![]() | ଆଜି ଏକାଧିକ ପାପଗ୍ରହ ରାଶିରେ ଅବସ୍ଥାନ କରି ମାନସିକ ସ୍ଥିତିକୁ ବିଭ୍ରାନ୍ତ କରିପାରନ୍ତି। ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିବା ସୂଚନା ରହିଛି। ଏକ ନିର୍ଦ୍ଦିଷ୍ଟ କାମ ସକାଶେ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କୁ କୈଫିୟତ ଦେବାକୁ ପଡିପାରେ । |
ବିଭିନ୍ନ ପ୍ରକାର କାମର ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଦୀର୍ଘ ଦିନରୁ ଅପେକ୍ଷା କରିଥବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ଵସ୍ଥିଲାଭ କରିବେ। ଅଶ୍ଵିନୀ ନକ୍ଷତ୍ରର ଉଚ୍ଚ ଆଶା ଆଶାରେ ହିଁ ରହିଯିବ। | |
ସାଧାରଣ କଥାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ବୃଦ୍ଧି ପାଇବ। ସଂଗଠନ, ରାଜନୀତି କିମ୍ବା ଆନୁଷ୍ଠାନିକ କାମରେ ନେତୃତ୍ବ ନେଇ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ସହକମ୍ମୀଙ୍କ ସାହାଯ୍ୟର ପ୍ରତିଶ୍ରୁତି ପାଇ ଆଶ୍ଵସ୍ତି ଅନୁଭବ କରିପାରନ୍ତି। ପ୍ରତିବନ୍ଧକ ଦୂରେଇଯିବା ସହ ଶିଳ୍ପ ବାଣିଜ୍ୟ ଓ ଯାତ୍ରା ପାଇଁ ସମସ୍ୟା ରହିବ ନାହିଁ। | |
ଆତ୍ମୀୟଙ୍କ ସାହାଯ୍ୟରେ ସମସ୍ୟା ସମାଧାନ ହେବା କଷ୍ଟକର ହୋଇପାରେ। ପରିବାରରେ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ଠିକ୍ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ବୃଦ୍ଧ ପିତା, ମାତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଘଟିବାରୁ ଆଶ୍ଵସ୍ତି ଲାଭ କରିବେ। ଆନୁଷ୍ଠାନିକ କାମରେ କିମ୍ବା ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। | |
ଦୀର୍ଘଦିନରୁ ସ୍ଥଗିତ ରହିଯାଇଥିବା ଫାଇଲ୍ କାମରେ ଆଜି ବ୍ୟସ୍ତ ରହିପାରନ୍ତି। ଆଗାମୀ ମାଙ୍ଗଳିକ କାମ ସାଙ୍ଗକୁ ବିଭିନ୍ନ ଘରୋଇ ସମସ୍ୟା ମଧ୍ଯରେ ମନ ଅଶାନ୍ତି ରହିବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ବିବାଦ ଘେରରେ ପଡ଼ିବେ। କ୍ରୀଡ଼ା ସଙ୍ଗୀତ କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ। | |
ଯେତେ ଭଲ କାମ କଲେ ମଧ୍ଯ କର୍ମ ସମବେଦନା କିମ୍ବା ସହାନୁଭୂତି ପାଇବେ ନାହିଁ। ହସ୍ତ ନକ୍ଷତ୍ର ଆତ୍ମୀୟଙ୍କ ସହଯୋଗ ପାଇ ଖୁସି ହେବେ । ବକେୟା ଆଦାୟକୁ କେନ୍ଦ୍ରକରି ପ୍ରିୟବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ। ଔଷଧ, ବହିପତ୍ର, ଲୁଗାପଟା ବ୍ୟବସାୟ, ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ | | |
ଭୁଲ୍ ବୁଝାମଣାଜନିତ ପାରିବାରିକ କ୍ଷେତ୍ର ସରଗରମ ରହିବ। ଏପରିକି ନିକଟସ୍ଥ ବ୍ୟକ୍ତି ବିଶେଷଙ୍କର ମଧ୍ଯ ଆପଣଙ୍କ ପ୍ରତି ଥିବା ମନୋଭାବ ବଦଳିଯିବ। କଚେରି ମାମଲା କ୍ଷେତ୍ରରେ ସମସ୍ୟା ସମାଧାନ ହେବାର ସମ୍ଭାବନା ରହିଛି। ଚିତ୍ରା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ଯ ମନଟା ଭଲ ଲାଗିବ ନାହିଁ। | |
ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତା କାରଣରୁ ମନୋବଳ କ୍ରମଶଃ ହ୍ରାସ ପାଇବ। ତଥାପି ଆପଣ ମନ ବୁଝିଲା ଭଳି କଥା କହି ପାଖ ପଡ଼ୋଶୀଙ୍କୁ ଆପଣେଇ ନେବେ। ନିଜ ପରିସରରେ ଶୁଣାକଥାକୁ ବିଶ୍ବାସ କରି ଟେନ୍ସନ ବଢ଼ିପାରେ । ଆଶା କରୁଥିବା ଦିଗରୁ ଆର୍ଥିକ ସହଯୋଗର ଅଭାବ ରହିବ ନାହିଁ । | |
ଆପଣଙ୍କ ପରିସ୍ଥିତି ପ୍ରତି ସହାନୁଭୂତି ଦେଖାଇ ବନ୍ଧୁମାନେ ସାହାଯ୍ୟ ପ୍ରତିଶ୍ରୁତି ଦେବେ। ଯୋଜନାଟିକୁ କାର୍ଯ୍ୟକାରୀ କରିବାର ସୁବିଧା ସୁଯୋଗ ପାଇପାରିବେ। କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେପରି କିଛି ଘଟିବ ନାହିଁ। ନିଜର ଭୁଲ୍କୁ ଆଖିବୁଜି ଦେଇ ଅନ୍ୟ ଉପରେ ଦୋଷ ଢାଳିବାର ଅପଚେଷ୍ଟା କଲେ ଅପଦସ୍ଥ ହୋଇପାରନ୍ତି। | |
ପାରିବାରିକ କ୍ଷେତ୍ରରେ କୁହୁଳୁଥିବା ଅଶାନ୍ତି ହଠାତ୍ ମିଳର ପରିବେଶକୁ ବଦଳାଇ ଦେବ ଦୁଶ୍ଚିନ୍ତା କାରଣରୁ ରକ୍ତଚାପ ମଧ୍ଯ ବଢ଼ିଯାଇପାରେ । ଆବଶ୍ୟକତା ପୂରଣ ସକାଶେ ଧାର କରଜ କରି କାମ ତୁଲାଇ ନେବେ ଶ୍ରବଣା ନକ୍ଷତ୍ର ସବୁକଥା ପଛକୁ ପକାଇ ଅନ୍ୟମାନଙ୍କ ମନଧରି ଚଳିବାକୁ ବାଧ୍ଯ ହେବେ। | |
ପରିଜନଙ୍କ ସହିତ ଆଜିର ସକାଳୁଆ ଯାତ୍ରା ଆନନ୍ଦ ଦାୟକ ହେବ। କର୍ମକ୍ଷେତ୍ରରେ ମନଭୁଲାଣିଆ କଥା କହି ସହକର୍ମୀଙ୍କ ଦ୍ବାରା କାମଟି କରାଇ ନେବେ। କିଣା, ବିକା କାରବାରରେ ଅପଦସ୍ଥ ହେବାର ସମ୍ଭାବନା ରହିଛି । ରାସ୍ଥାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନତୁବା କିଛି ହରାଇବାକୁ ପଡ଼ିପାରେ । | |
କର୍ମକ୍ଷେତ୍ରରେ ଦକ୍ଷତାକୁ ନେଇ ଉଚ୍ଚପଦାଧକାରୀଙ୍କ ନିକଟରେ ପ୍ରଶଂସିତ ହେବେ। ଦାୟିତ୍ବ ନେଇଥିବା ଲୋକଟି ଠିକ୍ ଖବର ଦେବାରେ ହେଳା କରିପାରନ୍ତି। ଅନ୍ତରଙ୍ଗ ବନ୍ଧୁଙ୍କୁ ଦେଇଥିବା ଅର୍ଥ ଫେରିପାଇବାରେ ଅକ୍ଷମ ହେବେ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବାର ଆଶଙ୍କା ରହିଛି। |
Odia Calender 2023
Comments
comments