OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 3rd March 2023

Odia Rashiphala

Odia Rashiphala

ଅନ୍ୟ କାହାର କଥା ଶୁଣି ଅଯଥା ବ୍ୟସ୍ଥବିବ୍ରତ ହୁଅନ୍ତୁ ନାହିଁ। ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ପାଇଁ ମନ ଛଟପଟ ହୋଇପାରେ। ସତର୍କତା ଅଭାବରୁ ହାତମୁଠାରୁ ସୁଯୋଗ ଖସିଯିବାର ଆଶଙ୍କା ରହିଛି। କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡିପାରେ ।
ଉପରିସ୍ତଙ୍କ ଆଦେଶପ୍ରାପ୍ତ ହୋଇ କର୍ମକ୍ଷେତ୍ରରେ ନୂତନ ଦାୟିତ୍ବ ହାତକୁ ନେଇପାରନ୍ତି। କଳା, ସାହିତ୍ଯ, ସଙ୍ଗୀତ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ଚେଷ୍ଟା କରୁଥିବା କାର୍ଯ୍ୟହାନି କାରଣରୁ ମନରେ ସରସତା ରହିବ ନାହିଁ। ସ୍ନାୟବିକ ଦୁର୍ବଳତା ଅନୁଭବ କାରଣରୁ ଅନ୍ୟମାନଙ୍କ ଦ୍ବାରା କାର୍ଯ୍ୟ ହାସଲ କରିବେ।
କାର୍ଯ୍ୟ ହାସଲ ସକାଶେ ପର ଉପରେ ନିର୍ଭର କରି ଚିନ୍ତାଶୀଳ ହେବେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। କାର୍ଯ୍ୟବ୍ୟସ୍ତତା କାରଣରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିପାରନ୍ତି ।
ଆଶା ଅପୂରଣ ରହିବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। ଭୁଲ୍‌ ବୁଝାମଣାବଶତଃ ଭ୍ରାତୃବର୍ଗ ଦ୍ବାରା ସମସ୍ୟା ସୃଷ୍ଟି ହୋଇପାରେ । ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରନ୍ତି। ବନ୍ଧୁମାନଙ୍କ ଉପରେ ଭରସାକରି ଆଜି କୌଣସି କାମ କରିପାରିବେ ନାହିଁ।
ଅଯଥା ଚିନ୍ତା ନ କରି ଏହି ସମୟର ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କରିବା ଭଲ ହେବ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। କଠିନଶ୍ରମ ଓ ବିଶେଷ ଭ୍ରମଣଜନିତ ସାମାନ୍ୟ ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ସାମାଜିକ ସ୍ତରରେ କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ|
ଆଜି ବନ୍ଧୁମାନଙ୍କ ସହ ଅର୍ଥ ସଂଗ୍ରହ କରିବାରେ ତତ୍ପରତା ପ୍ରକାଶ କରିବେ। ମତାନ୍ତର କାରଣରୁ ପାରିବାରିକ ସ୍ତରରେ ଦୁର୍ଭାବନା ବଢି ବଢି ଚାଲିବ। ଏଣେ ବାରମ୍ବାର ଧୋକା ଖାଇ ଅନ୍ୟମାନଙ୍କୁ ସହଜରେ ବିଶ୍ବାସ କରି ପାରିବେନାହିଁ। ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇବେ।
ଯୁକ୍ତିତର୍କଜନିତ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଅପରାହ୍ନରେ ମୁଖଦନ୍ତ ପୀଡ଼ା ଯୋଗୁ ମନ ବିଚଳିତ ହୋଇପାରେ । ଆବଶ୍ୟକତା ଭରଣା କରିବା ସକାଶେ ଧାର ସୂତ୍ରରେ ଅର୍ଥ ପାଇବେ।
କଠିନ ଶ୍ରମ ପରିପ୍ରେକ୍ଷୀରେ ଆର୍ଥିକ ପରିସ୍ଥିତିରେ‍‍ ସୁଧାର ଆସିପାରେ। ସ୍ବାର୍ଥସାଧନ ନୈରାଶ୍ୟରେ ଆତ୍ମୀୟମାନେ କ୍ରମଶଃ ଦୂରେଇ ଯିବେ । ପାରିବାରିକ ଅସ୍ଥିରତା କାରଣରୁ ସାୟାହ୍ନେ ମନ ଭଲ ରହିବ ନାହିଁ। ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ ।
ବନ୍ଧୁମିଳନରେ ଅପ୍ରିୟ ସତ୍ୟ ଭାଷଣଜନିତ ଅନ୍ୟମାନଙ୍କର ଚକ୍ଷୁଶୂଳ ହେବେ । କୌଣସି ଆଗନ୍ତୁକଙ୍କ ସହ ତର୍କଜନିତ ସକାଳୁ ସକାଳୁ ମନଟା ବିଗିଡି ଯାଇପାରେ। ପାରିବାରିକ ସ୍ତରରେ ସ୍ତ୍ରୀଙ୍କ ଚିଡା ସ୍ଵଭାବ ପାଇଁ କ୍ଷୁଦ୍ଧୁ ହେବେ। ସହକର୍ମୀ ଲଘୁକ୍ରୋଧ ପ୍ରକାଶ କଲେ ମଧ୍ଯ ପରିଶେଷରେ ମଧ୍ଯ କାମଟି କରିଦେବେ।
ପାରିବାରିକ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହେବ। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ: ଦେଇପାରେ। ବ୍ୟସ୍ତତା ମଧ୍ଯରେ ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ। ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ଜନହିତକର କାର୍ଯ୍ୟରେ ସହଯୋଗ କରିପାରନ୍ତି।
ଅତୀତକୁ ଧରିବସିଲେ ଏହି ସମୟର ସୁବିଧା,ସୁଯୋଗକୁ ହରାଇବାକୁ ପଡିବ |କୌଣସି ଗୁରୁତ୍ବପୁରର୍ଣ୍ଣ ବିଷୟରେ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ। କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଖୁସି ଅନୁଭବ କରିପାରନ୍ତି ।
ଦେହ ଭଲ ରହିଲେ ମଧ୍ଯ ସାମୟିକ ପୁରାତନ ରୋଗରେ କଷ୍ଟ ପାଇବେ । କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । କର୍ମ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିପାରନ୍ତି। ଆଜିର ପରିବାରର ଖର୍ଚ୍ଚ ପରିମାଣ ଦୁଇଗୁଣା ହୋଇପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calender 2023

Comments

comments