OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 23th September 2023

Odia Rashiphala

Odia Rashiphala

ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମାନସିକ ଶାନ୍ତି ପାଇବେ । ନିର୍ମାଣ, ପ୍ରଶାସନିକ ସ୍ତରରେ ଆଲୋଚନା ସ୍ଥଗିତ ରହିପାରେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତା ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ପାରିବାରିକ ଅସ୍ଥିରତା କାରଣରୁ ଅଶ୍ଵିନୀ ନକ୍ଷତ୍ର ମାନସିକ ସ୍ତରରେ ଅଶାନ୍ତ ରହିବେ ।
ଏକ ନୂତନ ପରିବେଶ ମଞ୍ଚରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ | କୃଭିକା ନକ୍ଷତ୍ରର କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଏଜେନ୍ସିପ୍‌ ପ୍ରଶାସନରେ ସମସ୍ୟା ଦୂର ହେବ |
ବିଭିନ୍ନ ପ୍ରକାର ସମସ୍ୟା ମଧ୍ଯରେ ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ। ସାଧାରଣ କଥାରେ ଯୁକ୍ତିତର୍କ କରି କଳହକୁ ନିୟନ୍ତ୍ରଣ କରିପାରନ୍ତି। ଅସୁବିଧା ନ ହେଲେ ମଧ୍ୟ କେତେକ କ୍ଷେତ୍ରରେ ଆଶଙ୍କା କରି ମନ ଅସ୍ଥିର ରହିବ। ଆରଦ୍ରା ନକ୍ଷତ୍ର ଅନ୍ୟ ଦ୍ବାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ।
ସାମାନ୍ୟ ସ୍ବାସ୍ଥ୍ୟ ସମସ୍ୟା କିମ୍ବା ପାରିବାରିକ ଦ୍ବନ୍ଦ୍ଵ ମନକୁ ଭାରାକ୍ରାନ୍ତ କରିବ। ଭାବପ୍ରବଣତା ବୃଦ୍ଧି ପାଇବା ହେତୁ ତାହା ସୁଯୋଗ ହରାଇବାରେ ସାହାଯ୍ୟ କରିବ। ବହୁତ ଦିନରୁ ରହି ଆସିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପୁଷ୍ୟା ନକ୍ଷତ୍ରର ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ଆଜି ପ୍ରତ୍ୟେକ କାମ ସମସ୍ୟାବହୁଳ ରହିବ ଏ କିନ୍ତୁ ସାମାନ୍ୟ ଡେରିରେ କାମ ସମ୍ପନ୍ନ ହେବ । କୌଣସି ସ୍ଥାନକୁ ଯିବା ସମୟରେ ନିଜର ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ। ପୂର୍ବାଫାଲଗୁନୀ ନକ୍ଷତ୍ର ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବ। ଚାକିରି କ୍ଷେତ୍ରରେ ବହୂତ ଦିନରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ ।
ପ୍ରତ୍ୟେକ ସ୍ତରରୁ ସାହାଯ୍ୟ ଲାଭ କରି ଚେଷ୍ଟା କରୁଥିବା କାମରେ ଆଗ୍ରହ ପ୍ରକାଶ କରିବେ। କର୍ମ କ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିଙ୍କୁ ବିଶ୍ଵାସ କରି ଠକାମିରେ ପଡ଼ିବେ। ଷ୍ଟେସନାରୀ ଜିନିଷ, ଧାତୁ ଅଳଙ୍କାର ଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଉତ୍ତରାଫାଲଗୁନୀ ନକ୍ଷତ୍ର ବ୍ୟବସାୟରେ ଅର୍ଥ ସମ୍ପର୍କରୁ ଖୁସି ରହିବେ।
ଆଜି ସକାଳୁ ଘରେ ସାଧାରଣ କଥାରେ ଝଗଡ଼ା ହେବାର ସମ୍ଭାବନା ରହିଛି। ଯାନବାହନରେ ସତର୍କ ରହିବା ଭଲ, ନତୁବା ପର କ୍ଷଣରେ ମନସ୍ଥାପ କରିବାକୁ ପଡ଼ିବ। ଆଲୋଚନା, ରାଜନୀତି, ସଭାସମିତିରେ ସଫଳତା ହାସଲ କରିବେ। ଚିତ୍ରା ନକ୍ଷତ୍ର କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ ।
ଅଯଥା ଗୁଡ଼ାଏ ଚିନ୍ତା ମନକୁ ନ ଆଣି କାମରେ ଲାଗି ପଡ଼ିବା ଭଲ ହେବ। ପୂର୍ବରୁ ଆଲୋଚନା କରିଥିବା ଅନୁଯାୟୀ ବନ୍ଧୁଙ୍କଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଜ୍ୟେଷ୍ପା ନକ୍ଷତ୍ର ମନପସନ୍ଦର ଜିନିଷ କିଣିବା ସକାଶେ ମନ ବଳାଇବେ।
ପ୍ରତ୍ୟେକ ସମସ୍ୟାର ସରଳ ସମାଧାନ ‌ ହେବା କାରଣରୁ ଖୁସି ରହିବେ। ମୂଳା ନକ୍ଷତ୍ର ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ। ଗୃହ, ଜମିଜମା, ପୁଟ କାରବାର, ଏଜେନ୍ସିପ୍‌ ସମ୍ପର୍କୀୟ ଚିନ୍ତା କରିପାରନ୍ତି। ଆପଣଙ୍କ ଅନୁରୋଧ ରକ୍ଷାପୂର୍ବକ ବନ୍ଧୁ କାମଟି କରିଦେବେ ।
ଯାହା କରିବାକୁ ମନସ୍ଥ କରିଛନ୍ତି, ତାହା ଶୀଘ୍ର ଆରମ୍ଭ କରିଦେବା ଭଲ ହେବ କିଛି ଅସୁବିଧା ହେବ ନାହିଁ। ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। କୌଣସି ଶୁଭ ମାଙ୍ଗଳିକ କାମ ସକାଶେ ବ୍ୟସ୍ତ ରହିପାରନ୍ତି। ଧନିଷ୍ଠାନକ୍ଷତ୍ରର ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବଢ଼ିବ।
ପାରିବାରିକ ସମସ୍ୟା ବୃଦ୍ଧି ପାଇବା କାରଣରୁ ସବୁ କିଛି ଠିକ୍‌ ଥିଲେ ମଧ୍ଯ ମନରେ ସରସତା ରହିବ ନାହିଁ। ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ସମସ୍ୟା ମନକୁ ଆନ୍ଦୋଳିତ କରିବ। ଯାହା କହିବା ପାଇଁ ଭାବୁଥ୍‌ବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ପୂର୍ବଭାଦ୍ରବ ନକ୍ଷତ୍ରର ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲିତ ହେବ।
ଉତ୍ତରଭାଦ୍ରବ ନକ୍ଷତ୍ର ପୂର୍ବକଳ୍ପିତ ନୂତନ ଯୋଜନା କରିବାରେ ମନ ଦେବେ । ନିକଟ ସମ୍ପର୍କୀୟମାନେ କ୍ରମଶଃ ନିକଟତର ହେବାରେ ଲାଗି ପାରନ୍ତି। ବାଦବିବାଦରେ ଆପୋସ ସମାଧାନ ଘଟିବ। ପରିବାରରେ ଅଶାନ୍ତ ଦୂର ହେବାରେ ପାଖ ପଡ଼ୋଶୀଙ୍କ ଅବଦାନ ଅବିସ୍ମରଣୀୟ ରହିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments