OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 12th December 2022

Odia Rashiphala

Odia Rashiphala

ଅତି ମାନସ ଜ୍ଞାନ ଚକ୍ଷୁକୁ ଉନ୍ମୋଚନ କରି ଉଦାରଚେତା ହେବେ |ଦାନଧର୍ମରେ ଦୀକ୍ଷିତ ହେବେ |ସୁସ୍ଥ ଓ ନିରାମୟ ରହିବେ |କୃଷି କର୍ମରେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି |
ଆତ୍ମ ମୂଲ୍ୟାଙ୍କନ ଦ୍ବାରା ବ୍ୟକ୍ତିତ୍ବ ବିକାଶ ସମ୍ଭବ ହେବ |ଈଶ୍ବରୀୟ ବିଭୂତି ପ୍ରାପ୍ତ ହୋଇପାରନ୍ତି |ମନ ପ୍ରସନ୍ନ ରହିବ |ମଧୁରଭାଷାରେ ପରକୁ ଆପଣାର କରିବେ |ପ୍ରେମୀ ଓ ସାହସୀ ହେବେ |
ଦୈବୀ ବଳରେ ମହାଶକ୍ତି ମହାଦ୍ୟୁତିସମ୍ପନ୍ନ ହୋଇପାରନ୍ତି |ସୀଭାଗ୍ୟଶାଳୀ ହେବେ |ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ |ମଧୁର ଭାଷା ସହନଶୀଳ ,ଶାନ୍ତିପ୍ରିୟ,ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ |
ସଂଯମପୂର୍ଣ୍ଣ ସତ୍ ଚରିତ୍ରର ନିଦର୍ଶନ ହୋଇପାରନ୍ତି |ଐଶ୍ବର୍ଯ୍ୟ ପ୍ରାପ୍ତିଅର ସୂଚନା ମିଳୁଛି ୤ଧନସମ୍ପଦ ଭରପୂର ରହିବ |ମିଷ୍ଟାନ୍ନ ଭୋଜନ ପ୍ରାପ୍ତ ହେବ |ମୋକଦ୍ଦମାରେ ଜିଣିବେ |ଧନଲାଭ ହେବାର ସୂଚନା ମିଳୁଛି |
ସାଧନାରେ ସିଦ୍ଦତପା ସାଧୁ ହୋଇପାରନ୍ତି |ମତ୍ର ଅହଂକାରଶୂନ୍ୟ ହେବା ଆବଶ୍ୟକ ୤ରାଜଯୋଗ ପ୍ରାପ୍ତିର ସୂଚନା ମିଳୁଛି |ଧାର୍ମିକ ପ୍ରବୃତ୍ତିର ହେବେ |ଜଗତ କଲ୍ୟାଣ ପାଇଁ ଧନ ବ୍ୟୟ କରିବେ |
ଦୈବୀ ଶକ୍ତିସମ୍ପନ୍ନ କନ୍ୟାରତ୍ନ ପାଇଁ ଗର୍ବିତ ହେବେ |କର୍ମଚଞ୍ଚଳ ରହିବେ |ସନ୍ମାର୍ଗୀ ହୋଇ ଅମୃତର ସନ୍ଧାନ ପାଇବେ |ଲୋକପ୍ରିୟତା ଅର୍ଜନ କରିବେ |ପୁଣ୍ୟପ୍ରଭା ପତ୍ନୀଙ୍କ ସହଯୋଗ ମିଳିବ |ଜ୍ଞାନୀ ହେବେ |
ପରିବାର ରୂପୀ ସଂସ୍କାରଶାଳାକୁ ଉତ୍ତମ ରୂପେ ଅନୁଭବ କଲେ ଗୃହସ୍ଥ ଜୀବନ ମଙ୍ଗଳମୟ ହେବ |କୁଳ ପ୍ରଦୀପ ହେବେ |ମନ ପ୍ରସନ୍ନ ରହିବ |ଦୟାର୍ଦ୍ରଚିତ୍ତ ହୋଇପାରନ୍ତି |ବ୍ୟବସାୟ ଲାଭଜନକ ହେବ |
ନୀତି ଓ ନୈତିକତାକୁ ଅଗ୍ରାଧିକାର ଦେଇ କଷ୍ଟପ୍ରଦ କାର୍ଯ୍ୟ ସମ୍ପାଦନା କରିପାରନ୍ତି |ଜୀବନ ସୁଖସମୃଦ୍ଧିପୂର୍ଣ୍ଣ ହେବ |ଧର୍ମାତ୍ମା ବିଦ୍ବାନ୍ ଓ ସମ୍ପତ୍ତିବାନ୍ ହୋଇପାରନ୍ତି |ଉଦ୍ୟୋଗୀ ହେବେ |ସନ୍ତାନ ପ୍ରାପ୍ତି ହେବେ |
ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି |ମାୟାର ଚାରି ସେନାପତି କାମ ,କ୍ରୋଧ ଲୋଭ ଓ ମୋହକୁ ପରିତ୍ୟାଗ କରିପାରନ୍ତି |ସର୍ତକ ରହିଲେ ବିପଦ ଦୂରେଇ ଯିବ |
ସେବା ଭାବନାରେ ଉଦ୍‌ବୋଧ ହୋଇପାରନ୍ତି |ମହିଳାମାନକର ଗୃହସ୍ଥ ଧର୍ମ ସର୍ବୋକୃଷ୍ଟ ହେବ |ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ |ବ୍ୟବସାୟ ଲାଭଜନକ ହେବେ |ଅହଂଭାବକୁ ବିସର୍ଜନ କରିପାରନ୍ତି |
ନୈତିକତାର ମହାନତାର ଅଭିମନ୍ତ୍ରିତ ହୋଇପାରନ୍ତି |ମହନୀୟ କର୍ମସମୁହ ଆପଣଙ୍କୁ ଶ୍ରେଷ୍ଠାସନରେ ଆସାନ କରିବ |କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ |ଶତୃତାର ଅବସାନ ଘଟିବ |
ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହେବେ |ପତ୍ନୀଙ୍କ ଅଭୀଷ୍ଟ ସିଦ୍ଧି ପାଇଁ ଯତ୍ନଶୀଳ ହେବେ |ଧନାଗମର ସ୍ରୋତ ଅବ୍ୟାହତ ରହିବ |ଧାର୍ମିକ ,ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ |ସୁସ୍ଥ ରହିବେ |
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments