OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 7th April 2023

Odia Rashiphala

Odia Rashiphala

ଆଜି କୃତ୍ତିକା ନକ୍ଷତ୍ରର କୌଣସି କାମ ପ୍ରତି ଉତ୍ସାହ ରହିବ ନାହିଁ। ବନ୍ଧୁ ପରିଜନଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ। କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ।ଈର୍ଷାପରାୟଣ ବ୍ୟକ୍ତିମାନେ ପରୋକ୍ଷ ବିରୋଧ କରିପାରନ୍ତି କିନ୍ତୁ କୌଣସି ଅସୁବିଧା ହେବନାହିଁ।
ଅବହେଳା କାରଣରୁ ବିଳମ୍ବରେ କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବ। କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ସମୟଧରି ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହୋଇପାରନ୍ତି। ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସଭାସମିତି ଓ ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିପ୍ ରୁ ପ୍ରଶଂସିତ ହେବେ ।
ସାମାଜିକ ସ୍ତରରେ ଅନ୍ୟମାନଙ୍କ ଭଲ କରିବାକୁ ଯାଇ ଅପଦସ୍ଥ ହେବେ । ସ୍ଵାସ୍ଥ୍ୟର ଉନ୍ନତି ପରିଲକ୍ଷିତ ହେବାରୁ ମନ ଏକପ୍ରକାର ଭଲ ରହିବ। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। କର୍ମକ୍ଷେତ୍ରରେ ସଫଳତା ଅଭାବରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
ଖାଇବା ପିଇବାରେ ଅବହେଳା କରି ସ୍ବାସ୍ଥ୍ୟ ପାଇଁ ନିଜେ ହିଁ ବାଧକ ସାଜିବେ। ଅଶ୍ଳେଷା ନକ୍ଷତ୍ର ଘରଲୋକଙ୍କୁ ଅବିଶ୍ବାସ କରି ପରକଥାକୁ ବିଶ୍ବାସ କଲେ ହଇରାଣରେ ପଡ଼ିବେ। ସାମାଜିକ ସ୍ତରରେ ସହନଶୀଳତା ଓ ପରୋପକାର ଗୁଣରୁ ପ୍ରଶଂସିତ ହେବେ। କଚେରି ମାମଲା, ଘରୋଇ କଳହର ଟେନ୍‌ସନ ଦୂର ହେବ।
ଆଜି ଆକସ୍ମିକ ଭାବରେ କୌଣସି ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଯାତ୍ରା କରିବାକୁ ପଡ଼ିପାରେ। ପରିସ୍ଥିତିର ବିଷମତା ରହିଥିଲେ ମଧ୍ଯ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ମଘା ନକ୍ଷତ୍ର ଜଣେ ବନ୍ଧୁଙ୍କ ଆର୍ଥିକ ସହାୟତାରେ କାମ ହାସଲ କରିପାରିବେ।
ସହକର୍ମୀଙ୍କ ନିକଟରୁ ଅର୍ଥ ପାଇବା ହେତୁ ଅଟକି ରହିଥିବା ଆପଣଙ୍କ କାମ ସୁବିଧାରେ ହୋଇଯିବ। ହସ୍ତା ନକ୍ଷତ୍ର ସୁଯୋଗ ପାଇଲେ ମଧ୍ଯ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ। କୌଣସି କାରଣକୁ ନେଇ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ସାହିତ୍ୟ, କଳା, କ୍ରୀଡ଼ା, ଚଳଚ୍ଚିତ୍ର ତ ଥା ରଚନାତ୍ମକ କାମରେ ପ୍ରଶଂସିତ ହେବେ ।
ସ୍ବାସ୍ଥ୍ୟ ସମସ୍ଯା ନିଯନ୍ତ୍ରଣରେ ରହିଲେ ମଧ୍ଯ କର୍ମକ୍ଷେତ୍ରରେ ଟେନ୍ସନ ଲାଗିରହିବ। ଜମା ପଢ଼ୁ ନ ଥିବା ଲୋକଙ୍କ କଥାକୁ ବିଶ୍ବାସ କଲେ ଅସୁବିଧାରେ ପଡ଼ିବେ । କଳା, ସାହିତ୍ୟ, ରାଜନୀତି, ସାମ୍ବାଦିକତା, ଆଇନ ଓ ଅଦାଲତ ତଥା ଲେଖାପଢ଼ାରୁ ଶୁଭଫଳ ପାଇବେ । ବିଶାଖା ନକ୍ଷତ୍ର ପାରିବାରିକ କ୍ଷେତ୍ରରେ ନିଷ୍ପତି ହଠାତ୍‌ ବଦଳାଇ ପାରନ୍ତି।
ସାଧାରଣ କଥାରେ ବିରକ୍ତ ହେଲେ ନିଜ ପାଇଁ କ୍ଷତି ହୋଇପାରେ। କୌଣସି ମାଙ୍ଗଳିକ କାମରେ ବନ୍ଧୁମାନଙ୍କୁ ସାହାଯ୍ୟ କଲେ ମଧ୍ଯ ପରକ୍ଷଣରେ ନିନ୍ଦିତ ହୋଇପାରନ୍ତି। ସଂଗଠନ, ରାଜନୀତି, ଅଧୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିପାରନ୍ତି।
ପାରିବାରିକ ସମସ୍ୟା ଲାଗିରହିଥିଲେ ମଧ୍ଯ କାମକୁ ଅଣହେଳା କରି ପାରିବେ ନାହିଁ। ଉତ୍ତରାଷାଢ଼ା ନକ୍ଷତ୍ର ମନ ଭଲ ନ ରହିଲେ ସୁଦ୍ଧା ବନ୍ଧୁଙ୍କ ଅନୁରୋଧ ରକ୍ଷା କରିବାକୁ ବାଧ୍ଯ ହେବେ। କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଖାଦ୍ୟପେୟର ଅନିୟମିତତା ସ୍ଵାସ୍ଥ୍ୟହାନିର କାରଣ ହୋଇପାରେ ।
ଶ୍ରବଣା ନକ୍ଷତ୍ରର ମାନସିକ ସ୍ଥିରତା କେତେକାଂଶରେ ଅକ୍ଷୁର୍ଣ୍ଣ ରହିବ। କୌଣସି ବ୍ୟକ୍ତ ନିକଟରେ ବହୁତଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ପାଇବେ। ଦେହ ଭଲ ରହିଲେ ମଧ୍ଯ ସାମୟିକ କ୍ରନିକଜନିତ ରୋଗରେ କଷ୍ଟ ପାଇପାରନ୍ତି । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।
ପାରସ୍ପରିକ ସହମତିରେ ପରିବାରରେ ସୁଖ ଶାନ୍ତି ଫେରି ଆସିବ। ଶତଭିଷା ନକ୍ଷତ୍ର ଭଲ ସମ୍ପର୍କ ରଖି ନ ଥିବା ବ୍ୟକ୍ତିଙ୍କ ନିକଟରୁ ଆଜି ଯଥା ସମ୍ଭବ ଦୂରେଇ ରହିବା ଭଲ । ଅଯଥା ବିରକ୍ତ ନ ହୋଇ ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରନ୍ତୁ। ରୋଗରପ୍ରାଦୁର୍ଭାବ ବୃଦ୍ଧି ପାଇବ, ଯାହାକି ମୁଣ୍ଡବ୍ୟଥାର କାରଣ ହୋଇପାରେ ।
କର୍ମକ୍ଷେତ୍ର କୌଣସି ନିକଟତମ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ଵସ୍ତି ଅନୁଭବ କରିପାରନ୍ତି । ଜମିଜମା ବାଦବିବାଦ କ୍ରମେ ଜଟିଳ ହେବ ଓ ସଫଳତା ହାସଲ କରିବେ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । ଉତ୍ତରଭାଦ୍ରପଦ ନକ୍ଷତ୍ରର ଦୀର୍ଘଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ।

Odia Calender 2023

Comments

comments