାଇବେ ଓ ଆନନ୍ଦ ମନରେ କାମ କରିବେ। ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ଦୂରତ୍ବ ବଜାୟ ରଖି ଚଳିବା ଭଲ ହେବ।
ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ । ସାମାଜିକ ସ୍ତରରେ ଆଳସ୍ୟ ଯୋଗୁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି। କୌଣସି ବ୍ୟକ୍ତି ଦ୍ବାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗରେ ଅନୁଧାବନ କରିବେ। ସ୍ଥଗିତ ରହିଯାଇଥିବା କାମସକାଶେ ଅନ୍ୟମାନଙ୍କର ସାହାଯ୍ୟ ନେବାପାଇଁ ବାଧ୍ଯ ହେବେ ।
ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିବ,ଫଳରେ ନିଜର କାମ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢିଯାଇପାରେ। ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ ମାତ୍ର ଆପଣଙ୍କୁ ଅନ୍ୟମାନେ ସାହାଯ୍ୟ କରିବେ।ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ।ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା କିମ୍ବା ଆନୁଷ୍ଠାନିକ ଦିଗକୁ ମନ ବଳାଇପାରନ୍ତି।
ଅର୍ଥ ସମ୍ପର୍କରେ ଯେତେ ପାଇଲେ ମଧ୍ଯ ଆହୁରି ଅଧିକ ସକାଶେ ବ୍ୟାକୁଳତା ପ୍ରକାଶ କରିବେ | ପରିବହନ, ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନ୍ନ କରି ସଫଳ ହେବେ। ଘରୋଇ ବ୍ୟାପାରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ସମସ୍ୟାକୁ ଡାକି ଆଣିପାରନ୍ତି।
କୌଣସି ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ କର୍ମ କ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ । ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରିବେ। ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ ଏଣୁ ଗାଡିକୁ ପରଖି ନେବା ଭଲ ହେବ। ଚେଷ୍ଟା କରୁଥିବା କାମରେ ପରିବାରରୁ ପୂର୍ଣ୍ଣ ସହଯୋଗ ଲାଭକରି କାର୍ଯ୍ୟ ସାଧନ କରିବେ।
ଶାରୀରିକ ଅସୁସ୍ଥତା ଦୂରେଇବା ହେତୁ ଆଶ୍ଵସ୍ତି ଲାଭ କରିବେ। ଉପରିସ୍ଥ ଅଧିକାରୀ କାମ ହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ଶତ୍ରୁମାନେ ବିଭିନ୍ନ ଝମେଲା ସୃଷ୍ଟି କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି,ଲେଖାପଢ଼ା ପ୍ରଭୃତିର ସୁଫଳ ପାଇବେ।
ଆଜି ବନ୍ଧୁରେ କଳହ, ଧନହାନି, ପରିବହନରେ ତାଙ୍କ ବିତର୍କର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ସମସ୍ୟାର ସମାଧାନ ସକାଶେ ନିଜର ବନ୍ଧୁମାନଙ୍କ ସାହାଯ୍ୟ ଭିକ୍ଷା କରିବାକୁ ପଡ଼ିପାରେ। କଳା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ପୁରାତନ ରୋଗରେ କଷ୍ଟ ପାଇବେ।
କର୍ମ କ୍ଷେତ୍ରରେ ଅନ୍ୟ ଦ୍ବାରା ପ୍ରଭାବିତ ହେବା ଦ୍ବାରା ସମ୍ପର୍କ ହାନି ଦୁଶ୍ଚିନ୍ତାର କାରଣ ହେବ ।ପରିବାର କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ସାମାଜିକ ସ୍ଥରରେ ଅଯଥା ବ୍ୟସ୍ତତା ପ୍ରକାଶ କରି ସମାଲୋଚିତ ହେବେ। ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିକୁ ବିଶ୍ବାସ କରି ଖାଲରେ ପଡ଼ିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments