OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 30th December 2022

Odia Rashiphala

Odia Rashiphala

ଧନସ୍ଥାନରେ ମଙ୍ଗଳ ହେତୁ ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ଘରର ବାକି କାମକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ କରିବାକୁ ବାଧ୍ୟ ହେବେ। ସବିଶେଷ ଆଲୋଚନା ପୂର୍ଵକ ପୂର୍ବ ସ୍ଥିରୀକୃତ ଯାନବାହନ, ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବା ପାଇଁ ମନ ବଳାଇ ପାରନ୍ତି।
ଆଜି ସକାଳୁ କୌଣସି ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇପାରେ। ଅଫିସ କାମରେ ବ୍ୟସ୍ତ ରହି ଘରୁ ବରାଦ ପାଇଥିବା ଜିନିଷଟି ନେବା ସକାଶେ ଭୁଲିଯାଇ ପାରନ୍ତି। ବନ୍ଧୁ ଗହଣରେ ମଉଜିଆ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ମଙ୍ଗଳଜନିତ ଖଳ ଲୋକଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।
ଜଣେ ବନ୍ଧୁଙ୍କ ନିକଟରୁ କୌଣସି ଖବର ଆପଣଙ୍କୁ ଅଭିଭୂତ କରିପକାଇବ। ଦୀର୍ଘଦିନର ସମସ୍ୟାର ଏ ସମାଧାନ ହୋଇଯିବ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ ଓ ଏଥ ସକାଶେ ସ୍ତ୍ରୀଙ୍କୁ ଦାୟୀ କରି ବିଭିନ୍ନ ପ୍ରକାରର କଥା କହିପାରନ୍ତି।ସପ୍ତମସ୍ଥ ବୁଧ ହେତୁ ବନ୍ଧୁ ଦୃଢ଼ପ୍ରତିଶ୍ରୁତି ଦେଇ ମନକୁ ଖୁସି କରିପାରନ୍ତି ।
ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହେବେ। ଅତ୍ୟାବଶ୍ୟକ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମଗୁଡିକ ସମ୍ପୁର୍ଣ୍ଣ ହେବା କଷ୍ଟକରହୋଇପଡିବ। ପଡ଼ୋଶୀଙ୍କ ପରୋକ୍ଷ ଶତ୍ରୁତା କାମଗୁଡ଼ିକ ସକାଶେ ସାମୟିକ ବାଧା ସୃଷ୍ଟି କରିପାରେ ।
ଦିନଟି ବହୁତ ଭଲରେ ଅତିବାହିତ ହେବ। ତଥାପି ତୃତୀୟସ୍ଥ କେତୁ ପ୍ରଭାବରୁ ସବୁ ପାଇଲେ ମଧ୍ଯ ଏଥିପାଇଁ ବହୁତ ମେହେନତ କରିବାକୁ ପଡିବ । କେତେକ କ୍ଷେତ୍ରରେ ଅନୂତାପ କରିବେ ସିନା କିଛି ଲାଭ ମଧ୍ଯ ହେବନି ବନ୍ଧୁଙ୍କ ମିଥ୍ୟା ଅଭିଯୋଗକୁ ପରୋକ୍ଷ ସମର୍ଥନ ଦେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ମୁଖଭାବରେ କବନ୍ଧଗ୍ରହ ଯୋଗୁ କୌଣସି କାମରେ ଭୂମିକା ନ ଥାଇ ମଧ୍ଯ ସବୁ କ୍ଷେତ୍ରରେ ଦୋଷୀ ରୂପେ ପରିଗଣିତ ହେବେ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ବୃଦ୍ଧି ଦିଗରେ ଆପଣଙ୍କ କେତେକ ବନ୍ଧୁ ଖୋରାକ ଯୋଗାଇବେ। ହଠାତ୍‌ ପୁରାତନ ରୋଗର ପୀଡା ଅନୁଭବ ହୋଇପାରେ। କଳା ଓ ସାହିତ୍ୟ କ୍ଷେତ୍ରରୁ ପ୍ରଶଂସିତ ହେବେ ।
ସାମାଜିକ ସ୍ଥରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଓ ଅନ୍ୟମାନେ ଆପଣଙ୍କୁ ପ୍ରଶଂସା କରିବେ। ଯାନ୍ତ୍ରିକ ତୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ। ଶନି ଯୁକ୍ତ ଶୁକ୍ର ହେତୁ ଶାରୀରିକ ଅସୁସ୍ଥତା ହେତୁ ବ୍ୟସ୍ତ ବିବ୍ରତ ରହିପାରନ୍ତି। ଆର୍ଥିକ ଦିଗଟି ଦୁର୍ବଳ ରହିଥିବାରୁ ସବୁ କାମରେ ପଛେଇ ଯିବେ ।
ରାଶ୍ୟାଧିପ ସପ୍ତମ କେନ୍ଦ୍ରସ୍ଥ ଯୋଗୁ ମନ କଥା ମନରେ ରଖି ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ। ବ୍ୟବସାୟ ଓ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ। ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତା ଯନ୍ତ୍ରଣା ତୀବ୍ର ହେବ। ପାରିବାରିକ କ୍ଷେତ୍ରରେ ଆପୋସ ଆଲୋଚନା ଦ୍ବାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ଏକାଧିକ ଗ୍ରହ ରାଶିସ୍ଥ ଯୋଗୁ ସଫଳତାର ଅଭାବ ଓ ସଂଘର୍ଷମୟ ସ୍ଥିତି ହେତୁ ଅଧିକାଂଶ ସମୟ ବିବାଦ ଓ ରାଗରୁଷାରେ ଅତିବାହିତ ହେବ। କୌଣସି କ୍ଷେତ୍ରରେ ଅତ୍ୟଧିକ ପ୍ରତିକ୍ରିୟା ପ୍ରକାଶ ଠିକ୍‌ ହେବ ନାହିଁ। ଅତି ଭଲ ପାଉଥିବା ବ୍ୟକ୍ତିଟି ପ୍ରତି ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ସାମାନ୍ୟ ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି।
ରାଶିକୁ ଚନ୍ଦ୍ର ଓ ବୃହସ୍ପତି ଦେଖୁଥିବାରୁ ହାତକୁ ନେଇଥିବା କାମଟି ସହଜରେ ସମ୍ପନ୍ନ ହୋଇଯିବ। ଧନିଷ୍ଠା ନକ୍ଷତ୍ରର ସରକାରୀ କ୍ଷେତ୍ରରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ନିକଟ ସମ୍ପର୍କୀୟ ବନ୍ଧୁଙ୍କଠାରୁ ହଠାତ୍‌ କୌଣସି ଖବର ପାଇ ଖୁସି ହେବେ। ଅଫିସ କାମରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ ।
ଦୀର୍ଘଦିନରୁ ଚିନ୍ତାକରିଥିବା କୌଣସି ନୂତନ ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପନ ହେବାର ଆଶା ରହିଛି। ଆଜି ଯେତିକି ପାଇବେ ତାହାଠାରୁ ଅଧକ ଖର୍ଚ୍ଚ କରିବେ। କିଛି ନା ବୁଝି କାହା କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ଶୁଭଗ୍ରହ ପ୍ରଭାବରେ ପ୍ରେସ୍‌, ପବ୍ଲିକେଶନ, ଆଇନ ଅଦାଲତ,ଗବେଷଣା, ଅନୁସନ୍ଧାନ, ନିର୍ମାଣ କାମରୁ ସୁଫଳ ମିଳିବ
ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ ଦିଗରୁ ବହୁବିଧ ସମ୍ମାନର ଅଧିକାରୀ ହେବେ। ଆକସ୍ମିକ ଭାବେ ସୃଷ୍ଟି ହୋଇଥିବା ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। ଆମନ୍ତ୍ରିତ ହୋଇ ବନ୍ଧୁ କିମ୍ବା ପଡ଼ୋଶୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ମାତି ରହିପାରନ୍ତି। ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁ ଚିନ୍ତାପ୍ରକଟ କରିବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments