OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 22th April 2022

Odia Rashiphala

Odia Rashiphala

ଦେବାତ୍ମା ହିମାଳୟ ପରି ଅଟଳ ରହିଲେ ଲକ୍ଷ୍ୟ ସ୍ଥଳରେ ଉପନୀତ ହେବେ। ଭୋଗର ଶୀର୍ଷରେ ପହଞ୍ଚି ତ୍ୟାଗଶୀଳ ହେବେ। ପତ୍ନୀଙ୍କ ଆଶା-ଭରସାର ପାତ୍ର ହେବେ। ଉଦ୍ୟୋଗୀ ହେବେ।
ସାମାନ୍ୟ ଅସୁସ୍ଥ ରହି ମଧ୍ୟ ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଦୟାଳୁ ଓ ବିନୟ ସ୍ୱଭାବର ହୋଇପାରନ୍ତି । ଠାକୁରଙ୍କ ନିକଟରେ ମଧୁର ପ୍ରେମଭକ୍ତି ନିବେଦନ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।
ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧର୍ଯ୍ୟବାନ୍ ହେବେ। କାୟମନୋବାକ୍ୟରେ ଧର୍ମ ଆଚରଣ କରପାରନ୍ତି। ପତ୍ନୀଙ୍କ ପରାମର୍ଶ ଶୁଭହେବ। ଅହଂଭାବକୁ ସମର୍ପଣ କିମ୍ବା ବସିର୍ଜନ ଦେଇପାରନ୍ତି।
ଅନାବଶ୍ୟକ ଖର୍ଚ୍ଚର ସମୁଖୀନ ହେବେ। ଭାଇମାନଙ୍କ ପାଇଁ ସ୍ନେହଶୀଳ ହେବେ। ବ୍ୟବହାର ଓ ମଧୁର ଭାଷାରେ ଶତ୍ରୁକୁ ବଶ କରବାରେ ସକ୍ଷମ ହେବେ। ଚାକିରି କ୍ଷେତ୍ରରେ ସୁନାମ ମିଳିବ। କରଜ ଶୁଝି ଆଶ୍ୱସ୍ତ ହେବେ।
କର୍ମଚଞ୍ଚଳ ରହିବେ। ଦୈବୀ ଦାୟିତ୍ୱ ବହନ କରୁଥିବା କନ୍ୟା ପାଇଁ ଗର୍ବିତ ହୋଇପାରନ୍ତି। ବ୍ୟବସାୟାଦି ବିଭିନ୍ନ ସ୍ତରରୁ ଆର୍ଥିକ ସ୍ରୋତ ଅବ୍ୟାହତ ରହିବ। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ।
ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ସାମାଜିକ ସ୍ତରରେ ସାଂସ୍କୃତିକ ଜାଗରଣ ସୃଷ୍ଟି କରିପାରନ୍ତି । ପ୍ରେମୀ ଓ ବୁଦ୍ଧିମାନ୍ ହେବେ। ଶବ୍ଦ ଚୟନ କରି ଦିବ୍ୟରଚନା ଚେତନା ଧର୍ମୀ ହେବେ।
ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କର ଭକ୍ତିଭାଜନ ହେବେ। ବଭିୁଦତ୍ତ ପ୍ରତିଭା ସମ୍ପନ୍ନ ହେବେ। ଈଶ୍ୱରୀୟ ଚେତନାର ଉଦବୁଦ୍ଧ ହୋଇପାରନ୍ତି। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବଜୟୀ ହେବେ।
ପରମ୍ପରାକୁ ଅନୁସରଣ କରି ଏକ ନିର୍ଦ୍ଦିଷ୍ଟ ଗତି ପଥରେ ଅଗ୍ରସର ହେବେ। ଭୟଙ୍କର ଦୃଶ୍ୟରାଜି ମଧ୍ୟରେ ସୌନ୍ଦର୍ଯ୍ୟର ସନ୍ଧାନ ପାଇବେ। ଅର୍ଥାଗମର ସ୍ରୋତ ବ୍ୟାହତ ହେବନାହିଁ। ନୀତନିଷ୍ଠ ହେବେ।
ଐଶୂର୍ଯ୍ୟ ପ୍ରାପ୍ତି ସୂଚନା ମିଳୁଛି। ଆଇନ, ଅଦାଲତର ବିଚାର ଆପଣଙ୍କ ସପକ୍ଷରେ ଯିବା ସହିତ ଧନଲାଭ ହେବ। କେବଳ ସ୍ୱାଦ ପାଇଁ ନୁହେଁ, ନିରୋଗ ଶରୀର ପାଇଁ ଭୋଜନ ବ୍ୟବସ୍ଥା ଅଛି।
ଉପହାରଦାତା ଭାବେ ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ପରାଙ୍ଗପୁଷ୍ଟ ହୋଇପାରନ୍ତି। ଭାଷା ଓ ବ୍ୟବହାର, ଶତ୍ରୁତାର ଅବସାନ ଘଟାଇ ପାରେ। ସମାଧାନ ନୁହେଁ; ସାଧନାରୁ ମିଳିବ ଶାଶ୍ୱତ ସୁଖ।
ବଦ୍ୱାସାଗରକୁ ମନ୍ଥନ ପୂର୍ବକ ବଲିୁପ୍ତ ହେବାକୁ ଯାଉଥିବା ମହନୀୟ ଶବ୍ବ ସମୂହଙ୍କୁ ଉଦ୍ଧାର କରି ଲୋକଲୋଚନକୁ ଆଣିବେ। ସରକାରୀ ପ୍ରୋତ୍ସାହନ ମିଳିପାରେ। ଅସାଧ୍ୟ ସାଧନ କରପାରନ୍ତି।
ମନରେ ଧ୍ୟାନ ପ୍ରଦୀପ ପ୍ରଜ୍ଜ୍ୱଳନ କରିକର୍ମ ମାର୍ଗକୁ୍ ଆଲୋକିତ କରପାରନ୍ତି। ଦୟା-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ଆନନ୍ଦ ସରୋବରରେ ଅବଗାହନ କରିପାରନ୍ତି।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments