OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 20th October 2023

Odia Rashiphala

Odia Rashiphala

ଅଟକି ରହିଥିବା କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେଇପାରନ୍ତି । ଲ – ନାମାକ୍ଷର ବ୍ୟକ୍ତିଙ୍କର ବିଳାସ ଓ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ। ବିବାଦୀୟ ଘଟଣାରେ ପାଟି ଖୋଲିବା ଠିକ୍‌ ହେବନାହିଁ ବନ୍ଧୁମାନଙ୍କ ସାହାଯ୍ୟ କାରଣରୁ ଆର୍ଥିକ ସମସ୍ୟାକୁ ସୁଧାରି ନେବେ।
ସମୟ ଓ ପରିସ୍ଥିତି ବଶତଃ ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷମୟ ସ୍ଥିତି ଲାଗିରହିବ। କର୍ମ କ୍ଷେତ୍ରରେ ବିଭିନ୍ନ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ବ୍ୟସ୍ତତା ମଧ୍ଯ ବଢିଯିବ। ବ- ନାମାକ୍ଷର ବ୍ୟକ୍ତି ରାଜନୀତି ଓ କ୍ରୀଡ଼ା ତଥା ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ ।
ସମସ୍ତ ସୁବିଧା ଥଲେ ମଧ୍ଯ ନିର୍ଦ୍ଦିଷ୍ଟ ମୟରେ କାମଗୁଡିକ ନ ହୋଇପାରିବା କାରଣରୁ ବ୍ୟସ୍ତ ହେବେ। ରଣ ଭାରରେ ଅତିଷ୍ଠ ହେବାକୁ ପଡିବ ଓ ତାହା ହିଁ ଦୁଶ୍ଚିନ୍ତାର କାରଣ ହେବ। ହଠାତ୍‌ କୌଣସି ବ୍ୟକ୍ତିଙ୍କ ସହାୟତାରୁ କାର୍ଯ୍ୟସିଦ୍ଧି ହେତୁ ମନ ପ୍ରଫୁଲିତ ରହିବ। ଘ- ନାମାକ୍ଷର ବ୍ୟକ୍ତିମାନେ ସତ୍‌ସଙ୍ଗ ଓ ଧର୍ମଚର୍ଜା ଦିଗକୁ ମନ ବଳାଇବେ।
ପରୋକ୍ଷ ଶତ୍ରୁତା ହେତୁ ଭଲ କାମ କଲେ ମଧ୍ଯ ସମାଲୋଚିତ ହେବା ବ୍ୟତୀତ କିଛି ଲାଭ ହେବନି । ହେ- ନାମାକ୍ଷର ଅନ୍ୟମନସ୍କ ରହି ବିଭିନ୍ନ ସମସ୍ୟାକୁ ଡାକି ଆଣିପାରନ୍ତି। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ ।
କୌଣସି ନୂତନ କାମର ଯୋଜନା କରିବେ ଓ ସଫଳତା ମଧ୍ଯ ପାଇବେ। ଶିଳ୍ପ ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ବନ୍ଦିତା ଦେଖା ଦେଇପାରେ। ମ – ନାମାକ୍ଷର ବ୍ୟକ୍ତି ସହକର୍ମୀଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ। ପାରିବାରିକ ସ୍ଥିତି ପୂର୍ବପରି ଅକ୍ଷୁର୍ଣ୍ଣ୍ ରହିବ।
ବନ୍ଧୁଙ୍କ ସହାୟତାରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି _ ଯୋଡ଼ି ହୋଇଯିବ। ନିଜ ପରିସରର ବ୍ୟକ୍ତିମାନଙ୍କ ଦ୍ବାରା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ଅର୍ଥ ସମ୍ପକିତ ସମସ୍ୟା ସୁଧାରିନେବେ କିନ୍ତୁ ବିବାଦୀୟ ଘଟଣରେ ଚିନ୍ତିତ ରହିବେ। ପୂ- ନାମାକ୍ଷର ବ୍ୟସ୍ତିମାନଙ୍କ ସକାଶେ ବସ୍ତ୍ରଭୂଷଣ ଓ ଧାତୁ ଅଳଙ୍କାର ପ୍ରାପ୍ତି ଯୋଗ ରହିଛ।
କୌଣସି ନୂତନ କର୍ମାରମ୍ଭ କରିବେ ଓ ଏଥିରେ ସହଯୋଗ ଅବଶ୍ୟ ମିଳିବ। ନିର୍ମାଣ ଓ ଜମିଜମା କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ଦୀର୍ଘ ପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ତ-ନାମାକ୍ଷର ବ୍ୟକ୍ତିମାନେ ନୂତନ ଘର ସାଜସଜ୍ଜାରେ ମଜିରହିପାରନ୍ତି।
କୌଣସି କାମରେ ବ୍ୟସ୍ତତା ଵଢିଯାଇପାରେ କିନ୍ତୁ କୌଣସି ଅସୁବିଧା ହେବ ନାହିଁ ବାଣିଜ୍ୟ, ପରିବହନ ଓ ବ୍ୟବସାୟ ଦିଗଟି ମନ୍ଦ ହେବନି । ଆଜି ଘରୋଇ ବରାଦ ଅନୁଯାୟୀ କିଛି ମନୋରଞ୍ଜନ ଜିନିଷ କ୍ରୟ କରିବେ। ନ- ନାମାକ୍ଷର ବ୍ୟକ୍ତିମାନେ ପାରିବାରିକ ସମସ୍ୟା ସମାଧାନରେ ସଫଳ ହେବେ ।
ଆଜି ହଠାତ୍‌ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। କର୍ମ କ୍ଷେତ୍ରରେ ଉପଯୁକ୍ତ ଭାବେ ସମ୍ମାନିତ ହୋଇପାରନ୍ତି। ଭ-ନାମାକ୍ଷର ବ୍ୟକ୍ତି ପିଲାମାନଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇପାରନ୍ତି ।
ପାରିବାରିକ ସମସ୍ୟାର ସରଳ ସମାଧାନ କରି ମନକୁ ହାଲୁକା କରିବେ | ଖ-ନାମାକ୍ଷର ବ୍ୟକ୍ତି ନିକଟ ସମ୍ପର୍କୀୟମାନଙ୍କ ସହ କଳହରେ ଲିପ୍ତ ରହିବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ପ୍ରତିବନ୍ଧକ ଲାଗିରହିବ । କଳା, ସାହିତ୍ୟ, କ୍ରୀଡା, ସଙ୍ଗୀତ ଓ ସଭାସମିତି କ୍ଷେତ୍ରରୁ ମନ ଖୁସି ରହିବ।
ପରିବାରରେ ଘଟିଯାଇଥିବା କେତେକ ଅତୀତ ଘଟଣାକୁ ସ୍ମରଣ କରି ଅନୁତାପ କରିବେ । ଶ- ନାମାକ୍ଷର ବ୍ୟକ୍ତି କଳା, ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ଯ ହେବେ। ଯାତ୍ରା ସମୟରେ ଯାନ୍ତ୍ରିକ ତୁଟି ସମସ୍ୟାକୁ ଦ୍ବିଗୁଣିତ କରିପାରେ । ଗତକାଲିର ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ ।
ଆଜି ଦିନଟିରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। ଦ- ନାମାକ୍ଷର ବ୍ୟକ୍ତିମାନଙ୍କୁ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ। ସ୍ଵାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ଅସୁବିଧାରେ ପଡିବେ। ବାଣିଜ୍ୟ, ବ୍ୟବସାୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments