OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 20th May 2022

Odia Rashiphala

Odia Rashiphala

ଯତ୍ନ ଅଧ୍ୟବସାୟ ଓ ଉଦ୍ୟମ ବଳରେ ଈପ୍ସିତ ଆର୍ଥିକ ସହାୟତା ମିଳିବ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଆର୍ଥିକ ସ୍ତିତି ସୁଦୃଢ଼ ହେବ।
ସେବା ଓ ବିନୟ ଭାବରୁ ମିଳିଥିବା କ୍ଷମତାର ସଦ୍ ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ। କାର୍ଯ୍ୟରୁ ଅପର୍ବ ସଫଳତା ମିଳିବ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରବେ । ଆଧ୍ୟାତ୍ମବାଦୀ ହୋଇପାରନ୍ତି।
ସମସ୍ତ ବାଧାବିଘ୍ନକୁ ଏଡ଼ାଇ କୁସଙ୍ଗ ପରିତ୍ୟାଗ ପୂର୍ବକ ସତ୍ସଙ୍ଗୀ ହେବେ। ନିଜେ କଷ୍ଟ ସ୍ୱୀକାର କରି ଅନ୍ୟକୁ ଆନନ୍ଦ ଦେବାରେ ବ୍ରତୀ ହୋଇପାରନ୍ତି। ଦିନ ନଅଟା ଷୋହଳ ମିନିଟ୍ ପରେ ସତର୍କରେ ଚଳିବେ।
ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ନିୟୋଜିତ ହେବେ। ଦିନ ଭିତରେ ଯାହା ଘଟଣା ଘଟିବ, ତାହା ଆନନ୍ଦଦାୟକ ହେବ। ସତ୍ୟ ପ୍ରତିଜ୍ଞ ସମ୍ପନ୍ନ ହୋଇପାରନ୍ତି। ପତ୍ନୀଙ୍କ ଉପଦେଶ ଅନୁଯାୟୀ କାର୍ଯ୍ୟ କରବେ।
ଜ୍ଞାତି, ସ୍ବଜନ ଓ ବିଜ୍ଞ ବ୍ୟକ୍ତିଙ୍କ ସହାୟତା ଶତ୍ରୁତାର ଅବସାନ ଘଟାଇ ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି କରିବ। ଏପରିକି ଋଣମକ୍ତ କରିପାରେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ।
କ୍ଲେଶରୁ ମୁକ୍ତ ହେବା ପାଇଁ ବିଦ୍ୟାଭ୍ୟାସୀ ହେବେ। ଜଣେ ଜ୍ଞାନୀ, ଗୁଣୀ ବ୍ୟକ୍ତି ଭାବେ ପ୍ରତିଷ୍ଠା ଲାଭ କରିପାରନ୍ତି। ଧନଲକ୍ଷ୍ମୀ ବରଦାୟିକା ଅଛନ୍ତି। ପତିପ୍ରାଣା ପତ୍ନୀଙ୍କ ସାନ୍ନିଧ୍ୟ ସୁଖଦାୟକ ହେବ। ଧନାଗମ ହେବ।
ଶ୍ରମ କଷ୍ଟସାଧ୍ୟ ହୋଇପାରେ; ମାତ୍ର ତା’ର ମୂଲ୍ୟାଙ୍କନ ହେବ। ବିବେକାନୁମୋଦିତ କାର୍ଯ୍ୟକରି ଧର୍ମାଧର୍ମର ମାର୍ଗ ବାଛି ନେଇପାରନ୍ତି। କୃଷକମାନଙ୍କର ପରାମର୍ଶଦାତାଭାବେ ଜନକଲ୍ୟାଣ ଲାଭ କରିବେ ।
ସ୍ତିତପ୍ରଜ୍ଞ ହୋଇପାରନ୍ତି। ମାନସମନ୍ଥନ କ ତି ରି ନିଷ୍କର୍ଷରେ ପହଞ୍ଚିପାରନ୍ତି। ଈଶ୍ୱରୀୟ ଚେତନା ଆପଣଙ୍କ ପ୍ରାଣ ଶକ୍ତିକୁ ଉଦ୍‌ଜୀବିତ କରି ରଖିବ। ସୁସ୍ଥ ରହିବେ। ପ୍ରାୟ ପ୍ରତ୍ୟେକ ପଦପାତ କୁସୁମିତ ହେବ।
ଜଣେ ଚରିତ୍ରବାନ୍ ବ୍ୟକ୍ତିଭାବେ ସମାଜର ଦିବ୍ୟ ବାତାବରଣ ସୁଖ,ଶାନ୍ତି ଓ ସମୃଦ୍ଧିର ବାସ୍ତବ ଆଧାର ହେବ। ମନ ଭିତରେ ଧ୍ୟାନର ଦୀପ ପ୍ରଜ୍ୱଳନ କରି ଚଲାପଥକୁ ଆଲୋକିତ କରିବେ। ଅର୍ଥ ମିଳିବ।
ବିଭିନ୍ନ ସ୍ତରରୁ ସମ୍ବାଦ,ଶୁଭେଚ୍ଛା ଆସି ଆପଣଙ୍କୁ ଉତ୍‌ଫୁ୍ଲିତ୍ କରିପାରେ। ଆୟ ବୃଦ୍ଧିର ସ୍ନେହାଶିଷ ମିଳିବ। ଆହାର ସ୍ୱାସ୍ଥ୍ୟପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।ସୁସ୍ଥ ଓ ନିରାମୟ ରହିବେ।
ସତ୍ୟବାଦ୍ୟୋ ଦୃଢ଼ବ୍ରତ ଆଚରଣ କରବେ। ଅନବଦ୍ୟ ରଚନା ଓ ଲେଖା ପ୍ରାଣସ୍ପର୍ଶୀ ହୋଇପାରେ। ବଂଶ ପରମ୍ପରାରେ ‘ଅଜନ୍ମା ଜ୍ଞାନୀ’ହୋଇପାରନ୍ତି। ଅତିଥି ସତ୍କାରରେ ବ୍ୟୟ ବୃଦ୍ଧିହୋଇପାରେ।
ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରଙ୍କ ଶ୍ରଦ୍ଧା ଓ ବିଶ୍ୱାସ ରଜୁରେ ଅନୁବନ୍ଧିତ ହୋଇପାରନ୍ତି।ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments