OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 22th September 2023

Odia Rashiphala

Odia Rashiphala

ଦୀର୍ଘ ଦିନରୁ ରହିଆସିଥିବା ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁ ସାହାଯ୍ୟ କରିବେ। ଯାତ୍ରା, ପରିବହନ, ବାଣିଜ୍ୟ କ୍ଷେତ୍ରରେ ସୁଫଳ ମିଳିବ। କାର୍ଯ୍ୟକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡ଼ିବାର ଆଶଙ୍କା ରହିଛି। ପାରିବାରିକ, ରାଜନୈତିକ ଓ ପ୍ରଶାସନିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ।
ଆଜିର ପ୍ରତ୍ୟୁଷ ଯାତ୍ରା ଓ ସରକାରୀ ସ୍ତରରେ ଥିବା ପ୍ରତିବନ୍ଧକ ଦୂରେଇବା ସମ୍ବନ୍ଧରେ ଚିନ୍ତା କରିବେ । ଶିଳ୍ପ, ବ୍ୟବସାୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ। ରାଜନୀତି, ସଭାସମିତି ଓ ସଂଗଠନରେ ଅଟକି ରହିଥୁବା କାମକୁ ଶେଷ କରିପାରିବେ। ସମସ୍ୟା ଭିତରେ ଗତିକଲେ ମଧ୍ଯ ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ସମର୍ଥ ହେବେ।
ପାରିବାରିକ ସମସ୍ୟା ମଧ୍ଯରେ କାମଗୁଡ଼ିକୁ ସଫଳତାର ସହ ସମ୍ପନ୍ନ କରିବେ। ସତର୍କତା ଅଭାବରୁ ବିନା କାରଣରେ ଶତ୍ରୁତା ମଧ୍ଯ ସୃଷ୍ଟି ହୋଇପାରେ । ସ୍ଵାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଯିବ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ ।
ଭୁଲ୍‌ ବୁଝାମଣା ହେତୁ ପ୍ରତ୍ୟେକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ଅନ୍ୟମାନଙ୍କ କାନ କୁହା କଥାକୁ ସତ୍ୟ ମନେକଲେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ପାରିବାରିକ କଳହକୁ କେନ୍ଦ୍ରକରି ନିକଟ ସମ୍ପର୍କୀୟମାନଙ୍କ ସହ ଭୁଲ୍‌ ବୁଝାମଣା ସୃଷ୍ଟି ହେବ । ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡ଼ିବେ।
ଗତକାଲି ପରି ଆଜି ମଧ୍ଯ ଅଫିସ୍‌ର ପରିସ୍ଥିତି ଠିକ୍‌ ରହି ନ ପାରେ। ଅଧିୈର୍ଯ୍ୟ ପୂର୍ବକ ଏଣୁ ତେଣୁ କୌଣସି କଥା ଚିନ୍ତା ନ କରି ନିଜ କାମରେ ମନ ଦିଅନ୍ତୁ। ରୋଗ, ରଣ ଓ ପରୋକ୍ଷ ଶତୁତା ଯୋଗୁ ବ୍ୟସ୍ତ ରହିବେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ ।
ଅସ୍ବାଭାବିକ ପରିସ୍ଥିତି ମଧ୍ୟରେ ଗତି କରିବା କାରଣରୁ ବିଚଳିତ ବୋଧ କରିବେ। ବନ୍ଧୁ କଥାରେ ପ୍ରଭାବିତ ହୋଇ ଭୁଲ୍‌ କାମ କରିପାରନ୍ତି ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ ଓ ଆନୁଷ୍ଠାନିକ କାମରେ ନିଜକୁ ନିୟୋଜିତ କରିବେ। କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ ।
ଆଜି ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯନ୍ନ କଲେ ଚେଷ୍ଟା କଦାପି ବିଫଳ ହେବନି। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। କର୍ମକ୍ଷେତ୍ରରେ କେତେକ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ସାଧାରଣ କଥାରେ ତର୍କ କାରଣରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ ।
ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ବନ୍ଧୁମାନଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇ ପାରନ୍ତି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ଦେଖାସାକ୍ଷାତରୁ ଉପକୃତ ହେବେ ।
କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କାମ ନ ହେବା କାରଣରୁ ଅଶାନ୍ତ ରହିବେ। ଅସମର୍ଥିତ ସୃତ୍ରରୁ ଶୁଣାକଥାକୁ ବିଶ୍ଵାସ କଲେ ଅସ୍ମୁବିଧାର ସମ୍ମୁଖୀନ ହୋଇପାରନ୍ତି |ବନ୍ଧୁ ପ୍ରତିଶୃତି ରକ୍ଷାକରି ଠିକ୍‌ ସମୟରେ ଆସିବେ, ସାହାଯ୍ୟ ସହଯୋଗ ପାଇବେ । ବକେୟା ଅର୍ଥ ଆଦାୟ କରିବାରେ ଜଣେ ବନ୍ଧୁ ସାହାଯ୍ୟ କରିବାକୁ ଆଗେଇ ଆସିବେ।
ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ଯ ସବୁ କାମ ବିଳମ୍ବିତ ସମୟରେ ହିଁ ସମ୍ପନ୍ନ ହେବ। ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତିମାନେ ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। କୌଣସି ବ୍ୟକ୍ତିଙ୍କ ପାଇଁ ପ୍ରତୀକ୍ଷାଜନିତା ଯନ୍ତ୍ରଣା ତୀବ୍ର ହେବ। ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ ।
କୌଶଳ କରି କାମ ହାସଲରେ ସମର୍ଥ ହେବେ। ନମ୍ରତା ପ୍ରଦର୍ଶନ କଲେ ପଡ଼ୋଶୀ ସହାନୁଭୂତି ପ୍ରଦର୍ଶନ କରିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପରିବାର ଓ ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ। ଚେଷ୍ଟା କରୁଥିବା କାମରେ, କଚେରି ମାମଲାରେ, ଜମିଜମା ବିବାଦରେ, ଉପକୃତ ହେବେ |
କୌଣସି ଅସୁବିଧା ନ ହେଲେ ମଧ୍ଯ ସମସ୍ୟାଗୁଡ଼ିକୁ ସାମ୍ନା କରି ନ ପାରି ବିବ୍ରତ ବୋଧ କରିପାରନ୍ତି। ପୂରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ, ଫଳରେ ବାରମ୍ବାର ଅନ୍ୟମାନଙ୍କ ସାହାଯ୍ୟ ଆଶା କରିବେ। ସହକର୍ମୀଙ୍କ ସହାନୁଭ୍ଭୁତି ଯୋଗୁ କାମଗୁଡ଼ିକ ସଂପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ। ଦୋକାନ, ନିର୍ମାଣ, ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ଆଶ୍ଵସ୍ତି ଲାଭ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments