OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 6th January 2023

Odia Rashiphala

Odia Rashiphala

ଆଜି ଭାଗ୍ୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟି ହେତୁ ଦିନଟି ସୌଭାଗ୍ୟ ପ୍ରଦାୟକ ହେବ। ମତପାର୍ଥକ୍ୟଜନିତ ପାରିବାରିକ କ୍ଷେତ୍ରରେ କିଛି ନା କିଛି ସମସ୍ୟା ରହିପାରେ। ଅଫିସରେ କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ପଡୋଶୀ କିମ୍ବା ସମ୍ପର୍କୀୟମାନେ ମିତ୍ରଭାବ ପୋଷଣ କରିବେ।
ଆଜି ଧନସ୍ଥାନରେ ଚନ୍ଦ୍ରଥିବାରୁ ରଣ ଗ୍ରହୀତା ଘରକୁ ଆସି ବକେୟା ଦେଇଯିବାର ସୂଚନା ରହିଛି। କଳା, ସାହିତ୍ୟ, କ୍ରୀଡା ଓ ଚଳଚ୍ଚିତ୍ର ପ୍ରଭୃତିରେ ଉନ୍ନତି କରିବେ। ବିବାଦୀୟ ସ୍ଥିତି କାରଣରୁ ରାଜନୈତିକ କ୍ଷେତ୍ରରେ କିମ୍ବା ସରକାରୀ ସ୍ତରରେ ସମସ୍ୟା ଉପୁଜିବ। କାମ ହାସଲ ସକାଶେ ଅନ୍ୟର ସହାଯ୍ୟ ନେବାକୁ ବାଧ୍ଯ ହେବେ ।
ଆଜି ଶ୍ରୀଚନ୍ଦ୍ର ଯୋଗୁ ଯେଉଁ କାମରେ ହାତ ଦେବେ ସଫଳ ହେବେ। ଅର୍ଥ ପ୍ରାପ୍ତିର ଯୋଜନା କାର୍ଯ୍ୟକାରୀ ହେବା ସାଙ୍ଗକୁ ବନ୍ଧୁଙ୍କ ସହ ଆଳାପ କରିବେ। କୌଣସି ପ୍ରତିଦ୍ବଦ୍ଦୀ ଦୋଷାରୋପ କରି ଉପସ୍ଥିତ ସମସ୍ୟାକୁ ବଢାଇ ଦେଇପାରନ୍ତି। ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ଵିଚାର କରି ଉଚିତ ପଦକ୍ଷେପ ନେବା ଠିକ୍‌ ହେବ।
ରାଶିକୁ ଶୁକ୍ରଙ୍କ ଦୃଷ୍ଟି ପ୍ରଭାବରେ ଏକାଧାରରେ ପାରିବାରିକ ସୁଖସମ୍ପଦ, ପରିବହନରେ ଲାଭ, ଲୋକ ସମ୍ପର୍କରେ ଉନ୍ନତି ଘଟିବ। କଳାକୃତି, କାରିଗରି, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର ପ୍ରଭୃତିରେ ପ୍ରଶଂସିତ ହେବେ । ବହୁବ୍ୟୟ ଓ ସମ୍ପର୍କୀୟଙ୍କ ହତାଦର ଭାବରୁ ଦୁଃଖୀ ହେବେ | ନିର୍ମାଣ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
ରବି ଓ ବୁଧଙ୍କ ସ୍ଥିତିଜନିତ ଗୃହୋପକରଣ, ଶଯ୍ୟାସନାଦି ଉପଭୋଗ୍ୟ ଜିନିଷ କିଣି ପାରନ୍ତି। ଭ୍ରମଣ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧୀକାରୀଙ୍କ ସାନିଧ୍ଯରୁ ଉପକୃତ ହେବେ ଓ କୌଣସି ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ଅଂଶ ଗ୍ରହଣ କରିବେ। ସାଂଗଠନିକ କ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ।
ଦିନଟି ଖୁସିରେ ଅତିବାହିତ କରିବେ ଓ ବକେୟା ଅର୍ଥ ପାଇବେ ଶୁକ୍ର କ୍ଷେତ୍ରସ୍ଥ ଶୁକ୍ର ଯୋଗୁ ପରୋକ୍ଷରେ ଶତୁତା କରୁଥିବା ବ୍ୟକ୍ତିମାନେ ମିତ୍ରଭାବ ପୋଷଣ କରିପାରନ୍ତି। ପାରିବାରିକ ଜୀବନରେ ସନ୍ଦେହ ଏବଂ ଭୁଲ୍‌ ବୁଝାମଣାରୁ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି। ବିଳମ୍ବିତ ସମୟରେ କାମଗୁଡିକ ସମ୍ପନ୍ନ ହେବାରୁ ସାମୟିକ ବ୍ୟସ୍ତତା ବୃଦ୍ଧ ପାଇପାରେ ।
କର୍ମକ୍ଷେତ୍ରରେ ଚନ୍ଦ୍ର ଭାଗ୍ୟଧିପଙ୍କ ଦୃଷ୍ଟି ପ୍ରଭାବରୁ କାର୍ଯ୍ୟସିଦ୍ଧି ଅଵଶ୍ୟ ଘଟିବ। ସାଧାରଣ କଥାରେ ମତାନ୍ତରଜନିତ ଅଶାନ୍ତ ବାତାବରଣ ସୃଷ୍ଟି ହୋଇପାରେ। ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ନିୟନ୍ତ୍ରିତ ହେବାରୁ ଆଶ୍ଵସ୍ତି ଲାଭ କରିପାରନ୍ତି। ପୁରୁଣା ରୋଗ, ଘର ଲୋକଙ୍କ ଟୁପ୍‌ଟାପ୍‌ କଥା ମନକୁ ବିଚଳିତ କରିବ।
ଆପଣଙ୍କ ରାଶି ପାଇଁ ଅନୁକୂଳ ଗ୍ରହସ୍ଥିତି ହେତୁ ଯେଉଁ କାମରେ ହାତଦେବେ ସେଥିରେ ସଫଳତା ପାଇବେ।ବିଶାଖା ସକାଶେ ବିଚାରଧାରା ଭଲ ଥିଲେ ମଧ୍ଯ ପାରିବେଶିକ କୁପ୍ରଭାବରୁ ବ୍ୟତିକ୍ରମ ମଧ୍ଯରେ ଚଳିବାକୁ ପଡିବ। ଶନିଙ୍କ ପ୍ରଭାବରୁ ଡିପ୍ରେସନଜନିତ ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁସମସ୍ୟା ସୃଷ୍ଟିର ସମ୍ଭାବନା ରହିଛି।
ଆଜି ଚନ୍ଦ୍ର କେନ୍ଦ୍ରସ୍ଥ ବୃହସ୍ପତି ହେତୁ ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। କଳା, ସଙ୍ଗୀତ, ଚଳଚିତ୍ରରେ ଶୁକ୍ର ପ୍ରତିଷ୍ଠା ପ୍ରଦାନ କରିବେ। ଶିଳ୍ପ, ବାଣିଜ୍ୟ ବ୍ୟବସାୟ ସକାଶେ ଅନୁକୂଳ ପରିବେଶ ସୃଷ୍ଟି ହେବ। ଆଧ୍ଯାତ୍ମିକ କାର୍ଯ୍ୟକ୍ରମରେ ଯଥା ସମ୍ଭବ ଶତୁଠାରୁ ଦୂରେଇ ରୁହନ୍ତୁ |
କର୍ମାଧିପତି ଶୁକ୍ର ର୍ମକ୍ଷତ୍ର ଓ ପାରିବାରିକ ସରସ ସୁନ୍ଦର କରିବାରେ ପଛାଇବେ ନାହିଁ। ବୁଧ ଯଦିଓ ସାହାଯ୍ୟ କରିବେ ତଥାପି ସୁବିଧାରେ କିଛି କରାଇ ଦେବେ ନାହିଁ। ଅନ୍ୟମାନେ ପ୍ରଶଂସା କଲେ ମଧ୍ଯ ନିଜ ଲୋକ ଅପପ୍ରଚାର ଚଳାଇପାରନ୍ତି। ଦୀର୍ଘଦିନରୁ ଦେଖି ନ ଥବା କୌଣସି ହିତୈଷୀଙ୍କ ଦର୍ଶନ ପାଇଁ ମନ ଛଟପଟ ହୋଇପାରେ ।
ଶନି ଦ୍ବଦଶଭାବସ୍ଥ ଯୋଗୁ କିଛି ଆବଶ୍ୟକତା ପୂରଣ ଦିଗରେ ଖର୍ଚ୍ଚ କରିବେ। ପାରିବାରିକ ଶୃଙ୍ଖଳା ରକ୍ଷାରେ ସମ୍ପର୍କୀୟଙ୍କ ସହାୟତା ନେବାକୁ ପଡିପାରେ । ଅବଶ୍ୟ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଅପରାହ୍ନେ କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି।
ବୃହସ୍ପତିଙ୍କ ସୁପ୍ରଭାବରୁ କୌଣସି ଗୁରୁବର୍ଗୀୟ ବ୍ୟକ୍ତିଙ୍କ ସହୃଦୟତାରେ ସନ୍ଦେହ ମୁକ୍ତ ହେବେ । ଅସହିଷ୍ଣୁ ନିନ୍ଦୁକ ଗୋଷ୍ଠୀ ପ୍ରତିଷ୍ଠା ଓ ପ୍ରଶଂସାରେ ଅତିଷ୍ଠ ହୋଇପାରନ୍ତି। ଆନୁସଙ୍ଗିକ ସାହାଯ୍ୟ ଲାଭକରି ଆର୍ଥିକ, ପାରିବାରିକ, ସାମାଜିକ କ୍ଷେତ୍ର ଭଲ ରହିବ। କେତୁଜନିତ କୂପ୍ରଭାବରୁ ଅନ୍ୟମନସ୍କ ହେତୁକ ସାମାନ୍ୟ ଅସୁବିଧା ଦେଖାଦେଇପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calender 2023

Comments

comments