OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 1st November 2024

Odia-Rashiphala

Odia-Rashiphala

ସମସ୍ତ ସୁବିଧା ଥାଇ ମଧ୍ୟ କାମ ହାସଲରେ ବାଧା ଉପୁଜିବ । ଦୀର୍ଘଦିନରୁ ଟଙ୍କା ନେଇଥିବା ଲୋକ ବିଷୟରେ କିମ୍ବା ବ୍ୟବସାୟିକ ବିଫଳତାକୁ ନେଇ ଚିନ୍ତିତ ରହିବେ । କୌଣସି ବିବାଦୀୟ ବିଷୟ ସକାଶେ ପାଖ ପଡ଼ୋଶୀମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। ପରିସ୍ଥିତିବଶତଃ କାମ ଚାପରେ ନିଜକୁ ଆଷ୍ଟ କରିବାକୁ ବାଧ୍ୟ ହେବେ।
ସକାଳୁ ଘରେ ଟିକିଏ ଜୋର୍ ଦେଇ କଥା କହିବା କାରଣରୁ ଅନ୍ୟମାନେ ନାପସନ୍ଦ କରିବେ । ଯେତେ ବିନୟର ସହ କହିଲେ ମଧ୍ୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ନାହିଁ। ଆନୁଷ୍ଠାନିକ କାର୍ଯ୍ୟରେ ଛୋଟକଥାଟିକୁ କେନ୍ଦ୍ରକରି ମତାନ୍ତର ଘଟିପାରେ। ଆଜିର କର୍ମାରମ୍ଭ, ବ୍ୟବସାୟ ଏବଂ ପରିଜନଙ୍କ ସହ ଯାତ୍ରା ପ୍ରୀତିପ୍ରଦ ରହିବ।
କଳେବଳେ କୌଶଳେ ଅର୍ଥ ପାଇବା ସକାଶେ ଚେଷ୍ଟା କରି ଆଶାକୁ ଚରିତାର୍ଥ କରିପାରନ୍ତି। ଅସୁବିଧାରେ ପଡିଥିବା ଲୋକଟି ପ୍ରତି ଦୟାଭାବ ପୋଷଣ କରି ପ୍ରଶଂସା ଭାଜନ ହେବେ । ସହକର୍ମୀଙ୍କ ସାହାଯ୍ୟ ବିନା କାମ ହାସଲ କଷ୍ଟକର ହେବ। ପାରିବାରିକ ସୁଖ, ସୌହାର୍ଘ୍ୟ ମଧ୍ୟରେ ଦୈନନ୍ଦିନ ଜୀବନଯାତ୍ରା ସୁରୁଖୁରୁରେ ଅତିବାହିତ ହେବ।
ଭଲ ପଡୁ ନ ଥ‌ିବା ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ । ସନ୍ଦେହଜନିତ ପରିବାରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ମାଲିମକଦ୍ଦମାରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ଚେଷ୍ଟା କରୁଥିବା କାମରେ ସଫଳତା ହାସଲ କରି ପ୍ରଶଂସିତ ହେବେ।
ଭୁଲ୍ ବୁଝାମଣା କାରଣରୁ ପାରିବାରିକ କ୍ଷେତ୍ରରେ ସମସ୍ୟା ମନକୁ ଆନ୍ଦୋଳିତ କରିବ । ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ କିନ୍ତୁ ଋଣ ପରିଶୋଧର ଚିନ୍ତାରେ ମନ ଭାରାକ୍ରାନ୍ତ ରହିବ। ପରିସ୍ଥିତି ବଶତଃ ଦୁଇ ପଇସା ଜାଗାରେ ଛ’ପଇସା ଖର୍ଚ୍ଚ କରିବେ । ସଭାସମିତିରେ ସମ୍ମାନିତ ହେବେ କିନ୍ତୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡିବ।
ପାଖରେ ଥ‌ିବା ଲୋକଟି ବହୁତ ଉପକାରରେ ଆସିବା ସମ୍ଭାବନା ରହିଛି। ବ୍ୟବସାୟରେ ଆଶାନୁରୂପ ଫଳ ପାଇବେ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବାରେ ସହକର୍ମୀଙ୍କ ଉଦାରତା ମୁଖ୍ୟ ଭୂମିକା ଗ୍ରହଣ କରିବ । ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପଡିପାରନ୍ତି।
ଭୁଲ୍ ବୁଝାମଣାରୁ ପାରିବାରିକ କଳହର ସମ୍ଭାବନା ରହିଛି। ଯାତ୍ରା କାଳରେ କୌଣସି ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ । ଗୃହ ସଜ୍ଜାରେ ମନୋନିବେଶ କରିବା ସହ ବନ୍ଧୁଙ୍କ ଜରିଆରେ ଦ୍ରବ୍ୟଲାଭ କରି ଖୁସି ହେବେ। ମାଲିମକଦ୍ଦମାରେ ସଫଳତା ମିଳିବା ସାଙ୍ଗକୁ ପ୍ରଶାସନିକ ସ୍ତରରେ ଆଲୋଚନା ମଧ୍ୟ ଫଳପ୍ରଦ ହୋଇପାରେ।
ଆପଣଙ୍କ ଚିନ୍ତାଧାରା ଅନୁଯାୟୀ ପାରିପାଶ୍ୱିକ ପରିସ୍ଥିତି ଅନୁକୂଳ ରହିବ। ବହୁତ ଦିନର ଆଶା ପୂରଣ ହେବା ସହ କୌଣସି ନୂତନ କାମରେ ବନ୍ଧୁ ସହଯୋଗର ହାତ ବଢ଼ାଇବେ । ପରିସ୍ଥିତିରେ ପଡି ଅନାବଶ୍ୟକ ଭାବରେ ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ। ଘରୋଇ ଅଶାନ୍ତି ଲାଗିରହିବା ପଛରେ ପାରିବାରିକ ମତାନ୍ତର ହିଁ କାରଣ ହେବ।
ଦିନର ଅଧିକାଂଶ ସମୟ ସମସ୍ୟା ଭିତରେ ଗତି କରୁଥିବାରୁ ଅନ୍ୟମନସ୍କ ରହିପାରନ୍ତି। ବିବାଦୀୟ ପରିସ୍ଥିତିରେ ପ୍ରତିଦ୍ବନ୍ଦିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ପଡ଼ୋଶୀ କଣ୍ଟାବାଡ଼ରେ ଲୁଗାଛାଟି କଳି କରିବାର ଉପକ୍ରମ କରିପାରନ୍ତି । ପିଲାଙ୍କ ସ୍ୱାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ରହିପାରନ୍ତି।
ଆପଣ ଯେଉଁଥପାଇଁ ଆଶଙ୍କା କରୁଛନ୍ତି ସେପରି କିଛି ଅସୁବିଧା ହେବ ନାହିଁ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ବାହାର ସ୍ଥାନରେ କାହାକୁ ଅପେକ୍ଷା କରି ବିରକ୍ତ ହେବେ। ସାମାନ୍ୟ ବିଳମ୍ବିତ ସମୟରେ କାମଗୁଡିକ ଠିକ୍ ଭାବରେ ସମ୍ପନ୍ନ ହେବା ପାଇଁ ଅନୁକୂଳ ପରିବେଶ ସୃଷ୍ଟିହେବ।
ସାଧାରଣ କଥାରେ ବାଦବିବାଦ, ଧନହାନି ଓ ବିଭିନ୍ନ ସମସ୍ୟା ଭିତରକୁ ଟାଣି ହୋଇ ପାରନ୍ତି । ବନ୍ଧୁଙ୍କ ପରାମର୍ଶରେ ସାନ୍ତନା ମିଳିବା ସାଙ୍ଗକୁ ନୂଆ ଯୋଜନା ଉପରେ ଗୁରୁତ୍ବ ଦେବେ। ଶିଳ୍ପ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହେବ। ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ଆଜିର କର୍ମକ୍ଷେତ୍ରରେ ଦକ୍ଷତାଭିଭିକ କୃତି ଓ କୃତିତ୍ଵ କାରଣରୁ ପ୍ରଶଂସିତ ହେବେ। ଆନୁଷ୍ଠାନିକ କାମରେ, ପ୍ରଶାସନିକ ସ୍ତରରେ କିମ୍ବା ରାଜନୀତିରେ ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁ ଆଗେଇ ଯିବେ । ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ସମ୍ପର୍କ ବ୍ୟାହତ ହେବ। ବ୍ୟବସାୟିକ କ୍ଷେତ୍ରରେ ଲାଭବାନ ହେବେ, କିନ୍ତୁ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ।


For daily odia rashiphala visit our website daily in the morning. This is compiled from a trusted source.

Odia Calendar 2024

 

Comments

comments