OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 30th June 2023

Odia Rashiphala

Odia Rashiphala

ଆଜି ଖୁସି ମନରେ କାମ କରିବେ ଏବଂ ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧାରେ ଦୁଃଖ ଲାଘବ ହେବ । କର୍ମକ୍ଷେତ୍ରରେ ସାମାନ୍ୟ ଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ସତ୍‌ସଙ୍ଗ, ଆନୁଷ୍ଠାନିକ କାମ କିମ୍ବା ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇପାରନ୍ତି ଘରେ ସ୍ତ୍ରୀଙ୍କ ଅମନଯୋଗୀ ଓ ଚିଡ଼ା ସ୍ଵଭାବ ପାଇଁ କ୍ଷୁବ୍ଧ ହୋଇପାରନ୍ତି।
ପାରିବାରିକ ଅଶାନ୍ତିରେ ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବେ। ଏହା ସାଙ୍ଗକୁ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। ସାଂସ୍କୃତିକ କାର୍ଯ୍ୟ, ବାଣିଜ୍ୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ। ରାଜନୈତିକ କ୍ଷେତ୍ର
କିମ୍ବା ପ୍ରଶାସନିକ ସ୍ତରରେ ତତ୍ପରତା ଲାଗି ରହିପାରେ ।
ଯେଉଁ କାମ ପାଇଁ, ଚେଷ୍ଟା କରୁଛନ୍ତି ସେଥିରେ ଖର୍ଚ୍ଚାନ୍ତ ହେବା ସାଙ୍ଗକୁ ବିଳମ୍ବରେ ସଫଳତା ପାଇବେ । ପିଲାଙ୍କ ସମସ୍ୟାକୁ କେନ୍ଦ୍ରକରି ଓ ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଆନୁଷ୍ଠାନିକ
କ୍ଷେତ୍ରରେ କିମ୍ବା ରାଜନୀତିରେ ଦୃଢ଼ ପୃଷ୍ଠପୋଷକତାଯୋଗୁ ଆଗେଇ ଯିବେ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ ।
ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇପାରନ୍ତି କିମ୍ବା ହିତୈଷୀଙ୍କ ସୁନଜରରେ ଆସିପାରନ୍ତି। ପୁଷ୍ୟା ନକ୍ଷତ୍ର ଯେତେ ଭଲ କାମ କଲେ ମଧ୍ଯ ପ୍ରଶଂସା ପାଇବେ ନାହିଁ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା ହେତୁ ସାମୟିକ ଚିନ୍ତା ଉଦ୍ରେକ ହୋଇପାରେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ସେପରି କିଛି ହେବନି। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଆଦୃତି ଲାଭ କରିବେ । ଆଲୋଚନା ପରିସରରେ କିମ୍ବା ସଭାସମିତିରେ ସମ୍ମାନିତ ହୋଇପାରନ୍ତି। ରାଜନୈତିକ କ୍ଷେତ୍ରରେ
ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ବ ନେଇ ପ୍ରଶଂସିତ ହେବେ ।
ଆଜି ସକାଳୁ ସକାଳୁ ବନ୍ଧୁ ମିଳନ ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଦୂରେଇ ରହିବେ । ଆତ୍ମୀୟସ୍ଵଜନ କାର୍ଯ୍ୟକଳାପ ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ। ବାଣିଜ୍ୟ, ବ୍ୟବସାୟ, ପରିବହନ ତଥା ଆଇନ ଅଦାଲତରୁ ସୁଫଳ ପାଇବେ।
ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ଦୁଃସାହସିକପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। ସଭାସମିତିରେ ଯୋଗଦେଲେ ଲାଭବାନ ହେବେ । କର୍ମକ୍ଷେତ୍ରରେ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ। ଆର୍ଥିକ ସ୍ଥିତି ଭଲ ରହିଥିବାରୁକାମଗୁଡ଼ିକ ସମ୍ପନ୍ନ କରିବାରେ ଅସୁବିଧା ରହିବ ନାହିଁ।
ପ୍ରତ୍ୟେକ କ୍ଷେତ୍ରରେ ଦୁର୍ଭାବନା ବଢ଼ିଚାଲିବ ଓ ଅନ୍ୟମାନଙ୍କୁ ସହଜରେ ବିଶ୍ବାସ କରିପାରିବେ ନାହିଁ। ଅଧସ୍ତନ କର୍ମଚାରୀଙ୍କ ମନମୁଖିଆ ଚିନ୍ତାଧାରା କେତେ ନୂତନ ସମସ୍ୟା ସୃଷ୍ଟି କରିପାରେ । ପାରସ୍ପରିକ ଆଲୋଚନା ମାଧ୍ଯମରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇ ଉତ୍ସୁକତାର ସହ କାମ କରି ପ୍ରଶଂସିତ ହେବେ |
ପାରିବାରିକ ଜଞ୍ଜାଳ ବୃଦ୍ଧି ମାନସିକ ସନ୍ତୁଳନ ନଷ୍ଟ କରିବାରେ ସହାୟକ ହୋଇପାରେ। ଦେହ ଭଲ ରହିଲେ ମଧ୍ଯ ସାମୟିକ ପୁରାତନ ରୋଗରେ କଷ୍ଟ ପାଇବେ। ଆଜିର ଦୂରଯାତ୍ରା ସଫଳ ହେବ ଓ ଲକ୍ଷ୍ୟ ହାସଲରେ ସମର୍ଥ ହୋଇପାରିବେ। କୌଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷା ଜନିତ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ ।
ବିଭିନ୍ନ ପ୍ରକାର ସମସ୍ୟା ମଧ୍ଯରେ ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ କିନ୍ତୁ କାମ ଅଟକିବ ନାହିଁ। କର୍ମକ୍ଷେତ୍ରରେ ଛୋଟ ଘଟଣା ପ୍ରତି ଗୁରୁତ୍ବ ଦିଅନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିପାରେ । ବାଣିଜ୍ୟ, ବ୍ୟବସାୟରେ କେତେକ ପ୍ରତିବନ୍ଧକ ଲକ୍ଷ୍ୟ କରାଯାଇପାରେ । ବନ୍ଧୁଙ୍କ ସହ ଆଜିର ମନୋରଞ୍ଜନ ପ୍ରୀତିପ୍ରଦ ହେବ ।
ନିଜ ପରିସରର ପରିସ୍ଥିତି ପ୍ରତି ଦୃଷ୍ଟି ଦେଇ କାମ କରି ଚାଲନ୍ତୁ ସଫଳତା ପାଇବାରେ କୌଣସି ଅସୁବିଧା ରହିବ ନାହିଁ। କିନ୍ତୁ ବିଶେଷ ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ବନ୍ଧୁମାନେ ଠିକ୍‌ ଖବର ଦେବାରେ ହେଳା କରିପାରନ୍ତି, ଯାହାକି ଉଦ୍‌ବେଗର କାରଣ ହୋଇପାରେ । ପିଲାଙ୍କ ବିଶୃଖଳିତ ଆଚରଣରେ କ୍ଷୁବ୍‌ଧ ହେବେ ।
ସମ୍ଭାବ୍ୟ ଅଘଟଣକୁ ବୁଦିମତ୍ତାର ସହ ଟାଳିଦେଇ ପାରିଥିବାରୁ ଟେନ୍‌ସନ୍‌ ଆଜି କମିଯିବ। ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ଭିଭିରେ କାମ କଲେ ଉପକାର ପାଇବେ। ପାରିବାରିକ କ୍ଷେତ୍ର ଭୋଗ ବିଳାସ ଓ ହସ ଖୁସିରେ ଅତିବାହିତ ହେବ। ନିଜରଅନ୍ତରଙ୍ଗ ବନ୍ଧୁଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments