![]() |
ଯତ୍ନ ଅଧ୍ୟବସାୟ ଓ ଉଦ୍ୟମ ବଳରେ ଈପ୍ସିତ ଆର୍ଥିକ ସହାୟତା ମିଳିବ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଆର୍ଥିକ ସ୍ତିତି ସୁଦୃଢ଼ ହେବ। |
ସେବା ଓ ବିନୟ ଭାବରୁ ମିଳିଥିବା କ୍ଷମତାର ସଦ୍ ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ। କାର୍ଯ୍ୟରୁ ଅପର୍ବ ସଫଳତା ମିଳିବ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରବେ । ଆଧ୍ୟାତ୍ମବାଦୀ ହୋଇପାରନ୍ତି। | |
ସମସ୍ତ ବାଧାବିଘ୍ନକୁ ଏଡ଼ାଇ କୁସଙ୍ଗ ପରିତ୍ୟାଗ ପୂର୍ବକ ସତ୍ସଙ୍ଗୀ ହେବେ। ନିଜେ କଷ୍ଟ ସ୍ୱୀକାର କରି ଅନ୍ୟକୁ ଆନନ୍ଦ ଦେବାରେ ବ୍ରତୀ ହୋଇପାରନ୍ତି। ଦିନ ନଅଟା ଷୋହଳ ମିନିଟ୍ ପରେ ସତର୍କରେ ଚଳିବେ। | |
ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ନିୟୋଜିତ ହେବେ। ଦିନ ଭିତରେ ଯାହା ଘଟଣା ଘଟିବ, ତାହା ଆନନ୍ଦଦାୟକ ହେବ। ସତ୍ୟ ପ୍ରତିଜ୍ଞ ସମ୍ପନ୍ନ ହୋଇପାରନ୍ତି। ପତ୍ନୀଙ୍କ ଉପଦେଶ ଅନୁଯାୟୀ କାର୍ଯ୍ୟ କରବେ। | |
ଜ୍ଞାତି, ସ୍ବଜନ ଓ ବିଜ୍ଞ ବ୍ୟକ୍ତିଙ୍କ ସହାୟତା ଶତ୍ରୁତାର ଅବସାନ ଘଟାଇ ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି କରିବ। ଏପରିକି ଋଣମକ୍ତ କରିପାରେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। | |
କ୍ଲେଶରୁ ମୁକ୍ତ ହେବା ପାଇଁ ବିଦ୍ୟାଭ୍ୟାସୀ ହେବେ। ଜଣେ ଜ୍ଞାନୀ, ଗୁଣୀ ବ୍ୟକ୍ତି ଭାବେ ପ୍ରତିଷ୍ଠା ଲାଭ କରିପାରନ୍ତି। ଧନଲକ୍ଷ୍ମୀ ବରଦାୟିକା ଅଛନ୍ତି। ପତିପ୍ରାଣା ପତ୍ନୀଙ୍କ ସାନ୍ନିଧ୍ୟ ସୁଖଦାୟକ ହେବ। ଧନାଗମ ହେବ। | |
ଶ୍ରମ କଷ୍ଟସାଧ୍ୟ ହୋଇପାରେ; ମାତ୍ର ତା’ର ମୂଲ୍ୟାଙ୍କନ ହେବ। ବିବେକାନୁମୋଦିତ କାର୍ଯ୍ୟକରି ଧର୍ମାଧର୍ମର ମାର୍ଗ ବାଛି ନେଇପାରନ୍ତି। କୃଷକମାନଙ୍କର ପରାମର୍ଶଦାତାଭାବେ ଜନକଲ୍ୟାଣ ଲାଭ କରିବେ । | |
ସ୍ତିତପ୍ରଜ୍ଞ ହୋଇପାରନ୍ତି। ମାନସମନ୍ଥନ କ ତି ରି ନିଷ୍କର୍ଷରେ ପହଞ୍ଚିପାରନ୍ତି। ଈଶ୍ୱରୀୟ ଚେତନା ଆପଣଙ୍କ ପ୍ରାଣ ଶକ୍ତିକୁ ଉଦ୍ଜୀବିତ କରି ରଖିବ। ସୁସ୍ଥ ରହିବେ। ପ୍ରାୟ ପ୍ରତ୍ୟେକ ପଦପାତ କୁସୁମିତ ହେବ। | |
ଜଣେ ଚରିତ୍ରବାନ୍ ବ୍ୟକ୍ତିଭାବେ ସମାଜର ଦିବ୍ୟ ବାତାବରଣ ସୁଖ,ଶାନ୍ତି ଓ ସମୃଦ୍ଧିର ବାସ୍ତବ ଆଧାର ହେବ। ମନ ଭିତରେ ଧ୍ୟାନର ଦୀପ ପ୍ରଜ୍ୱଳନ କରି ଚଲାପଥକୁ ଆଲୋକିତ କରିବେ। ଅର୍ଥ ମିଳିବ। | |
ବିଭିନ୍ନ ସ୍ତରରୁ ସମ୍ବାଦ,ଶୁଭେଚ୍ଛା ଆସି ଆପଣଙ୍କୁ ଉତ୍ଫୁ୍ଲିତ୍ କରିପାରେ। ଆୟ ବୃଦ୍ଧିର ସ୍ନେହାଶିଷ ମିଳିବ। ଆହାର ସ୍ୱାସ୍ଥ୍ୟପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।ସୁସ୍ଥ ଓ ନିରାମୟ ରହିବେ। | |
ସତ୍ୟବାଦ୍ୟୋ ଦୃଢ଼ବ୍ରତ ଆଚରଣ କରବେ। ଅନବଦ୍ୟ ରଚନା ଓ ଲେଖା ପ୍ରାଣସ୍ପର୍ଶୀ ହୋଇପାରେ। ବଂଶ ପରମ୍ପରାରେ ‘ଅଜନ୍ମା ଜ୍ଞାନୀ’ହୋଇପାରନ୍ତି। ଅତିଥି ସତ୍କାରରେ ବ୍ୟୟ ବୃଦ୍ଧିହୋଇପାରେ। | |
ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରଙ୍କ ଶ୍ରଦ୍ଧା ଓ ବିଶ୍ୱାସ ରଜୁରେ ଅନୁବନ୍ଧିତ ହୋଇପାରନ୍ତି।ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। |
Odia Calendar 2022
Comments
comments