![]() | ଆଜି ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବାରେ ସମର୍ଥ ହୋଇପାରନ୍ତି । ପରିସ୍ଥତ ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତୁତା ବାଧା ସୃଷ୍ଟି କରିପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମଧ୍ଯ ଶିଥିଳତା ଦେଖାଦେବ। ପରୋକ୍ଷ ଶତ୍ରୁତାଜନିତ ନିଜ ଲୋକମାନେ ଦାଉ ସାଧିବାର ଅପଚେଷ୍ଟା କରିବେ। |
ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ନିକଟରୁ ପାଇ ଖୁସି ହେବେ। ପୂରୁଣା ସମ୍ପର୍କ, ଜମିଜମା, ଗାଡି ମୋଟରର୍ରୁ ଲାଭବାନ୍ ହୋଇପାରନ୍ତି। ନୀଚ ସଂସର୍ଗରୁ ଦୂରେଇ ରୁହନ୍ତୁ, ନତୁବା ଆକସ୍ମିକ ଭାବେ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ । କଳା,ସାହିତ୍ୟ, ସଂସ୍କୃତି ଓ ସଙ୍ଗୀତ ସାଧନା କ୍ଷେତ୍ରରେ ଅଗ୍ରଗତି କରିବେ। | |
ପରିସ୍ଥିତିର ବିଷମତାକୁ ଲକ୍ଷ୍ୟକରି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ବ୍ୟବସାୟୀମାନେ ବାବସାୟରେ କିଛି ନୂତନ ପଦେକ୍ଷପ ନେବା ସକାଶେ ଚିନ୍ତା କରିବେ। ନିଜର ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ବନ୍ଧୁ ଅସୁବିଧାରେ ପକାଇ ପାରନ୍ତି ଶିଳ୍ପ, ବାଣିଜ୍ୟ, କଳା, କାରିଗରି କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । | |
ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ଦୀର୍ଘଦିନର ଆଶା ଫଳବତୀ ହୋଇପାରେ। ଅଫିସ କାମରେ ବ୍ୟସ୍ତ ଥିବା ସମୟରେ ହଠାତ୍ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ବ୍ୟବସାୟ,ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି ପାରସ୍ପରିକ ଆଲୋଚନା କ୍ରମେ ପାରିବାରିକ ବିବାଦର ସମାଧାନ ହୋଇଯିବ।। | |
ସ୍ବାର୍ଥସାଧନ ଉଦ୍ଦେଶ୍ୟରେ ଆତ୍ମୀୟମାନେ ଆପଣଙ୍କ ପ୍ରଶଂସାରେ ଶତମୁଖ ହୋଇପାରନ୍ତି ।ପରିଜନଙ୍କ ସହ ଆଜିର ସକାଳୁଆ ଯାତ୍ରା ଫଳପ୍ରଦ ହେବ। ପାରିବାରିକ କ୍ଷେତ୍ରରେ ଅର୍ଥ ସଂକଟ ଲାଗିରହିପାରେ। ଉତ୍ତରାଫାଲଗୁନୀନକ୍ଷତ୍ର ସ୍ବାସ୍ଥ୍ୟ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ। | |
ଦୀର୍ଘଦିନରୁ ଲାଗିରହିଥିବା ରୋଗ,ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ। ବିବାଦୀୟ ଘଟଣା, ଜମିଜମା କଳହ ତଥା ମାଲିମକଦ୍ଦମା ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଉତକ୍ଷିପ୍ତ ହୋଇପାରନ୍ତି। | |
କର୍ମକ୍ଷେତ୍ରରେ ଭୁଲ୍ ଖବର ପାଇ ସାମୟିକ ବିବ୍ରତ ହୋଇପାରନ୍ତି। ପାରିବାରିକ ଆବଶ୍ୟକତା ପୂରଣ ମ୍କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶୃତ ଦେବେ ସାହିତ୍ୟ, ଲେଖାପଢ଼ା, କ୍ରୀଡ଼ା, କଳା, ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରୁ ସୁନାମ ଅର୍ଜନ କରିବେ। ପ୍ରିୟବନ୍ଧୁଙ୍କ ସହ ଆଳାପ ଆଲୋଚନାରୁ ଏକ ପ୍ରକାର ଖୁସି ରହିବେ। | |
ଆଜି କର୍ମକ୍ଷେତ୍ରରେ ଏକ ପ୍ରକାର ସମସ୍ୟା ସମାଧାନ ହେତୁ ଆଶ୍ଵସ୍ତି ଅନୁଭବ କରିବେ। ମାଙ୍ଗଳିକ କାର୍ଯ୍ୟ ସକାଶେ ଆତ୍ମୀୟଙ୍କ ସହ ଆଲୋଚନା କରିପାରନ୍ତି। କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢାଇ ଦେବ। କଳା, ସାହିତ୍ଯ, ସାମ୍ବାଦିକତା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। | |
ବିଭିନ୍ନ କାରଣକୁ ନେଇ ମାନସିକ ଅବସାଦ ବୃଦ୍ଧି ପାଇବା ମୁଳା ନକ୍ଷତ୍ରର ସ୍ଵାସ୍ଥ୍ୟ ସମସ୍ୟା ମାନସିକଅସୁସ୍ଥତାର କାରଣ ହୋଇପାରେ। ଅଫିସ୍ର କୌଣସି ସଂକଟଜନକ ସ୍ଥିତି ଅପରାହ୍ନରେ ସମାଧାନ ହୋଇଯିବ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି ଓ ରାଜନୈତିକ କ୍ଷେତ୍ରରୁ ସୁଫଳ ପାଇବେ। | |
ଚତୁର୍ଥସ୍ଥ ରାହୁଙ୍କ ଯୋଗୁ ପରିବାରରେ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟିହେବାର ଆଶଙ୍କା ରହିଛି। ଆନୁଷ୍ଠାନିକ କାମରେ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ। ଆତ୍ମୀୟମାନେ ସ୍ବାର୍ଥସାଧନ ଲାଗି କିଛି ଅଘଟଣ ଘଟାଇପାରନ୍ତି। ଶିଳ୍ପ, ବାଣିଜ୍ୟ, ପ୍ରଶାସନ ଓ ରାଜନୈତିକ କ୍ଷେତ୍ର ସମସ୍ୟାବହୁଳ ରହିବ । | |
ବୃହସ୍ପତି ଓ ମଙ୍ଗଳଙ୍କ ଦୃଷ୍ଟିରୁ ଆଜିର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଆକସ୍ମିକଆବଶ୍ୟକତା ପୂରଣ କରିବା ସକାଶେ ଧାରଉଧାର କରିବାକୁ ପଡିପାରେ। ସାମାଜିକ କ୍ଷେତ୍ରରେ ନୀଚବ୍ୟକ୍ତି ଦ୍ବାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଅସାବଧାନତା କାରଣବୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। | |
ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନେ ପରୋକ୍ଷ ସମାଲୋଚନା କରିପାରନ୍ତି। ଯେକୌଣସି କାର୍ଯ୍ୟରେ ହେଉନା କାହିଁକି ଶୁଣାକଥାକୁ ବିଶ୍ବାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଆଜିର ଯାତ୍ରା, ବାଣିଜ୍ୟ, ଲେଖାପଢ଼ା, ଆଲୋଚନା, ମନୋରଞନରୁ ଖୁସି ରହିବେ ପୂର୍ବରୁ ନେଇଥବା ସିଦ୍ଧାନ୍ତ ବଦଳାଇ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି | |
Odia Calender 2023
Comments
comments