![]() | କର୍ମକ୍ଷେତ୍ରରେ କୌଣସି ଘଟଣାକୁ କେନ୍ଦ୍ରକରି କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁଙ୍କ ପରାମର୍ଶ ପ୍ରାପ୍ତ ହୋଇ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ସଭାସମିତିର ବିବାଦୀୟ ପରିସ୍ଥିତିରେ ନ୍ୟାୟୋଚିତ କଥା କହି ସୁଧାରି ନେବେ! ଯାତ୍ରା,ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦେଖାଦେଇପାରେ । |
କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ନେଇ ସହକର୍ମୀଙ୍କ ସହ ସାଧାରଣ କଥାରେ ମତାନ୍ତର ଘଟିପାରେ। ଆନୁଷ୍ଠାନିକ କାମରେ ଆକସ୍ମିକ ଖର୍ଚ୍ଚ ପରିମାଣ ବୃଦ୍ଧି ଦୁଶ୍ଚିନ୍ତାକୁ ବଢ଼ାଇ ଦେବ। ପାରିବାରିକ ବିବାଦରେ ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦ୍ରଃସାଧ୍ଯ କାର୍ଯ୍ୟ ସାଧନ କରିବେ। ଉଚ୍ଚକର୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଗୁରୁତ୍ବପୂର୍ଣ୍ଣ ନିଷ୍ଣତ୍ତି ନେବେ। | |
ଅର୍ଥାଭାବ ଦୂର ସକାଶେ ବିଭିନ୍ନ ଧନ୍ଦା କରିବାକୁ ମନ ବଳାଇବେ। ଆଲୋଚନା ଆଳରେ ଜଣେ ବନ୍ଧୁ ଆଜି ଆପଣଙ୍କର ମାର୍ଗଦର୍ଶକ ସାଜିପାରନ୍ତି। ବିବାଦୀୟ ପରିସ୍ଥିତିରେ କିମ୍ବା କର୍ମକ୍ଷେତ୍ରରେ ହିତୈଷୀଙ୍କ ପରାମର୍ଶକୁ ଗ୍ରହଣ କରିବା ଭଲ ହେବ। ଆଗାମୀ କାର୍ଯ୍ୟାରମ୍ଭ ପରିପ୍ରେକ୍ଷୀରେ ସମ୍ପର୍କୀୟଙ୍କ ସହ ମିତ୍ରତା ବୃଦ୍ଧି କରିବେ। | |
ପରିବାରର ସହମତି ଦ୍ବାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। କଳା, ସାହିତ୍ଯ,ସଙ୍ଗୀତ ତଥା ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ବନ୍ଦିତା ବଢ଼ିପାରେ। ହଠାତ୍ ଆଶା କରୁଥିବା ଶୁଭ ଖବର ବନ୍ଧୁଙ୍କ ଅସମର୍ଥିତ ସୂତ୍ରରୁ ଶୁଣି ଖୁସି ହେବେ। ନିଜ ପରିସରରେ ସମସ୍ୟା ଲାଗିରହିବା କାରଣରୁ ସାମୟିକ ମନ ଭାରାକ୍ରାନ୍ତ ରହିବ। | |
ନିଜେ ରହୁଥିବା ସ୍ଥାନର ପାରିପାର୍ଶ୍ବିକ ପରିସ୍ଥିତି ଭଲ ରହିବ। ପରିବାର ସକାଶେ ବହୁତ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି ସ୍ଥଗିତ କାର୍ଯ୍ୟାରମ୍ଭ ପୂର୍ବରୁ କର୍ମକ୍ଷେତ୍ରରେ ଉଚ୍ଚବର୍ଗରବ୍ୟକ୍ତିବିଶେଷଙ୍କ ଦ୍ବାରା ସହଯୋଗ ପାଇବେ ଦୀର୍ଘଦିନର ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷର ସୂଚନା ପାଇପାରନ୍ତି। | |
କେତେକ ଅପୂରଣୀୟ ଆଶା ବାରମ୍ଭାର ମନକୁ ଆଲୋଡ଼ିତ କରିବାର ସୂଚନା ରହିଛି। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାନବାହନ, ମରାମତି କିମ୍ବା ପୁରୁଣା ଘରକୁ ସଜାଡିବାରେ ମନୋନିବେଶ କରିପାରନ୍ତି। ବିବାଦୀୟ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। | |
ମାନସିକ ଅଶାନ୍ତିରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକବ୍ଦମାରେ ଆଲୋଚନା ଦ୍ବାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଘରର ବରାଦ ଅନୁସାରେ ଫେରିବା ବାଟରୁ ମୂଲ୍ୟବାନ ଦ୍ରବ୍ୟ ଆଶିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟର ସହ କାମ କରି ଚାଲିଲେ ସବୁ ସମସ୍ୟାର ସମାଧାନ ହୋଇଯିବ। | |
ସମୟର ପ୍ରତିକୂଳତା ହେତୁ ବିଭିନ୍ନ ପ୍ରକାରର ସମସ୍ୟା ଭିତରେ ମନ ଭାରାକ୍ରାନ୍ତ ରହିବ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମକୁ ମୁହାଁଇବା ଠିକ୍ ହେବନି କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବା କିନ୍ତୁ ପ୍ରଶାସନ, ପରିବହନ ଓ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିପାରେ । | |
କର୍ମଜୀବୀମାନେ ନିଜ ନିଜର ସ୍ଥାନରେ ବେଶ୍ ଖୁସି ରହିବେ। ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ | ମାଲିମକଦ୍ଦମାରେ ଆପୋସ ସମାଧାନ ସକାଶେ ଆଲୋଚନା କରିପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ | | |
ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇପାରନ୍ତି । କର୍ମକ୍ଷେତ୍ରରୁ ଫେରିବା ବାଟରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ପରୀକ୍ଷା, ଆଲୋଚନା, ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ। ଆର୍ଥିକ ଅଭିବୃଦ୍ଧି ପାଇଁ ବିଭିନ୍ନ ଯୋଜନା କରିପାରନ୍ତି। | |
କର୍ମକ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ମଧ୍ଯରେ ଗତି କରିବାର ଆଶଙ୍କା ରହିଛି। ପକ୍ଷପାତିତାକୁ କେନ୍ଦ୍ରକରି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି। ଆଜିର ଆମଦାନୀ କାରବାର, ପରିବହନ ଓ ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହିଁ। | |
ପାରିବାରିକ ସ୍ତରରେ ପଛକଥା ନ ଭାବି ଏହି ସମୟର ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କରନ୍ତୁ। ନିଜର କାମରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଲେଖାପଢ଼ା, ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ | ଆର୍ଥିକ ସମସ୍ୟା ମଧ୍ଯରେ ଗତିକଲେ ମଧ୍ଯ କୌଣସି କାମ ଅଟକି ରହିବ ନାହିଁ। |
Odia Calendar 2023
Comments
comments