![]() | ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ ହେତୁ ଖୁସି ରହିବେ। ଯାନବାହନ, ପାରିବାରିକ ସମ୍ପର୍କ ହୋଟେଲ ଶିଳ୍ପ, ଛୋଟ ଦୋକାନ କାରବାରରୁ ଭଲ ଫଳ ମିଳି ନ ପାରେ। ଆନୁଷ୍ଠାନିକ କାମରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ଅଫିସ୍ରେ ଆଲୋଚନା ପରିସରରେ ବୁଝମଣା ନେଇ ତିକ୍ତତା ଦେଖାଦେଇପାରେ । |
ସ୍ନାୟବିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ରୋହିଣୀ ନକ୍ଷତ୍ର ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତି ନେବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି । ଶୁଭକାମ ପାଇଁ ସମୟ ଅନୁକୂଳ । | |
ନିଜ ଲୋକଙ୍କ ସାହାଯ୍ୟରେ କାମ ହାସଲ ଫଳରେ ମାନସିକ ଦ୍ବନ୍ଦର ଅବସାନ ଘଟିବ। ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ବରାନ୍ଵିତ କରିପାରନ୍ତି ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିବା କ୍ଷେତ୍ରରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୂତପ୍ତ ହେବାର ସମ୍ଭାବନା ରହିଛି। | |
ପରକଥାରେ ପଡ଼ି ଭୁଲ୍ ମାର୍ଗର ଅନୁସରଣ କରି ଅପଦସ୍ଥ ହେବେ। ଅର୍ଥ ଓ ସମ୍ମାନ ବୃଦ୍ଧି ପାଇଁ ଚେଷ୍ଟିତ ହେବେ। ଅବଶ୍ୟ କେତେକାଂଶରେ ଉପକୃତ ହେବେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ. ଆବଦ୍ଧ ହୋଇ କାମ ହାସଲ କରିବା ପାଇଁ ଚେଷ୍ଟା କରି ପାରନ୍ତି ପାରିବାରିକ କ୍ଷେତ୍ରରେ କିଛିନା କିଛି ବ୍ୟତିକ୍ରମ ପରିଲକ୍ଷିତ ହେବ। | |
ପାରିବାରିକ କ୍ଷେତ୍ରରେ ମାନସିକ ଅବସାଦ: ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।ଅନ୍ୟମାନଙ୍କଠାରୁ କିଛି ଖବର ଶୁଣି କିମ୍ବା ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ବ୍ୟବସାୟରେ ପ୍ରତିଦ୍ବନ୍ଦିତା ସାଙ୍ଗକୁ ମନମନାନ୍ତର ଦେଖା ଦେଇପାରେ। ମିତ୍ର କେହି ଛଳନା କରି ଦୂରେଇ ଯାଇ ପାରନ୍ତି | |
ଆଜି ପ୍ରତ୍ୟେକ କାମ ଠିକ୍ ସମୟରେ ସମ୍ପନ୍ନ ହେବା କାରଣରୁ ଖୁସି ରହିବେ। ବାଣିଜ୍ୟ, ବ୍ୟବସାୟ ଓ ସାମ୍ବାଦିକତା ତଥା ଏଜେନ୍ସିପରେ ଆଶାଜନକ ସୁଫଳ ମିଳିବ। କଠିନ ପରିଶ୍ରମଜନିତ ଆକସ୍ମିକ ଭାବରେ ସ୍ଵାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ । ନିଜର ପ୍ରତ୍ୟୁପ୍ରନ୍ନମତିତା କାରଣରୁ ଅସୁବିଧାଜନକ ସ୍ଥିତିରୁ ମଧ୍ଯ ମୁକୁଳିଯିବେ। | |
ଘରୋଇ ସମସ୍ୟା ସମାଧାନ ହୋଇଯିବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। କୌଣସି ଗୁରୁତ୍ବପୂର୍ଣ୍ଣ କାମରେ ବନ୍ଧୁମାନେ ଠିକ୍ ଖବର ଦେବାରେ ହେଳା କରିପାରନ୍ତି। ସତ୍ସଙ୍ଗ କିମ୍ବା ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କର ଖୁସି ହେବେ ।କଳା, ସାହିତ୍ୟ, ସଙ୍ଗୀତ, ଚଳଚିତ୍ର ତଥା ସଭାସମିତିରେ ସୁନାମ ମିଳିବ | | |
ପ୍ରତ୍ୟେକ କାମ ନିର୍ଦ୍ଦିଷ୍ଟ ସମୟରେ ନ ହେବା କାରଣରୁ ମାନସିକ ଅବସାଦ ଲାଗି ରହିପାରେ ।କାମରେ ଅବହେଳା କାରଣରୁ ମନରେ ବିରକ୍ତି ସୃଷ୍ଟି ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ। ନିର୍ଭୀକତା ଓ ସତ୍ୟଭାଷଣରୁ ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ । କୋର୍ଟକଚେରି କାମ ଅନୁକୂଳ । | |
ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ, ଯାହାକି ଆପଣଙ୍କ କାମଗୁଡ଼ିକ ସୁବିଧାରେ ହେବ। ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା ପ୍ରତି ଆଗ୍ରହ ବଢ଼ିବ। ସେହି ଅନୁସାରେକାମ ହେବ। ଦ୍ରବ୍ୟ ଲାଭରେ ମଉଳି ଯାଇଥିବା ଆଶା କଅଁଳି ଉଠିବ। | |
କର୍ମକ୍ଷେତ୍ରରେ ପରୋକ୍ଷ ସାହାଯ୍ୟ ଲାଭ କରି ମନୋବଳ କ୍ରମଶଃ ବୃଦ୍ଧି ପାଇବ । ଆନୁଷ୍ଠାନିକ କାମରେ ସଫଳତା ଦିଗକୁ ମନ ବଳାଇବେ|ଅନ୍ୟମନସ୍କ ରହିବା କାରଣରୁ କିମ୍ବା ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ ।ଅନ୍ୟମାନଙ୍କ ଭୁଲ୍ ଧାରଣା ଯୋଗୁ ଭଲ କାମ କରି ମଧ୍ଯ ନିନ୍ଦା ଶୁଣିବେ। | |
ମାନସିକ ସ୍ଥିତି ଯାହା ଥାଉନା କାହିଁକି ଅନ୍ୟମାନଙ୍କୁ ପ୍ରିୟ କଥା କହି ସମସ୍ୟା ସୁଧାରି ନେବେ। ନିର୍ମାଣ କାମ ଧିମେଇ ଯିବାରୁ ବ୍ୟସ୍ତତା ଅନୁଭବକରିପାରନ୍ତି। ବ୍ୟବସାୟିକ ସଫଳତା ମିଳିବ, ତଥାପି ସଙ୍କଟ ସ୍ଥିତି ସୁଧୁରି ପାରିବ ନାହିଁ। ଆଜିର ଯାତ୍ରାରେ ଭିନ୍ନ ପ୍ରକାରର ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ । | |
ନିଜ ପରିସରରେ ରହୁଥିବା କୌଣସି ବିଜାତୀୟ ବ୍ୟକ୍ତି ଜଣେ କାମରେ ଅସହଯୋଗ କରିପାରେ। ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ କିମ୍ବା ବିଶିଷ୍ଟ ବ୍ୟକ୍ତିଙ୍କ ସାନିଧ୍ଯରେ ଆସିବେ। ସନ୍ତାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ପାରନ୍ତି। ପରିବାରରେ ଛୋଟ ଛୋଟ କଥାରେ କଳହ ଲାଗିବାର ସମ୍ଭାବନା ରହିଛି। |
Odia Calender 2023
Comments
comments