OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 11th August 2023

Odia Rashiphala

Odia Rashiphala

ଆଜି ଦ୍ବିଜା ନକ୍ଷତ୍ର ସୁମଧୁର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। ଗୃହ, ଭୂମି, ଗାଡ଼ି, ମୋଟର, ଧାର କରଜ ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କା ରହିଛି। ସ୍ଵାସ୍ଥ୍ୟ ଓ ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ ।
ରୋହିଣୀ ନକ୍ଷତ୍ରର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ କଥା ମନରେ ଆଲୋଡ଼ନ ସୃଷ୍ଟି କରିବ। ଅସାବଧାନତା ବଶତଃ କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ । ହଠାତ୍‌ ଯିବା ସମୟକୁ କୌଣସି ଦରକାରୀ କାଗଜ ପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ବରାନ୍ସିତ କରିବେ।
ପୁନର୍ବସୁ ନକ୍ଷତ୍ରର ପାରିବାରିକ ଅସ୍ଥିରତା ଓ ଅଶାନ୍ତି କାରଣରୁ ମନ ଭଲ ରହିବ ନାହିଁ। ନୂତନା ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେଇପାରନ୍ତି। କୌଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ଯ ଆଶଙ୍କା କରି ମନ ଅସ୍ଥିର ରହିବ।
ଆଜିର କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଚାପ ଯୋଗୁ କାର୍ଯ୍ୟବ୍ୟସ୍ତତା ବୃଦ୍ଧି ପାଇବ। ଆତ୍ମୀୟଙ୍କ ପାଇଁ ଯେଉଁ ଆଶା ନେଇ କାମ କରିବେ, ପ୍ରତିବଦଳରେ କିଛି ପାଇବେ ନାହିଁ। ବ୍ୟକ୍ତିଙ୍କ ସାନିଧ୍ୟରୁ ଉପକୃତ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ।
ପାରିବାରିକ ଅଶାନ୍ତି ବିଷୟରେ ଚିନ୍ତା କରି ମନରେ ହି ସରସତା ରହିବ ନାହିଁ। ସକାଳୁ ସକାଳୁ କିଛି ଶୁଭ ଖବର ସାଙ୍ଗକୁ ଅର୍ଥଲାଭରୁ ମନଟା ଖୁସି ହୋଇଯାଇପାରେ । ମଘା ନକ୍ଷତ୍ର ତରବରିଆ ଯାତ୍ରାରୁ ଦୂରେଇ ରହିଲେ ଭଲ, ସତର୍କ ନ ରହିଲେ ସାଧାରଣ ଆଘାତ ଲାଗିପାରେ। ରଚନାମ୍ବକ କାମ, ସାହିତ୍ୟ, ସାମ୍ବାଦିକତାରେ ଉନ୍ନତି କରିବେ |
ଆଜି କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ। ଅନ୍ୟମାନଙ୍କ ଦ୍ବାରା ସମ୍ପନ୍ନ କରାଯାଇଥୁବା କାମଗୁଡ଼ିକର ସମୀକ୍ଷା କରିବେ। ଚିତ୍ରା ନକ୍ଷତ୍ରର ପିଲାମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିବ। ଆଶା ଓ ଅଭିଳାଷ ପୂରଣ ହେତୁ ମହିଳାମାନଙ୍କ ମନ ପ୍ରଫୁଲ୍ଲ ରହିବ।
କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଭୋଗବିଳାସରେ ସହକର୍ମୀଙ୍କ ହସ୍ତେକ୍ଷପ ଫଳରେ ବାଧାବିଘ୍ନ ଘଟିପାରେ। ସ୍ବାତୀ ନକ୍ଷତ୍ର ମଧ୍ୟାହ୍ନରେ ଅଫିସ ଭିତରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କଚେରି ମାମଲା କିମ୍ବା ଜମିଜମା ସମ୍ପର୍କିତ ବିବାଦ ହେତୁ ଦୁଶ୍ଚିନ୍ତା ବଢ଼ିପାରେ ।
ଆଜି ଆକସ୍ମିକ ଭାବରେ ସକାଳୁ ସକାଳୁ ଯାତ୍ରା କରିବାକୁ ପଡ଼ିବ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। ଅନୁରାଧା ନକ୍ଷତ୍ର କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସହାୟତା ପାଇବେ ନାହିଁ । ରୋଗ, ରଣରୁ ରକ୍ଷା ପାଇବାର ପରିକଳ୍ପନା କରିପାରନ୍ତି ।
ଘରର ପରିସ୍ଥିତି ଆପଣଙ୍କ ସକାଶେ ଚିନ୍ତାର କାରଣ ହେବା ପୂର୍ବାଷାଢ଼ା ନକ୍ଷତ୍ର ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ଵରାନ୍ବିତ କରିବ। ଦୀର୍ଘଦିନରୁ ପ୍ରତୀକ୍ଷା କରିଥୁବା ଶୁଭଖବର ଆଜି ସକାଳୁ ସକାଳୁ ପାଇ ଉତ୍ଲସିତ ହେବେ। ବିଳାସ ବ୍ୟସନ କିମ୍ବା ସଭାସମିତିରେ ଆଲୋଚନା ମଧ୍ଯରେ ସମୟ ଅତିବାହିତ ହେବ ।
ମଧୁର ବ୍ୟବହାର ଦ୍ବାରା ବନ୍ଧୁଙ୍କ ମନରେ ଆନନ୍ଦ ସୃଷ୍ଟି କରିବାରେ ସମର୍ଥ ହେବେ। ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବା ପାଇଁ ଆପ୍ରାଣ ଉଦ୍ୟମ କରିପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ର ନିର୍ମାଣାଧୀନ କାମଟି ଆଜି ବାସ୍ତବରେ କରିପାରିବେ ନାହିଁ। ବନ୍ଧୁଙ୍କଠାରୁ କିଛି ମିଥ୍ୟା ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହେବ।
ଉଦ୍ଦେଶ୍ୟକୁ ଗୋପନ ରଖି ମନବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ଚେଷ୍ଟା କରୁଥିବା କାମରେ ପରିବାରରୁ ପୂର୍ଣ୍ଣ ସହଯୋଗ ଶ ପାଇବୋ ସ୍ଵାସ୍ଥ୍ୟରେ ଦୁତ ଉନ୍ନତି ପରିଲକ୍ଷିତ ହେବା ଦିଗରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହି । ଶତଭିଷା ନକ୍ଷତ୍ର ସମସ୍ୟା ମଧ୍ଯରେ ନିଜକୁ ନିୟନ୍ତ୍ରଣରେ ରଖୁପାରିବେ ।
ପୂର୍ବଭାଦ୍ରପଦ ନକ୍ଷତ୍ର କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ,ନତୁବା ହଜିଯାଇପାରେ। ନିଜ ଲୋକମାନଙ୍କ ଈର୍ଷାପରାୟଣତା ହେତୁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସଭାସମିତି, କଳା, ସାହିତ୍ଯ, ବନ୍ଧୁ ସମ୍ପର୍କିତ ସମସ୍ଯା ସୃଷ୍ଟି ହୋଇପାରେ |
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments