![]() |
ଦେବାତ୍ମା ହିମାଳୟ ପରି ଅଟଳ ରହିଲେ ଲକ୍ଷ୍ୟ ସ୍ଥଳରେ ଉପନୀତ ହେବେ। ଭୋଗର ଶୀର୍ଷରେ ପହଞ୍ଚି ତ୍ୟାଗଶୀଳ ହେବେ। ପତ୍ନୀଙ୍କ ଆଶା-ଭରସାର ପାତ୍ର ହେବେ। ଉଦ୍ୟୋଗୀ ହେବେ। |
ସାମାନ୍ୟ ଅସୁସ୍ଥ ରହି ମଧ୍ୟ ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଦୟାଳୁ ଓ ବିନୟ ସ୍ୱଭାବର ହୋଇପାରନ୍ତି । ଠାକୁରଙ୍କ ନିକଟରେ ମଧୁର ପ୍ରେମଭକ୍ତି ନିବେଦନ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ। | |
ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧର୍ଯ୍ୟବାନ୍ ହେବେ। କାୟମନୋବାକ୍ୟରେ ଧର୍ମ ଆଚରଣ କରପାରନ୍ତି। ପତ୍ନୀଙ୍କ ପରାମର୍ଶ ଶୁଭହେବ। ଅହଂଭାବକୁ ସମର୍ପଣ କିମ୍ବା ବସିର୍ଜନ ଦେଇପାରନ୍ତି। | |
ଅନାବଶ୍ୟକ ଖର୍ଚ୍ଚର ସମୁଖୀନ ହେବେ। ଭାଇମାନଙ୍କ ପାଇଁ ସ୍ନେହଶୀଳ ହେବେ। ବ୍ୟବହାର ଓ ମଧୁର ଭାଷାରେ ଶତ୍ରୁକୁ ବଶ କରବାରେ ସକ୍ଷମ ହେବେ। ଚାକିରି କ୍ଷେତ୍ରରେ ସୁନାମ ମିଳିବ। କରଜ ଶୁଝି ଆଶ୍ୱସ୍ତ ହେବେ। | |
କର୍ମଚଞ୍ଚଳ ରହିବେ। ଦୈବୀ ଦାୟିତ୍ୱ ବହନ କରୁଥିବା କନ୍ୟା ପାଇଁ ଗର୍ବିତ ହୋଇପାରନ୍ତି। ବ୍ୟବସାୟାଦି ବିଭିନ୍ନ ସ୍ତରରୁ ଆର୍ଥିକ ସ୍ରୋତ ଅବ୍ୟାହତ ରହିବ। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। | |
ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ସାମାଜିକ ସ୍ତରରେ ସାଂସ୍କୃତିକ ଜାଗରଣ ସୃଷ୍ଟି କରିପାରନ୍ତି । ପ୍ରେମୀ ଓ ବୁଦ୍ଧିମାନ୍ ହେବେ। ଶବ୍ଦ ଚୟନ କରି ଦିବ୍ୟରଚନା ଚେତନା ଧର୍ମୀ ହେବେ। | |
ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କର ଭକ୍ତିଭାଜନ ହେବେ। ବଭିୁଦତ୍ତ ପ୍ରତିଭା ସମ୍ପନ୍ନ ହେବେ। ଈଶ୍ୱରୀୟ ଚେତନାର ଉଦବୁଦ୍ଧ ହୋଇପାରନ୍ତି। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବଜୟୀ ହେବେ। | |
ପରମ୍ପରାକୁ ଅନୁସରଣ କରି ଏକ ନିର୍ଦ୍ଦିଷ୍ଟ ଗତି ପଥରେ ଅଗ୍ରସର ହେବେ। ଭୟଙ୍କର ଦୃଶ୍ୟରାଜି ମଧ୍ୟରେ ସୌନ୍ଦର୍ଯ୍ୟର ସନ୍ଧାନ ପାଇବେ। ଅର୍ଥାଗମର ସ୍ରୋତ ବ୍ୟାହତ ହେବନାହିଁ। ନୀତନିଷ୍ଠ ହେବେ। | |
ଐଶୂର୍ଯ୍ୟ ପ୍ରାପ୍ତି ସୂଚନା ମିଳୁଛି। ଆଇନ, ଅଦାଲତର ବିଚାର ଆପଣଙ୍କ ସପକ୍ଷରେ ଯିବା ସହିତ ଧନଲାଭ ହେବ। କେବଳ ସ୍ୱାଦ ପାଇଁ ନୁହେଁ, ନିରୋଗ ଶରୀର ପାଇଁ ଭୋଜନ ବ୍ୟବସ୍ଥା ଅଛି। | |
ଉପହାରଦାତା ଭାବେ ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ପରାଙ୍ଗପୁଷ୍ଟ ହୋଇପାରନ୍ତି। ଭାଷା ଓ ବ୍ୟବହାର, ଶତ୍ରୁତାର ଅବସାନ ଘଟାଇ ପାରେ। ସମାଧାନ ନୁହେଁ; ସାଧନାରୁ ମିଳିବ ଶାଶ୍ୱତ ସୁଖ। | |
ବଦ୍ୱାସାଗରକୁ ମନ୍ଥନ ପୂର୍ବକ ବଲିୁପ୍ତ ହେବାକୁ ଯାଉଥିବା ମହନୀୟ ଶବ୍ବ ସମୂହଙ୍କୁ ଉଦ୍ଧାର କରି ଲୋକଲୋଚନକୁ ଆଣିବେ। ସରକାରୀ ପ୍ରୋତ୍ସାହନ ମିଳିପାରେ। ଅସାଧ୍ୟ ସାଧନ କରପାରନ୍ତି। | |
ମନରେ ଧ୍ୟାନ ପ୍ରଦୀପ ପ୍ରଜ୍ଜ୍ୱଳନ କରିକର୍ମ ମାର୍ଗକୁ୍ ଆଲୋକିତ କରପାରନ୍ତି। ଦୟା-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ଆନନ୍ଦ ସରୋବରରେ ଅବଗାହନ କରିପାରନ୍ତି। |
Odia Calendar 2022
Comments
comments